ଆପଣଙ୍କ କେଶ ଜଟା ହେଉଛି କି? ଆପଣାନ୍ତୁ ଏହି ସବୁ ଉପାୟ

Advertisment
ଆପଣଙ୍କ କେଶ ଜଟା ହେଉଛି କି? ଆପଣାନ୍ତୁ ଏହି ସବୁ ଉପାୟ

South China Morning Post

ବ୍ୟସ୍ତ ବହୁଳ ଜୀବନରେ ଅଧିକାଂଶ ମହିଳାକୁ ନିତିଦିନ କେଶ ବିନ୍ୟାସ କରିବାକୁ ସମୟ ମିଳିନଥାଏ। ଯେଉଁ କାରଣରୁ ସେମାନ କେଶକୁ ଅସଜଡ଼ା ଭାବେ ବାନ୍ଧି ଦେଇ ନିଜ କାମରେ ବାହାରି ଯାଇଥାନ୍ତି। ଏପରି ଲଗାତର କିଛି ଦିନ ହେଲେ କେଶ ଜଟା ହେବା ଆରମ୍ଭ ହୋଇଯାଏ। ଥରେ କେଶ ଜଟା ହୋଇଗଲେ ତାହାକୁ କୁଣ୍ଡାଇ ସଜାଡ଼ିବା ଆୟତ୍ତ ବାହାର ହୋଇପଡ଼େ। ପ୍ରବଳରୁ ଅତିପ୍ରବଳ କେଶ ଝଡ଼ିଥାଏ ଏହି କ୍ଷେତ୍ରରେ। ଯଦି ଆପଣ କେତେବେଳେ ଏହିପରି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତ କ’ଣ କରିବେ? ଆମେ ଆପଣଙ୍କୁ ଏପରି କିଛି ତରିକା ବତାଇବୁ ଯାହା ଦ୍ବାରା ଅ‌ାପଣ ଆପଣଙ୍କ ଜଟା କେଶକୁ ସହଜରେ ଛଡ଼ାଇ ପାରିବେ।

: ଆପଣଙ୍କ କେଶ ଯଦି ଜଟା ହୋଇଛି ତେବେ ଆପଣ ଛଡ଼ା ଦାନ୍ତଯୁକ୍ତ ପାନିଆ ବ୍ୟବହାର କରନ୍ତୁ। ଯାକ ଦାନ୍ତଯୁକ୍ତ ପାନିଆ ବ୍ୟବହାର କଲେ କେଶ ଛିଡ଼ିଯିବାର ଅତ୍ୟଧିକ ସମ୍ଭାବନା ରହିଛି।

: କେଶର ଜଟ ଛଡ଼ାଇବା ପାଇଁ ଯେତେ ପାରୁଛନ୍ତି ପତଳା ତୈଳର ବ୍ୟବହାର କରନ୍ତୁ। ତେଲକୁ ତାଳୁରୁ ନେଇ କେଶ ଅଗ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ମାଲିସ୍‌ କରନ୍ତୁ।

publive-image
iDiva

: ତାପରେ ହାତରେ ଖୁବ୍‌ କମ୍‌ କମ୍‌‌ କେଶ ନେଇ ପାନିିଆରେ କୁଣ୍ଡାନ୍ତୁ। ଅସଜଡ଼ା କେଶ ସହ କୁଣ୍ଡା ଯାଇଥିବା କେଶକୁ ନମିଶାଇ ଅଲଗା ରଖନ୍ତୁ। ଧୀରେ ଧୀରେ କରି ସବୁ କେଶ କୁଣ୍ଡାଇ ସାରିବା ପରେ ସବୁକୁ ମିଶାଇ ସଜାଡ଼ନ୍ତୁ।

: କେଶ ଜଟା ନହେବା ପାଇଁ ଆପଣ କେଶରେ ଅଣ୍ଡା ବ୍ୟବହାର କରିପାରିବେ। କଞ୍ଚା ଅଣ୍ଡାକୁ ଫଟାଇ କେଶରେ ଲଗାନ୍ତୁ। କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ। ଦେଖିବେ କେଶ ମସୃଣ ହୋଇଯିବ।

: ବାଦାମ ତେଲ୍‌‌ କେଶ ପାଇଁ ବହୁତ ଭଲ। ଆପଣ ଦୈନିକ କେଶରେ ବାଦାମ ତେଲ୍‌ ମାଲିସ୍‌ କଲେ ଜଟା ସମସ୍ୟା ରହିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe