ପ୍ରତିଦିନ ସକାଳେ ଏପରି ପାଠ କରନ୍ତୁ ହନୁମାନ ଚାଳିଶା, ମିଳିବ ଏହି ୪ଟି ସୁଫଳ !

ପ୍ରତିଦିନ ସକାଳେ ଏପରି ପାଠ କରନ୍ତୁ ହନୁମାନ ଚାଳିଶା, ମିଳିବ ଏହି ୪ଟି ସୁଫଳ !

ପ୍ରଭୁ ହନୁମାନଙ୍କୁ କଳିଯୁଗର ଜୀବନ୍ତ ଦେବତା ବୋଲି ବିଶ୍ୱାସ କରାଯାଇଥାଏ। ସେଥିପାଇଁ ଆଜିକା ସମୟରେ ହନୁମାନଙ୍କୁ ପ୍ରସନ୍ନ କରିବା ଲୋକମାନେ ପୂଜାଅର୍ଚ୍ଚନା କରୁଛନ୍ତି। ତେବେ ପ୍ରତିଦିନ ସକାଳେ ହନୁମାନ ଚାଳିଶା ପାଠ କଲେ ଆପଣଙ୍କୁ କେତେଟି ସୁଫଳ ମିଳିଥାଏ। ଆସନ୍ତୁ ଜାଣିବା ଅନୁମାନ ଚାଳିଶା ପାଠ କରିବାର ବିଧି ଓ ଫାଇଦା।

ଅନୁମାନ ଚାଳିଶା ପାଠ କରିବାର ନିୟମ

୧. ପ୍ରତିଦିନ ସକାଳେ ସ୍ନାନ କରିବା ପରେ ଲାଲ ରଙ୍ଗର ଧୋତି ପିନ୍ଧି ପ୍ରଭୁ ହନୁମାନଙ୍କ ପ୍ରତିମା କିମ୍ବା ଫଟୋ ସାମ୍ନାରେ ବସି ହନୁମାନ ଚାଳିଶା ପାଠ କରନ୍ତୁ।

୨. ଯେଉଁ ଆସନରେ ବସି ପାଠ କରୁଛନ୍ତି ତାହା ସୂତାର ଆସନ ହୋଇଥିବା ଦରକାର।
୩. ହନୁମାନ ଚାଳିଶା ପାଠ ଆରମ୍ଭ କରିବା ପୂର୍ବରୁ ପ୍ରତିମା ସାମ୍ନାରେ ଶୁଦ୍ଧ ଗୁଆଘିଅର ଦୀପ ଜଳାନ୍ତୁ। ଏହାପରେ ହିଁ ପାଠ ଆରମ୍ଭ କରନ୍ତୁ।
୪. ଅତିକମ୍‌ରେ ୫ଥର ହନୁମାନ ଚାଳିଶା ପାଠ କରନ୍ତୁ।
୫. ସ୍ନାନ ନକରି କିମ୍ବା ଅସ୍ୱଚ୍ଛ ଅବସ୍ଥାରେ ହନୁମାସ ଚାଳିଶା ପାଠ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଦୋଷ ଲାଗିଥାଏ।

publive-image

ହନୁମାନ ଚାଳିଶା ପାଠ କରିବାର ଫାଇଦା

୧. ହନୁମାନ ଚାଳିଶା ପ୍ରତିଦିନ ସକାଳେ ପାଠ କଲେ ଇଚ୍ଛା ଶକ୍ତି ଜାତ ହୋଇଥାଏ।
୨.ଯାହାଫଳରେ ଆପଣ ପ୍ରତ୍ୟେକଟି ଅସୁବିଧାର ସାମ୍ନା କରିପାରିବେ।
୩. ଯେଉଁଘରେ ପ୍ର୍ରତିଦିନ ଅନୁମାନ ଚାଳିଶା ପାଠ କରାଯାଏ, ସେଠାରେ ନକରାତ୍ମକ ଶକ୍ତି ରହି ନଥାଏ।
୪. ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଧନ, ସନ୍ତାନ, ଚାକିରି, ରୋଗ ଆଦି ସମସ୍ୟା ଥିଲେ, ତାହା ଦୂର ହୋଇଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe