ସୁଭାଷିତ: ଅପ୍ରିୟ ସତ୍ୟ ପଥି ପରି ହିତକର

Advertisment
ସୁଭାଷିତ: ଅପ୍ରିୟ ସତ୍ୟ ପଥି ପରି ହିତକର

AajTak

ଲଭ୍ୟତେ ଖଳୁ ପାପୀୟାନ୍ ନରୋ ନୁ ପ୍ରିୟବାଗିହ।
ଅପ୍ରିୟସ୍ୟ ହି ପଥ୍ୟସ୍ୟ ବକ୍ତା ଶ୍ରୋତା ଚ ଦୁର୍ଲ୍ଲଭଃ।।
-ମହାଭାରତ, ସଭାପର୍ବ- ଦ୍ୟୂତୋପପର୍ବ, ୬୪/୧୬

ସାଧାରଣ ଭାବରେ, ଅପ୍ରିୟ ସତ୍ୟ କହିବାକୁ ସମସ୍ତଙ୍କୁ ବାରଣ କରାଯାଇଥାଏ। ସେଥିପାଇଁ କୁହାଯାଏ- ସତକଥା କୁହ, ପ୍ରିୟ କଥା ମଧ୍ୟ କୁହ; କିନ୍ତୁ ଅପ୍ରିୟ ସତ କୁହନାହିଁ। ସେହିପରି, ଯାହା ପ୍ରିୟ, ଅଥଚ ଅସତ୍ୟ, ତାହା ମଧ୍ୟ କୁହନାହିଁ। କିନ୍ତୁ ‘ମହାଭାରତ’ର ‘ସଭାପର୍ବ’ର ଏହି ସୁଭାଷିତଟି ଭିନ୍ନ କଥା କହେ। ବାଲ୍ମୀକି ‘ରାମାୟଣ’ର ‘ଅରଣ୍ୟ କାଣ୍ଡ’ (୩୭/୨)ରେ ମଧ୍ୟ ଅନୁରୂପ ଶ୍ଳୋକଟିଏ ଅଛି।

‘ମହାଭାରତ’ରେ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ହୋଇଥିବା ପଶାଖେଳ ସମୟର କଥା। ଯୁଧିଷ୍ଠିର ଓ ଶକୁନିଙ୍କ ମଧ୍ୟରେ ସେହି ପଶାଖେଳ ହୋଇଥିଲା। ଯୁଧିଷ୍ଠିର ଥିଲେ ପାଣ୍ଡବଙ୍କ ପକ୍ଷର ଓ ଶକୁନି ଥିଲେ କୌରବଙ୍କ ପକ୍ଷର। ଧର୍ମାତ୍ମା ବିଦୁର ସେହି ପଶାଖେଳକୁ ବିରୋଧ କରିଥିଲେ। କିନ୍ତୁ ଦୁର୍ଯ୍ୟୋଧନ ଓ ଶକୁନି ଥିଲେ ତାହାର ସପକ୍ଷରେ। ସେଥିପାଇଁ ଦୁର୍ଯ୍ୟୋଧନ ବିଦୁରଙ୍କୁ ତୀବ୍ର ଭର୍ତ୍ସନା ମଧ୍ୟ କରିଥିଲେ। ତାହାର ଉତ୍ତରରେ ବିଦୁର ତାଙ୍କୁ କହିଥିଲେ, “ସେ ହସ୍ତିନାପୁରର ରାଜା ଧୃତରାଷ୍ଟ୍ରଙ୍କର ହିତ ଚାହାନ୍ତି। ସେଥିପାଇଁ ସେ ଏପରି ଅପ୍ରିୟ କଥା କହୁଛନ୍ତି। ଏହା ଅପ୍ରିୟ ହେଲେ ମଧ୍ୟ ପଥି ପରି ହିତକର।

ସେହି ପ୍ରସଙ୍ଗରେ ବିଦୁର କହିଥିଲେ- ଏ ସଂସାରରେ ପ୍ରିୟ କଥା କହୁଥିବା ଲୋକ ସହଜରେ ମିଳିଯାଆନ୍ତି। ମାତ୍ର ଅପ୍ରିୟ ଅଥଚ ହିତକର କଥା କହିବା ପରି ଲୋକ ଏବଂ ସେହି ଅପ୍ରିୟ ଓ ହିତକର କଥା ଶୁଣିବା ପରି ଲୋକ ଏ ସଂସାରରେ ଦୁର୍ଲଭ। ଏପରି ଅପ୍ରିୟ ଓ ହିତକର କଥା ପଥି ପରି ହିତକର ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe