ଜାଣନ୍ତି କି ,ବାରମ୍ବାର ଇମେଲ୍‌ ଚେକ୍‌ କରିଲେ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିଥାଏ!

Advertisment
ଜାଣନ୍ତି କି ,ବାରମ୍ବାର ଇମେଲ୍‌ ଚେକ୍‌ କରିଲେ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିଥାଏ!

ଅଧିକାଂଶ ସମୟରେ ଲୋକେ କାମ କରିସାରିବାପରେ ନିଜର ସ୍ମାର୍ଟଫୋନ୍‌ ବା ଲ୍ୟାପ୍‌ଟପ୍‌ ଅଥବା କଂପ୍ୟୁଟରରେ ନିଜର ଇମେଲ୍‌ ଚେକ୍‌ କରିଥାନ୍ତି। ଆଜିକାଲି  ତ ଲୋକେ ଯେଉଁଠି ବସିଥିଲେ ବି ନିଜର ସ୍ମାର୍ଟଫୋନ୍‌ରେ ଇମେଲ୍‌ ଚେକ୍‌ କରୁଛନ୍ତି।

ନିକଟରେ  କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ,କାମ ପରେ ଇମେଲ୍‌ ଚେକ୍‌ କରିବା ହେତୁ ଆପଣ ଓ ଆପଣଙ୍କ ପରିବାରର ସ୍ୱାସ୍ଥ୍ୟ ଉପରେ ଏହା ଖରାପ ପ୍ରଭାବ ପକାଇଥାଏ। ଖାଲି ସେତିକି ନୁହେଁ, ପାରିବାରିକ ସଂପର୍କ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ।  ଭର୍ଜିନିଆ ଟେକ୍‌ ବିଶ୍ୱ ବିଦ୍ୟାଳୟର ଗବେଷକମାନେ ସେମାନଙ୍କ ଗବେଷଣାରୁ ଏହା ଜାଣିପାରିଛନ୍ତି। ଏହି ଅଧ୍ୟୟନରୁ ଜଣାଯାଇଛି ଯେ ଲଗାତାର ମେଲ୍‌ ଚେକ୍‌ କରିବା ଯୋଗୁଁ  ଘରେ ପିଲାମାନେ   ଓ ପତ୍ନୀ ଚିଡ଼ିଯାଆନ୍ତି। ଏହାର ସହ ଗବେଷକ ପ୍ରଫେସର ଉଇଲିୟମ୍‌ ବେକର କହିଛନ୍ତି ଯେ, ଅଫିସ ଓ ବ୍ୟକ୍ତିଗତ ଜୀବନର ଆବଶ୍ୟକତା ପାଇଁ କର୍ମଚାରୀମାନେ ଅସମଂଜସ ସ୍ଥିତିରେ ରହିଥାନ୍ତି।ଏଣୁ ଚିଡି ଉଠିବା  ସ୍ୱଭାବ ସ୍ୱତଃ ପରିଲକ୍ଷିତ ହୋଇଥାଏ। ଏଣୁ ପ୍ରାତଃ କାଳରେ ଉଠିବାପରେ ଓ ଶୋଇବାପରେ ଇମେଲ୍‌ ଚେକ୍‌ କରିବାକୁ ସବୁଠାରୁ ଭଲ ସମୟ ବୋଲି ଏହି ଗବେଷଣାରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe