ଇଣ୍ଟରଭ୍ୟୁ ଯିବା ପୂର୍ବରୁ ଏମିତି ନିଅନ୍ତୁ ମେକ୍‌ଅପ୍‌!

Advertisment
ଇଣ୍ଟରଭ୍ୟୁ ଯିବା ପୂର୍ବରୁ ଏମିତି ନିଅନ୍ତୁ ମେକ୍‌ଅପ୍‌!

ସାଧାରଣତଃ ଇଣ୍ଟରଭ୍ୟୁକୁ ଯିବା ପୂର୍ବରୁ ଝିଅମାନେ ସର୍ବଦା ଦ୍ୱନ୍ଦ୍ୱରେ ରହିଥାନ୍ତି କି କିପରି ଭାବରେ ସେ ମେକ୍‌ଅପ୍‌ ନେଲେ ସୁନ୍ଦର ଦେଖାଯିବେ। ଆଉ ଯଦି ଆପଣ ବି ଏହି ବିଷୟରେ ଭାବୁଅଛନ୍ତି ତେବେ ଚିନ୍ତା କରିବାର କୌଣସି ହେଲେ ବି କାରଣ ନାହିଁ। କାହିଁକି ନା, ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଧ୍ୟାନ ରଖି ଆପଣ ଆପଣଙ୍କ ଲୁକ୍‌କୁ ବହୁତ ଇମ୍ପ୍ରେସିଭ୍‌ ବାନାଇପାରିବେ! ଏପରିକି ଆପଣଙ୍କ ଚାକିରି ମଧ୍ୟ ମେକ୍‌ଅପ୍‌ର ସାହାରାରେ ନିଶ୍ଚିତ ଭାବେ ହୋଇଯିବ! ତେବେ ଆସନ୍ତୁ ଜାଣିବା ଏନେଇ ଉପାୟ ....

୧-ଇଣ୍ଟରଭ୍ୟୁକୁ ଯିବାବେଳେ ଆପଣ କୌଣସି ହେବି ଜୁଏଲାରି ପିନ୍ଧନ୍ତୁ ନାହିଁ। ଇଣ୍ଟରଭ୍ୟୁ ଯିବା ପୂର୍ବରୁ ଆପଣଙ୍କୁ ସର୍ବଦା ଏହି କଥା ଉପରେ ଧ୍ୟାନ ରଖିବାକୁ ହେବ ଯେ,ଯେପରି ଆପଣ ଯାହାବି ଅଳଙ୍କାର ପିନ୍ଧିଥାନ୍ତୁ ନା କାହିଁକି,ତାହା ଯେପରି ହେବି ହୋଇନଥାଏ। ଏହା ସଙ୍ଗେ ସଙ୍ଗେ ସଙ୍ଗେ ଉକ୍ତ ଅଳଙ୍କାରଗୁଡ଼ିକ ଯେପରି ବଡ଼ ହୋଇନଥାଏ। ଇଣ୍ଟରଭ୍ୟୁରେ ସର୍ବଦା ଆପଣଙ୍କର ଲୁକ୍‌ଟି ଯେପରି ସିମ୍ପୁଲ୍‌ ଏବଂ ଇମ୍ପ୍ରେସିଭ୍‌ ହୋଇଥାଏ। ଏହବ୍ୟତୀତ ଆପଣଙ୍କ ପୋଷାକ ପିନ୍ଧିବା ଶୈଳୀ ଅନୁଯାୟୀ ଆପଣଙ୍କ ଅଳଙ୍କାର ଯେପରି ମ୍ୟାଚିଙ୍ଗ୍‌ ହେବ ଓ ହାଲ୍‌କା ହୋଇବ ଏହା ଉପରେ ମଧ୍ୟ ଆପଣଙ୍କୁ ନଜରରେ ରଖିବାକୁ ପଡ଼ିବ।

୨- ତେବେ ଆପଣ ଏହି ଖାସ୍‌ ମୌକାରେ ଆପଣଙ୍କ କପଡ଼ାର ମଧ୍ୟ ଧ୍ୟାନ ରଖନ୍ତୁ। ଏଥିସହିତ ଆପଣ ଅଧା କିମ୍ବା ଡିଜାଇନିଙ୍ଗ୍‌ କପଡ଼ା ପରିଧାନ କରିବାଠୁଁ ବଞ୍ଚକରି ହିଁ ରୁହନ୍ତୁ। ହୋଇପାରିବା ତ ଆପଣ ଫୁଲ୍‌ ସ୍ଲିବ୍‌ ବା କ୍ୱାଟର ବାଲା ସାର୍ଟ କିମ୍ବା କୁର୍ତ୍ତି ପରିଧାନ କରି ଇଣ୍ଟରଭ୍ୟୁ ଦେବାକୁ ଯାଆନ୍ତୁ। କାହିଁକିନା, ଏହା ନା କେବଳ ଦେଖିବାକୁ ଭଲ ହୋଇଥାଏ,ତାହା ନୁହେଁ ବରଂ ଏହା ଆପଣଙ୍କୁ ଭଲ ଏକ ପ୍ରଫେସ୍‌ନାଲ୍‌ ଲୁକ୍‌ ମଧ୍ୟ ଦେଇଥାଏ।

୩-ଏତଦ୍‌ବ୍ୟତୀତ ଆପଣ ସାଧାରଣ ବାଲା ମେକ୍‌ଅପ୍‌ ନେଇ ଇଣ୍ଟରଭ୍ୟୁ ଦେବାକୁ ଯାଆନ୍ତୁ। ଯେପରିକି କାଜଲ,ଆଇଲାଇନର୍‌,ମସ୍କରା ଏବଂ କିଛି ମାତ୍ରାରେ ଆଇ ସ୍ୟାଡୋ ବି ଲଗାନ୍ତୁ। ଏହା ସଙ୍ଗେ ସଙ୍ଗେ ଆପଣ ଆପଣଙ୍କ କ୍ରିମ୍‌ରେ କିଛି ମାତ୍ରାରେ ଫାଉଣ୍ଡେସନ୍‌କୁ ମିଶାଇକି ଲଗାନ୍ତୁ।

୪-ଏହସହିତ ଆପଣ ଆପଣଙ୍କର କେଶ ସାଜସଜ୍ଜା ଉପରେ ମଧ୍ୟ ଧ୍ୟାନ ରଖନ୍ତୁ। ଇଣ୍ଟରଭ୍ୟୁ ଯିବାପୂର୍ବରୁ ସାଧା ସିଧା ହେୟାର୍‌ ଷ୍ଟାଇଲ୍‌ କରି ଯାଆନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe