ରାତିରେ ଅଧିକ ସମୟ କାମ କରୁଥିବା ମହିଳା ହୋଇପାରନ୍ତି କର୍କଟର ଶିକାର

ଆମ ଜୀବନରେ ଇଣ୍ଟର୍‌ନେଟ୍‌

the morung express

କିଛି ଦିନ ପୂର୍ବରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଅଧିକ ରାତି ପର୍ଯ୍ୟନ୍ତ କାର୍ଯ୍ୟକରୁଥିବା ମହିଳାମାନଙ୍କୁ କର୍କଟ ହେବାର ଅଧିକ ଆଶଙ୍କା ରହିଥାଏ। ଏହା ଫଳରେ କର୍କଟ ହେବାର ସମ୍ବାବନା ୧୯ ପ୍ରତିଶତ ଅଧିକ ବଢ଼ିଯାଏ। ଗବେଷଣାରୁ ଜଣାପଡ଼ିଛି ରାତିରେ ଅଧିକ ସମୟ କାମ କରୁଥିବା ମହିଳାଙ୍କ ମଧ୍ୟରେ ୪୧ ପ୍ରତିଶତ ଚର୍ମ କର୍କଟ , ୩୨ ପ୍ରତିଶତ ସ୍ତନ କର୍କଟ ଏବଂ ୧୮ ପ୍ରତିଶତ ଗର୍ଭ କର୍କଟର ଆଶଙ୍କା ଅଧିକ ରହିଥାଏ।

" ରାତିରେ ଅଧିକ ସମୟ କାମ କରିବା ସହିତ କର୍କଟର ସଂପର୍କ ରହିଛି। ଆଗରୁ ମଧ୍ୟ ଏହା ପ୍ରମାଣିତ ହୋଇଛି ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଆଲୋକ ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରରେ ମେଲାଟୋନିନ୍‌ର ମାତ୍ରା କମ ହୋଇଥାଏ, ଯାହା ଫଳରେ କମ ନିଦ୍ରା ହୋଇଥାଏ। ଏହା ଦ୍ୱାରା ମହିଳା ମାନଙ୍କ ଶରୀରରେ କର୍କଟ ହେବାର ଆଶଙ୍କା ଅଧିକ ହୋଇଥାଏ ", ବୋଲି କହିଛନ୍ତି ଚାଇନାର ସିନଚୁଆନ ବିଶ୍ୱବିଦ୍ୟାଳୟର ସହ ପ୍ରଫେସର ସୁଲେଇ ମା।

ଏହି ଗବେଷଣାକୁ ଉତ୍ତର ଆମେରିକା, ଏସିଆ , ୟୁରୋପ ଏବଂ ଅଷ୍ଟ୍ରେଲିଆର ୪୦ ଲକ୍ଷ ମହିଳାଙ୍କ ମଧ୍ୟରେ କରାଯାଇଥିଲା ଯେଉଁମାନେ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି। ପ୍ରାୟ ୬୧ଟି ଗବେଷଣା ରିପୋର୍ଟକୁ ଅନୁସନ୍ଧାନ କରିବା ପରେ ଏହା ପ୍ରମାଣିତ ହୋଇଥିଲା । ଏଥିରୁ ଜଣାପଡ଼ିଥିଲା ଉତ୍ତର ଆମେରିକା ଏବଂ ୟୁରୋପର ଅଧିକ ମହିଳା ରାତ୍ରିରେ ଅଧିକ ସମୟ କାମ କରିବା ଦ୍ୱାରା ସ୍ତନ କର୍କଟର ଶିକାର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe