www.google.com
ଏବେ ବଜାରରେ ଯେଉଁଠି ଦେଖିବେ ଲିଚୁ। ବିଶେେ କରି ସାବିତ୍ରୀ ଓ ରଜ ସମୟରେ ନଜର ଆସୁଥିବା ଏହି ଫଳଟି ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ଆହୁରି ସୁଆଦିଆ। ମିଠା ଲାଗୁଥିବା ଏହି ରସାଳୁଆ ଫଳଟି ଅନେକ ଲୋକଙ୍କର ପ୍ରିୟ। ଏହା ଏକ ଋତୁଭିତ୍ତିକ ଫଳ ହୋଇଥିବାରୁ ସବୁ ସମୟରେ ଦେଖିବାକୁ ମିଳେ ନାହିଁ। ଏହି କାରଣରୁ ଆପଣ ଏବେ ଏହି ଫଳ ଖାଇକରି ଭରପୂର୍ ମଜା ଉଠାନ୍ତୁ। ଏହା କେବଳ ସ୍ବାଦିଷ୍ଟ ନୁହେଁ, ବହୁ ଉପକାରୀ ମଧ୍ୟ।
ଏହି ଫଳରେ ପ୍ରଚୁର ପରିମାଣର ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟି ଅକ୍ସିଡାଣ୍ଟ୍ ରହିଛି। ଏଥିରେ ରହିଥିବା ପଟାସିୟମ୍, କପର ଓ ଭିଟାମିନ୍ ସି ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରଥାଏ। ଲିଚି ହୃଦ୍ରୋଗ, କର୍କଟ ଓ ମଧୁମେହ ପରି ରୋଗ ସହ ଲଢ଼ିଥାଏ।
ତେବେ ଲିଚୁ ଖାଇବାର ବି ଏକ ସୀମା ରହିଛି। ଆପଣ ଦିନକୁ ୧୦ରୁ ୧୨ଟି ଲିଚୁ ଖାଇପାରନ୍ତି। ମାତ୍ରାଧିକ ଲିଚୁ ଖାଇଲେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇପାରେ। ଲିଚୁକୁ ଆପଣ ନିଜର ଓଜନ ହ୍ରାସ ଡାଏଟ୍ରେ ବି ସାମିଲ୍ କରିପାରନ୍ତି। ଏହା ତ୍ବଚା ପାଇଁ ମଧ୍ୟ ଖୁବ୍ ଭଲ। ଏଥିରେ ଅଧିକ ଜଳୀୟ ଅଂଶ ଥିବାରୁ ଏହାକୁ ଖାଇବା ଦ୍ବାରା ତ୍ବଚାର ଉଜ୍ଜ୍ବଳତା ବୃଦ୍ଧି ପାଏ। କେବଳ ତ୍ବଚା ନୁହେଁ, କେଶ ପାଇଁ ବି ଲିଚୁ ଖୁବ୍ ଉପକାରୀ। ଏହାକୁ ଆପଣ ସକାଳୁ ଖାଇବା ଖୁବ୍ ଭଲ ହୋଇଥାଏ।
Follow Us