ଏହି ୫ ଜଣଙ୍କ ପାଖରେ ମାଆ ଲକ୍ଷ୍ମୀ ରହନ୍ତି ନାହିଁ

ଏହି ୫ ଜଣଙ୍କ ପାଖରେ ମାଆ ଲକ୍ଷ୍ମୀ ରହନ୍ତି  ନାହିଁ

ମାଆ ଲକ୍ଷ୍ମୀ ହେଉଛନ୍ତି ଜଗତ୍‌ଜନନୀ। ତାଙ୍କୁ ସନ୍ତୁଷ୍ଟ କରାଇପାରିଲେ ଧନଧାନ୍ୟରେ ଘର ପୂରି ଉଠିବ ବୋଲି ବିଶ୍ୱାସ ରହିଛି । ମାତ୍ର ସବୁ ଲୋକ ଲକ୍ଷ୍ମୀଙ୍କୁ ପ୍ରାପ୍ତ କରିପାରନ୍ତି ନାହିଁ। ବିଶେଷ ଏହି ଧରଣର ଲୋକଙ୍କ ପାଖରେ ମାଆ ଲକ୍ଷ୍ମୀ ଆଦୌ ରହନ୍ତି ନାହିଁ। ଆସନ୍ତୁ ଜାଣିବା ସେମାନେ କିଏ ସବୁ।

ଯେଉଁମାନଙ୍କର ଟଙ୍କା ପଇସା ପ୍ରତି କୌଣସି ଯତ୍ନ ନଥାଏ ସେମାନଙ୍କ ପାଖରେ ଲକ୍ଷ୍ମୀ ଆଦୌ ରହନ୍ତି ନାହିଁ। ବେଶୀ ଖର୍ଚ୍ଚ କରିବା ବ୍ୟକ୍ତିର ସ୍ୱଭାବ ଉପରେ ନିର୍ଭର କରେ। ସବୁ ଖର୍ଚ୍ଚି ଲୋକ ଯତ୍ନହୀନ ନୁହଁନ୍ତି। ଟଙ୍କା ପଇସା ପ୍ରତି ଯତ୍ନହୀନତା ଅର୍ଥାତ ଅଯଥା ବା ଅନାବଶ୍ୟକ ଖର୍ଚ୍ଚ।

publive-image

ଯେଉଁମାନେ ମାଆ ଲକ୍ଷ୍ମୀଙ୍କୁ ଅସନ୍ତୁଷ୍ଟ କରାଇଥାନ୍ତି ସେମାନଙ୍କ ପାଖ ବି ମାଆ ଛାଡ଼ିଯାନ୍ତି। ମାଆ ଲକ୍ଷ୍ମୀ ମୁଖ୍ୟତଃ ଅପରିଷ୍କାର ଲୋକଙ୍କ ପାଖରେ ରହନ୍ତି ନାହିଁ। ଲକ୍ଷ୍ମୀଙ୍କ ଅଶିଷ ପାଇବାକୁ ହେଲେ ନିଜେ ପରିଷ୍କାର ପରିଚ୍ଛନ ରହିବା ସହିତ ରହୁଥିବା ସ୍ଥାନକୁ ମଧ୍ୟ ପରିଷ୍କାର ପରିଚ୍ଛନ ରଖନ୍ତୁ।

ମାଆ ଲକ୍ଷ୍ମୀ ନିଶାଖୋର ବ୍ୟକ୍ତିଙ୍କ ନିକଟରେ ଆଦୌ ରହନ୍ତି ନାହିଁ। ମଦ୍ୟପ, ଗଞ୍ଜୋଡ଼ କିମ୍ବା କୌଣସି ପ୍ରକାର ନିଶାଶକ୍ତ ବ୍ୟକ୍ତିଙ୍କ ନିକଟରେ ମାଆ ଲକ୍ଷ୍ମୀ ରହନ୍ତି ନାହିଁ।

ଏମାନଙ୍କ ବ୍ୟତୀତ ବିଶୃଙ୍ଖଳିତ ବ୍ୟକ୍ତିଙ୍କୁ ମଧ୍ୟ ଲକ୍ଷ୍ମୀ ଛାଡ଼ି ଯାଆନ୍ତି। ସବୁ ବେଳେ କଳି-ଝଗଡ଼ା, ମାଡ଼-ଗୋଳରେ ଆଗ୍ରହ ଥିବା ବ୍ୟକ୍ତି ଲକ୍ଷ୍ମୀ ଛଡ଼ା ହୋଇଥାନ୍ତି।

ସବୁପରେ ଅହଂକାରୀ ବ୍ୟକ୍ତି ବି ଧନ ହରାଇଥାନ୍ତି। ଅହଂକାରୀ ଲୋକଙ୍କ ପାଖରେ ଲକ୍ଷ୍ମୀ ମାଆ ଆଦୌ ରହନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe