ରାତିରେ ଶୋଇବା ପୂର୍ବରୁ କେଶ ମୁକୁଳା ରଖିବା ଠିକ୍‌ ନା ବାନ୍ଧିବା ଠିକ୍‌?

Advertisment
ରାତିରେ ଶୋଇବା ପୂର୍ବରୁ କେଶ ମୁକୁଳା ରଖିବା ଠିକ୍‌ ନା ବାନ୍ଧିବା ଠିକ୍‌?

Shot of a relaxed young woman sleeping in her bed at home

ଶୋଇବା ପୂର୍ବରୁ ନିଜର କେଶ ମୁକୁଳା ରଖିବା ଠିକ୍‌ ନା ବାନ୍ଧିବା ତାକୁ ନେଇ ମନରେ ବେଳେବେଳେ ଦ୍ୱନ୍ଦ୍ୱ ଉଠିଥାଏ। ହେଲେ ଜାଣି ରଖନ୍ତୁ ଯେ ରାତିରେ ଶୋଇବା ପୂର୍ବରୁ କେଶ ବାନ୍ଧିବା ଉଚିତ। ଆସନ୍ତୁ ଜାଣିବା ଏହା କାହିଁକି ଆବଶ୍ୟକ?

ସାଧାରଣତଃ ଆମେ ରାତିରେ ଶୋଇବାବେଳେ ମୁଣ୍ଡ ତଳେ ତକିଆ ଦେଇ ଶୋଇଥାଉ। ଏହାଫଳରେ କେଶରେ ଥିବା ତେଲକୁ ଶୋଷି ନେଇଥାଏ ତକିଆ। ଏହାଫଳରେ ସକାଳୁ ଉଠି ଯେତେବେଳେ ଆପଣ ମୁଣ୍ଡ କୁଣ୍ଡାଇବେ,ସେତେବେଳେ ସହଜ ସାଧ୍ୟ ହୁଏ ନାହିଁ। ଏଣୁ ଶୋଇବା ପୂର୍ବରୁ କେଶକୁ ବାନ୍ଧି ରଖିବା ଉଚିତ ନଚେତ ସ୍କାର୍ଫ ବାନ୍ଧିବା ଠିକ୍‌।

ଯଦି ଆପଣ ଚାହାଁନ୍ତି ଆପଣଙ୍କର କେଶର ରଙ୍ଗ ଠିକ୍‌ ରହୁ,ତେବେ ତାକୁ ରାତିରେ ଶୋଇବା ଆଗରୁ ବାନ୍ଧି ରଖିବା ଉଚିତ। ତା’ଛଡ଼ା କେଶକୁ ଖୋସା ନ କରି ଶୋଇଲେ, ବା ଖୋଲାକରି ଶୋଇଲେ କେଶ ଝଡିବା ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଚାଦରରେ ଝଡା କେଶ ସବୁ ଦେଖିବାକୁ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe