ନିଜ ଫ୍ରିଜ୍‌ରେ ଲେମ୍ବୁ ରଖିବାକୁ ଆଦ‌ୌ ଭୁଲନ୍ତୁ ନାହିଁ, ଦୂର ହେବ ଅନେକ ସମସ୍ୟା

Advertisment
ନିଜ ଫ୍ରିଜ୍‌ରେ ଲେମ୍ବୁ ରଖିବାକୁ ଆଦ‌ୌ ଭୁଲନ୍ତୁ ନାହିଁ, ଦୂର ହେବ ଅନେକ ସମସ୍ୟା

The Kitchn

ପୃଥିବୀରେ ରହିଥିବା କେତୋଟି ସୁସ୍ଥକର ଖାଦ୍ୟ ମଧ୍ୟରୁ ଲେମ୍ବୁ ଅନ୍ୟତମ। ଏଥିରେ ବହୁଳ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥିବା ହେତୁ ଏହାକୁ ଭିନ୍ନ ଭିନ୍ନ ଖାଦ୍ୟ ଓ ପାନୀୟରେ ବ୍ୟବହାର କରାଯାଇଥାଏ। ପୋଷଣ ବିଶେଷଜ୍ଞଙ୍କ କହିବା ଅନୁଯାଏ ଏଥିରେ ରୋଗ ହ୍ରାସ କରିବାର କ୍ଷମତା ରହିଛି। ମୁଖ୍ୟତଃ ହୃଦ୍‌ରୋଗ, କେଶ ଏବଂ ତ୍ୱଚା ପାଇଁ ଏହା ଅତ୍ୟନ୍ତ ଉପକାରୀ। କିଛିଟା ଆପଣ ଜାଣିଥିବେ ଏବଂ କିଛିଟା ଜାଣି ନଥିବେ। ମାତ୍ର ଲେମ୍ବୁରେ ଅନେକ ଭଲ ଗୁଣ ରହିଛି। ଏପରିକି ଏହା ଆପଣଙ୍କ ରୋଷେଇ ଘରର ଗନ୍ଧ ବି ଦୂର କରିପାରେ। ଜର୍ମ ଏବଂ ବ୍ୟାକ୍ଟେରିଆ ଦୂର କରିବାରେ ଲେମ୍ବୁ ସହ ଆଉ କିଛି ତୁଳନୀୟ ନୁହେଁ।

publive-image

ଆପଣ ଗୋଟାଏ ମଧ୍ୟମ ଧରଣର ଲେମ୍ବୁ ନିଅନ୍ତୁ। ତାହାକୁ ଲମ୍ବ ଭାବରେ ୪ ଖଣ୍ଡ କରି କାଟି ଦିଅନ୍ତୁୁ। ପୂରାପୂରି କାଟିକି ଅଲଗା କରନ୍ତୁ ନାହିଁ। ସେହି ଲେମ୍ବୁରେ କିଛି ଲୁଣ ଛିଞ୍ଚି ଦିଅନ୍ତୁ ଏବଂ ତାହାକୁ ରୋଷେଇ ଘରେ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ରୋଷେଇ ଘର ଆଉ ଗନ୍ଧ ହେବ ନାହିଁ। ଲେମ୍ବୁର ବାସ୍ନା ଚାରିଆଡ଼େ ଖେଳିଯିବ। ଫଳରେ ବ୍ୟାକ୍ଟେରିଆ ଆଉ ଜର୍ମରୁ ଯେଉଁ ଦୁର୍ଗନ୍ଧ ନିର୍ଗତ ହୁଏ ତାହା ଆଉ ହେବ ନାହିଁ।

ଲେମ୍ବୁକୁ ଆପଣ ନିଜର ଘର ଓ ଆସବା ପତ୍ର ସଫା କରିବାରେ ବି ବ୍ୟବହାର କରିପାରିବେ। ଏହା ଦ୍ୱାରା ସଫା ଭଲ ହୋଇଥାଏ। ଆପଣ ଘର ପୋଛିବାକୁ ଯେଉଁ ଡିଟରଜେଣ୍ଟ୍‌ ପାଣି ବ୍ୟବହାର କରିଥାନ୍ତି ସେଥିରେ ଟିକେ ଲେମ୍ବୁ ମିଶାଇ ଦିଅନ୍ତୁ। ସେହି ପାଣିରେ ଘର ଓ ଆସବାପତ୍ର ପୋଛନ୍ତୁ। ଦେଖିବେ ଖୁବ୍‌ ଭଲ ସଫା ହେବ।

publive-image

ଏକଥା ତ ଆପଣ ନିଶ୍ଚୟ ଜାଣିଥିବେ ଯେ ଲେମ୍ବୁ ଦ୍ୱାରା ଓଜନ କମାଯାଇପାରେ। ସକାଳୁ ଉଠି ଗୋଟାଏ ଗ୍ଲାସ୍‌ ନଖ ଉଷୁମ ଗରମ ପାଣିରେ ଟିକିଏ ଲେମ୍ବୁ ଓ ମହୁ ମିଶାଇ ପିଇବା ଦ୍ୱାରା ଅତିରିକ୍ତ ଚର୍ବି ଖସି ଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe