ପ୍ରେମର ଏହି ପ୍ରସଙ୍ଗରେ ଅଧିକ ସତର୍କ ହେବା ଉଚିତ, କାରଣ ଜାଣନ୍ତୁ

Advertisment
ପ୍ରେମର ଏହି ପ୍ରସଙ୍ଗରେ ଅଧିକ ସତର୍କ ହେବା ଉଚିତ, କାରଣ ଜାଣନ୍ତୁ

photo-youtube

ମନୁଷ୍ୟ ଏକ ସାମାଜିକ ପ୍ରାଣୀ ହୋଇଥିବା ହେତୁ ବନ୍ଧୁତାରେ ଖୁବ୍‌ ବିଶ୍ୱାସ କରିଥାଏ। ଏଥିପାଇଁ ସେ ଅନେକ ସମୟରେ ସାଙ୍ଗମାନଙ୍କ ଉପରେ ଖୁବ୍‌ ଭରସା ରଖିଥାଏ। ଆଉ ଏମିତି ବି ଅନେକ ସମୟରେ ହୋଇଥାଏ ଯେ ଆପଣ ଜଣଙ୍କୁ ନିଜର ସାଙ୍ଗ ବୋଲି ମନେ କରୁଥିବେ ହେଲେ ପରେ ତାଙ୍କ ପ୍ରେମରେ ପଡ଼ିଥିବେ । ଏହି ସମୟରେ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡ଼ିବ। ଅଧିକାଂଶ ଯୁବତୀ ପ୍ରେମ ସଂପର୍କରେ ଥିବା ବେଳେ ନିଜର ବୟଫ୍ରେଣ୍ଡକୁ ନେଇ ପଜିସିଭି ହୋଇଥାଆନ୍ତି ।

ଏହି କାରଣରୁ ଗର୍ଲଫ୍ରେଣ୍ଡ ଯେତେବେଳେ ସିରିଅସ ହୁଅନ୍ତି, ସେତେବେଳେ ସେମାନେ ବୟଫ୍ରେଣ୍ଡଙ୍କର ଫିମେଲ୍‌ ଫ୍ରେଣ୍ଡସ୍‌ମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିଥାଆନ୍ତି । କିନ୍ତୁ ଆପଣ ଏଥିପ୍ରତି ବିଶେଷ ଗୁରୁତ୍ୱ ନ ଦେବା ଭଲ। ବରଂ ତାଙ୍କ ସହ ଫ୍ଲର୍ଟ କରିବା ଭଲ। ଆପଣ ବି ଜଣାଇ ପାରନ୍ତି ଯେ ଆପଣଙ୍କୁ କେହି ଅପେକ୍ଷା କରିଛନ୍ତି। ଏପରିକି ତାଙ୍କୁ ବେଳେ ବେଳେ ମନା କରିବାର ବି ଅଭ୍ୟାସ କରନ୍ତୁ । ଏହା ଦ୍ୱାରା ପ୍ରକୃତରେ ସେ ଆପଣଙ୍କୁ ଭଲ ପାଉଛନ୍ତି କି ନା ତାହା ସହଜରେ ଜାଣିପାରିବେ। କିନ୍ତୁ ସବୁବେଳେ ନା କରିବା ବି ଠିକ୍‌ ନୁହେଁ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଆଦୌ ତାଙ୍କ ଉପରେ ସବୁ ବେଳେ ଲଟ୍ଟୁ ହୁଅନ୍ତୁ ନାହିଁ।

publive-image photo-amarujala

ଅଯଥା କଥାରେ ତାଙ୍କ ଉପରେ ନିର୍ଭର କରିବା ବି ଠିକ୍‌ ନୁହେଁ। ଆଉ ଏକ କଥା ହେଲା ଯେ ଉକ୍ତ ସାଙ୍ଗଙ୍କୁ ନିଜର ମନ କଥା ଖୋଲିକରି କହିବା ବେଳେ ବି ନିଜ ଉପରେ ନିୟନ୍ତ୍ରଣ ରଖିବା ଉଚିତ। କାରଣ କିଛି କଥା ଏମିତି ବି ଅଛି ଯାହା ସଂପର୍କକୁ ଖରାପ କରିପାରେ ଅଥବା ଆଗକୁ ନେବାରେ ପ୍ରତିବନ୍ଧକ ସାଜେ। ଯେତେବେଳେ ଯୁବତୀ ପ୍ରେମ ସଂପର୍କରେ ପଡ଼ିଯାଏ, ତେବେ ସେ ବୟଫ୍ରେଣ୍ଡକୁ ପାଖରେ ପାଇବାକୁ ଚାହେଁ ଯଦି ସେଭଳି ନ ଘଟେ ଉପରୋକ୍ତ ପ୍ରସଙ୍ଗରେ ଅଧିକ ବିବ୍ରତ ହୋଇ ଉଠେ । ଅଧିକାଂଶ କ୍ଷେତ୍ରରେ ଏଭଳି ପ୍ରସଙ୍ଗକୁ ନେଇ ଖୁବ୍‌ ବ୍ୟଥିତ ହୋଇଥାନ୍ତି। କିନ୍ତୁ ଯୁବତୀମାନେ ଏହି ପ୍ରସଙ୍ଗରେ ଅଧିକ ସତର୍କ ହେବା ଉଚିତ । ଆତୁର ହେଲେ ହେଉଥିବା କାମ ବି ବିଗିଡି ଯାଇଥାଏ। ଏହି ବିଷୟରେ କୌଣସି ସମସ୍ୟା ଦେଖା ଦେଲେ ସାଙ୍ଗମାନଙ୍କ ପରାମର୍ଶ ବି ନେଇପାରନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe