nari.punjabkesari.in
ଖରାଦିନେ ଲୋକେ ଲେମ୍ବୁ ପାଣି ପିିଇବାକୁ ପସନ୍ଦ କରିଥାନ୍ତି । ଖରା ଦିନେ ଏହାକୁ ପିଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହ ଜଳୀୟଅଂଶ ମଧ୍ୟ ଠିକ୍ ରହିଥାଏ । କିନ୍ତୁ ଲେମ୍ବୁ ପାଣି ସମସ୍ତଙ୍କୁ ଫାଇଦା ଦେଇ ନ ଥାଏ । କିଛି ଶାରୀରିକ ସମସ୍ୟା ଏପରି ରହିଛି, ଯେଉଁଠି ଲେମ୍ବୁ ପାଣି ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଶାରୀରିକ ସମସ୍ୟା ଥିଲେ ଲେମ୍ବୁ ପାଣି ପିଇବା ଅନୁଚିତ ।
୧. ଯଦି ଆପଣଙ୍କର କିଡ୍ନୀ ବା ଯକୃତ ସମ୍ବନ୍ଧିତ ସମସ୍ୟା ରହିଛି । ତେବେ ଲେମ୍ବୁ ପାଣି ସେବନ ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ଲେମ୍ବୁରେ ଥିବା ଅକ୍ସୋଲେଟ୍ସ ପେଟରେ ଜମି ଷ୍ଟୋନ ସମସ୍ୟା ସୃଷ୍ଟି କରିଥାଏ ।
nari.punjabkesari.in୨. ଯେଉଁ ଲୋକମାନଙ୍କର ହାଡ଼ଜନିତ କିଛି ସମସ୍ୟା ରହିଛି, ସେମାନଙ୍କୁ ଲେମ୍ବୁ ପାଣିଠାରୁ ଦୂରରେ ରହିବା ଦରକାର ।
୩. ଲେମ୍ବୁ ପାଣି ପିଇବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିଥାଏ । ଯଦି ଆପଣଙ୍କୁ ପରିଶ୍ରା ସମ୍ବନ୍ଧିତ ସମସ୍ୟା ରହିଛି, ତେବେ ଲେମ୍ବୁ ପାଣି ପିଇବା ବନ୍ଦ କରନ୍ତୁ ।
nari.punjabkesari.in
Follow Us