କାହାଠାରୁ ଋଣ ନେଇଛନ୍ତି କି? ସାବଧାନ! ଘଟିପାରେ ସ୍ୱାସ୍ଥ୍ୟହାନୀ

Advertisment
କାହାଠାରୁ ଋଣ ନେଇଛନ୍ତି କି? ସାବଧାନ! ଘଟିପାରେ ସ୍ୱାସ୍ଥ୍ୟହାନୀ

ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଦୁନିଆର ସବୁଠାରୁ ଦୁଃଖୀ ହେଉଛନ୍ତି ଋଣୀ। ଦୁଃଖ ଦାରିଦ୍ର୍ୟରେ ନଥାଏ, ବରଂ ଦୁଖଃ ଋଣରେ ଥାଏ। ଜୀବନରେ କେବେ କାହାଠାରୁ ଋଣ ନେଉନଥିବା ବ୍ୟକ୍ତି ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ଅପେକ୍ଷାକୃତ ସୁଖୀ ହେବା ସହ ସୁସ୍ଥବାନ ବି ହୋଇଥାନ୍ତି। ଶ୍ରୀକୃଷ୍ଣଙ୍କର ସେହି କଥାକୁ ବିଜ୍ଞାନ ଯୁଗର ଗବେଷକମାନେ ବି ସମର୍ଥନ କରିଛନ୍ତି। ପୂର୍ବରୁ ହୋଇଥିବା ଭିନ୍ନ ଭିନ୍ନ ଗବେଷଣାରୁ ଜାଣିବାକୁ ମିଳିଛି ଯେ ବାସ୍ତବରେ ବାରମ୍ବାର କରଜ କରୁଥିବା ବ୍ୟକ୍ତି ଅସୁସ୍ଥ ହୋଇଥାନ୍ତି।

publive-image

ଅନ୍ୟ ସମସ୍ତ ଚିନ୍ତାଠାରୁ ଋଣ ଚିନ୍ତା ବ୍ୟକ୍ତିର ମାନସିକତାକୁ ଗଭୀର ଭାବେ ପ୍ରଭାବିତ କରେ। ଏହା ବ୍ୟକ୍ତିକୁ ସଂପୂର୍ଣ୍ଣ ଭାବେ ଅନ୍ୟମନସ୍କ କରି ପକାଇବା ସହ ନିଦ୍ରାହୀନତାର ବି କାରଣ ହୋଇଥାଏ। ଦୀର୍ଘ ଦିନ ଧରି କରଜରେ ବୁଡ଼ି ରହୁଥିବା ବ୍ୟକ୍ତି ଅପେକ୍ଷାକୃତ ଅସୁସ୍ଥ ହେବା ସହ ଆତ୍ମବିଶ୍ୱାସ ହରାଇ ବସନ୍ତି। କରଜରେ  ବୁଡ଼ି ରହୁଥିବା ବ୍ୟକ୍ତିଙ୍କର କିଛି କରିବାରେ କ୍ଷମତା ପୂର୍ବାପେକ୍ଷା ହ୍ରାସ ପାଇଥାଏ। ଏହା ସମୟେ ସମୟେ ରକ୍ତଚାପର ବି କାରଣ ପାଲଟିଥାଏ। ସବୁଠରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଋଣ ନେଇ ଦୀର୍ଘ ଦିନ ପର୍ଯ୍ୟନ୍ତ ତାହାକୁ ନ ସୁଝିଲେ ବ୍ୟକ୍ତି ଧୀରେ ଧୀରେ ନକାରାତ୍ମାକ ଓ ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe