ଜୀବନଶୈଳୀ କମାଇବ ଅଲ୍‌ଝାଇମର୍ସ ଆଶଙ୍କା

Advertisment

ଅଲ୍‌ଝାଇମର୍ସ ହେଉଛି ଏପରି ଏକ ପ୍ରଗତିଶୀଳ ସ୍ନାୟବିକ ବିଶୃଙ୍ଖଳା, ଯାହା ମୁଖ୍ୟତଃ ସ୍ମରଣଶକ୍ତି, ଚିନ୍ତାଶକ୍ତି ଓ ଆଚରଣକୁ ପ୍ରଭାବିତ କରିଥାଏ। ଏହାଦ୍ବାରା ଜଣେ ବ୍ୟକ୍ତିର ସାଧାରଣ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇଥାଏ।

ଅଲ୍‌ଝାଇମର୍ସ ହେଉଛି ଏପରି ଏକ ପ୍ରଗତିଶୀଳ ସ୍ନାୟବିକ ବିଶୃଙ୍ଖଳା, ଯାହା ମୁଖ୍ୟତଃ ସ୍ମରଣଶକ୍ତି, ଚିନ୍ତାଶକ୍ତି ଓ ଆଚରଣକୁ ପ୍ରଭାବିତ କରିଥାଏ। ଏହାଦ୍ବାରା ଜଣେ ବ୍ୟକ୍ତିର ସାଧାରଣ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇଥାଏ।

hkhfhkfhkfhkhk

ଅଲ୍‌ଝାଇମର୍ସର ବିକାଶରେ ଆନୁବଂଶିକ କାରକର ବେଶୀ ଭୂମିକା ରହିଥିବା ବେଳେ ଜୀବନଶୈଳୀ ମଧ୍ୟ ମସ୍ତିଷ୍କ ସ୍ବାସ୍ଥ୍ୟ ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ। ତେବେ ଉପଯୁକ୍ତ ଖାଦ୍ୟ, ବିଶ୍ରାମ ଓ ପରିଶ୍ରମ ସମ୍ବଳିତ ଜୀବନଶୈଳୀ ଆପଣେଇବା ଦ୍ବାରା ଅଲ୍‌ଝାଇମର୍ସ ଆଶଙ୍କାକୁ ହ୍ରାସ କରିହେବ କିମ୍ବା ତା’ର ପରିପ୍ରକାଶକୁ ବିଳମ୍ବିତ କରିହେବ ବୋଲି  ଗବେଷଣାରୁ ପ୍ରକାଶ।

ଅଲ୍‌ଝାଇମର୍ସ ହେଉଛି ଏପରି ଏକ ପ୍ରଗତିଶୀଳ ସ୍ନାୟବିକ ବିଶୃଙ୍ଖଳା, ଯାହା ମୁଖ୍ୟତଃ ସ୍ମରଣଶକ୍ତି, ଚିନ୍ତାଶକ୍ତି ଓ ଆଚରଣକୁ ପ୍ରଭାବିତ କରିଥାଏ। ଏହାଦ୍ବାରା ଜଣେ ବ୍ୟକ୍ତିର ସାଧାରଣ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇଥାଏ। ଅଲ୍‌ଝାଇମର୍ସର ବିକାଶରେ ଆନୁବଂଶିକ କାରକର ବେଶୀ ଭୂମିକା ରହିଥିବା ବେଳେ ଜୀବନଶୈଳୀ ମଧ୍ୟ ମସ୍ତିଷ୍କ ସ୍ବାସ୍ଥ୍ୟ ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ। ତେବେ ଗବେଷଣା ଅନୁଯାୟୀ, ଉପଯୁକ୍ତ ଖାଦ୍ୟ, ବିଶ୍ରାମ ଓ ପରିଶ୍ରମ ସମ୍ବଳିତ ଏକ ସୁସ୍ଥ ଜୀବନଶୈଳୀ ଆପଣେଇବା ଦ୍ବାରା ଅଲ୍‌ଝାଇମର୍ସ ଆଶଙ୍କାକୁ ଯଥେଷ୍ଟ କମାଯାଇପାରିବ କିମ୍ବା ତାହାର ପରିପ୍ରକାଶକୁ ବିଳମ୍ବିତ କରିହେବ। 

ପ୍ରାରମ୍ଭିକ ପର୍ଯ୍ୟାୟରେ, ବିଶେଷ କରି ମଧ୍ୟମ ବୟସ ବେଳେ ପ୍ରତିଷେଧକ ପଦକ୍ଷେପ ଉପରେ ଧ୍ୟାନ ଦେଇ ଜଣେ ଦୀର୍ଘ ଅବଧି ପାଇଁ ନିଜ ମସ୍ତିଷ୍କର ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖି ହେବ। ନିୟମିତ ଶାରୀରିକ ବ୍ୟାୟାମର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ସହ ମସ୍ତିଷ୍କକୁ ରକ୍ତସଂଚାଳନ ସୁଗମ କରି ନୂତନ ମସ୍ତିଷ୍କକୋଷ ସୃଷ୍ଟି କରିବାରେ ସହାୟକ ହୋଇଥାଏ। କ୍ଷିପ୍ର ଚାଲି, ପହଁରା ଓ ସାଇକେଲ ଚାଳନା ପରି ମଧ୍ୟମ ଧରଣର ବ୍ୟାୟାମ ସପ୍ତାହକୁ ଅନ୍ତତଃ ଅଢ଼େଇ ଘଣ୍ଟା କରିବା ଯଥେଷ୍ଟ। 

ମସ୍ତିଷ୍କ ସ୍ବାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ଅପରିହାର୍ଯ୍ୟ। ଏ ପରିପ୍ରେକ୍ଷୀରେ ଆଣ୍ଟିଅକ୍ସିଡାଣ୍ଟଯୁକ୍ତ ତଥା ସ୍ବାସ୍ଥ୍ୟପ୍ରଦ ଚର୍ବି ସମ୍ବଳିତ ଏବଂ ନିମ୍ନ ଶର୍କରାସଂପନ୍ନ ଖାଦ୍ୟ ଗ୍ରହଣ କରିବା ଉଚିତ। ଫଳମୂଳ, ସବୁଜ ପନିପରିବା ଓ ଶସ୍ୟବୀଜ ମସ୍ତିଷ୍କକୁ ଅତ୍ୟାବଶ୍ୟକ ପୋଷକ ଓ ଆଣ୍ଟିଅକ୍ସିଡାଣ୍ଟ ଯୋଗାଇଥା’ନ୍ତି। ସେହିପରି ଆହ୍ବାନ ସୃଷ୍ଟି କରୁଥିବା କାର୍ଯ୍ୟକଳାପ ମଧ୍ୟ ଏ ଦିଗରେ ଉପାଦେୟ। କାରଣ ବୌଦ୍ଧିକ ଉଦ୍ଦୀପନା ମସ୍ତିଷ୍କର ପଥକୁ ସୁଦୃଢ଼ କରି ସମୟକ୍ରମେ ସ୍ମରଣ ଶକ୍ତି ଓ ଚିନ୍ତନ ଦକ୍ଷତାରେ ଉନ୍ନତି ଆଣିଥାଏ। ପଢ଼ିବା, ନୂଆ କୌଶଳ ଶିଖିବା, ଚେସ୍‌ ଭଳି ରଣନୀତିକ ଖେଳ ଖେଳିବା, ଗୋଲକଧନ୍ଦାର ସମାଧାନ କରିବା, ବାଦ୍ୟଯନ୍ତ୍ର ବଜାଇବା କିମ୍ବା ଅର୍ଥପୂର୍ଣ୍ଣ ସାମାଜିକ ପାରସ୍ପରିକ କ୍ରିୟାରେ ଲିପ୍ତ ରହିବା ଭଳି କାର୍ଯ୍ୟକଳାପ ଜ୍ଞାନୀୟ ଭଣ୍ଡାରକୁ ସମୃଦ୍ଧ କରିଥାଏ। 
ଭଲ ନିଦ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଦିନକୁ ଅନ୍ତତଃ ୭ରୁ ୯ଘଣ୍ଟା ଶୋଇବା ଉଚିତ। ଧୂମପାନ, ମଦ୍ୟପାନ ଓ ନିଶା ସେବନ ଆଦି ତ୍ୟାଗ କରି ସାମାଜିକ ସଂଯୋଗକୁ ସୁଦୃଢ଼ କରିବା ଦ୍ବାରା ମଧ୍ୟ ଜ୍ଞାନାତ୍ମକ ବିକାଶ ଜାରି ରହିବା ସହ ଅଲ୍‌ଝାଇମର୍ସ ଆଶଙ୍କା ହ୍ରାସ କରିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe