ତ୍ରିବିକ୍ରମ ବୃତ୍ତାନ୍ତ

ଭଗବାନ ବିଷ୍ଣୁଙ୍କର ଗୋଟିଏ ନାଆଁ ହେଉଛି ତ୍ରିବିକ୍ରମ। ଏହା ତାଙ୍କର ବାମନାବତାର ସହିତ ସଂପୃକ୍ତ। ବାମନାବତାର ହେଉଛନ୍ତି ବିଷ୍ଣୁଙ୍କର ପଞ୍ଚମ ଅବତାର। ଏହା ମଧ୍ୟ ତାଙ୍କର ପ୍ରଥମ ମନୁଷ୍ୟରୂପୀ ଅବତାର।

hfhkhfkhfkuku

ଭଗବାନ ବିଷ୍ଣୁଙ୍କର ଗୋଟିଏ ନାଆଁ ହେଉଛି ତ୍ରିବିକ୍ରମ। ଏହା ତାଙ୍କର ବାମନାବତାର ସହିତ ସଂପୃକ୍ତ। ବାମନାବତାର ହେଉଛନ୍ତି ବିଷ୍ଣୁଙ୍କର ପଞ୍ଚମ ଅବତାର। ଏହା ମଧ୍ୟ ତାଙ୍କର ପ୍ରଥମ ମନୁଷ୍ୟରୂପୀ ଅବତାର। କାରଣ, ତାଙ୍କର ପୂର୍ବ ଚାରି ଅବତାର- ମତ୍ସ୍ୟ ଓ କଚ୍ଛପ ଜଳଜୀବ, ବରାହ ପଶୁରୂପ ଏବଂ ନୃସିଂହ ପଶୁ ଓ ମନୁଷ୍ୟର ମିଳିତ ରୂପ। କିନ୍ତୁ ମନୁଷ୍ୟରୂପୀ ଏହି ବାମନଙ୍କୁ ଦେବତା ରୂପେ ଗ୍ରହଣ କରାଯାଏ। କାରଣ ତାଙ୍କର ପିତା ହେଉଛନ୍ତି କଶ୍ୟପ ପ୍ରଜାପତି ଏବଂ ମାତା ଦେବମାତା ଅଦିତି। ବଳି ଥିଲା ଦାନବରାଜ। ସେ ଥିଲା ମହାପ୍ରତାପୀ। ତାର ପ୍ରତାପରେ ଦେବଗଣ ଅନେକ ପରାଭବ ପାଇଥିଲେ। ତେଣୁ ସେଥିରେ ଦୁଃଖିତ ହୋଇ, ନିଜର ଦେବପୁତ୍ରମାନଙ୍କର ସୁରକ୍ଷାପାଇଁ ଅଦିତି ପୟୋବ୍ରତ କରିଥିଲେ। ତାହା ଫଳରେ ଭଗବାନ ବିଷ୍ଣୁ ତାଙ୍କ ଗର୍ଭରୁ ବାମନ ରୂପେ ଆବିର୍ଭୂତ ହୋଇଥିଲେ।

ଭଗବାନ ବିଷ୍ଣୁଙ୍କର ଗୋଟିଏ ନାଆଁ ହେଉଛି ତ୍ରିବିକ୍ରମ। ଏହା ତାଙ୍କର ବାମନାବତାର ସହିତ ସଂପୃକ୍ତ।
ବାମନାବତାର ହେଉଛନ୍ତି ବିଷ୍ଣୁଙ୍କର ପଞ୍ଚମ ଅବତାର। ଏହା ମଧ୍ୟ ତାଙ୍କର ପ୍ରଥମ ମନୁଷ୍ୟରୂପୀ ଅବତାର।

ବଳି ମହାପ୍ରତାପୀ ହେଲେ ମଧ୍ୟ, ଥିଲା ମହାଦାନୀ। ତେଣୁ ଛଳରେ ତାହାଠାରୁ ଦାନ ଗ୍ରହଣ କରିବାପାଇଁ ଭଗବାନ ସେହି ବଟୁ ବାମନ ରୂପରେ ବଳିର ଯଜ୍ଞସ୍ଥଳକୁ ଯାଇଥିଲେ। ତାକୁ ଶପଥ କରାଇ ମାତ୍ର ତିନିପାଦ ଭୂମି ଦାନ ରୂପେ ମାଗିଥିଲେ।
ଗୁରୁ ଶୁକ୍ରାଚାର୍ଯ୍ୟ ଅବଶ୍ୟ ବଳିକୁ ଚେତାଇ ଦେଇଥିଲେ-ଏ ବିଷ୍ଣୁ। ମାୟାଧର। ମାୟାବାମନ ରୂପ ଧରିଛନ୍ତି। ଛଳରେ ତୋର ଯଶ, ସଂପଦ ସବୁ ହରଣ କରିନେବେ। ଗୋଟିଏ ପାଦରେ ପୃଥିବୀ, ଅନ୍ୟ ପାଦରେ ଆକାଶ ନେବା ପରେ, ତୋତେ ତୃତୀୟ ପାଦର ଦାନ ମାଗିବେ। ତୁ ସେହି ଦାନ କିପରି ଦେବୁ?

ମାତ୍ର ବଳି କହିଲା- ମୁଁ ସତ୍ୟ କରିଛି। ସେହି ସତ୍ୟକୁ ଲଂଘନ କରିବି ନାହିଁ। ମୁଁ ମୋ ସତ୍ୟ ଅନୁରୂପେ ତାଙ୍କୁ ଦାନ ଦେବି।
ସେହି ଅନୁସାରେ ଶ୍ରୀବାମନ ନିଜର ଖର୍ବ ଶରୀର ଓ କ୍ଷୁଦ୍ର ପାଦକୁ ବିସ୍ତାରିତ କରି  ପ୍ରଥମ ପାଦର ବିକ୍ରମରେ ପୃଥିବୀକୁ ଏବଂ ଦ୍ୱିତୀୟ ପାଦର ବିକ୍ରମରେ ଗଗନକୁ ଅଧିକାର କରିନେଲେ। ଫଳରେ ତୃତୀୟ ପାଦର ଦାନ ପାଇଁ ବଳି ତାଙ୍କ ଆଗରେ ନିଜର ମଥା ପାତି ଦେଲା। ସେହି ତୃତୀୟ ପାଦର ବିକ୍ରମରେ ସେ ବଳିକୁ ପାତାଳକୁ ଚାପି ଦେଲେ। ସେହି ବିଶାଳ ଓ ତ୍ରିପାଦରୂପ ହେଲା ଭଗବାନ ବିଷ୍ଣୁଙ୍କର ତ୍ରିବିକ୍ରମ ରୂପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe