ପୁରୁଷ ପାଇଁ ପ୍ରସ୍ତୁତ ହୋଇଥିବା ଗର୍ଭନିରୋଧ ବଟିକାରେ ରହିଛି ପାର୍ଶ୍ୱ ପ୍ରତିକ୍ରିୟା, ହୋଇପାରେ ଏହି ୪ଟି ଭୟଙ୍କର ସମସ୍ୟା

Advertisment
ପୁରୁଷ ପାଇଁ ପ୍ରସ୍ତୁତ ହୋଇଥିବା ଗର୍ଭନିରୋଧ ବଟିକାରେ ରହିଛି ପାର୍ଶ୍ୱ ପ୍ରତିକ୍ରିୟା, ହୋଇପାରେ ଏହି ୪ଟି ଭୟଙ୍କର ସମସ୍ୟା

ନୂଆଦିଲ୍ଲୀ: ନିକଟରେ ୟୁନିଭର୍ସିଟି ଅଫ ଓ୍ଵାସିଙ୍ଗଟନ୍‌ର ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ପୁରୁଷଙ୍କ ଗର୍ଭନିରୋଧ ବଟିକା ବିକଶିତ କରିଛନ୍ତି। ଏହି ବଟିକାକୁ ଡିମିଥ୍ୟାଡ୍ରୋଲୋନ୍‌ ଅନଡେକେନୋଟ (ଡିଏମଏୟୁ)ର ନାମ ଦିଆଯାଇଛି। ବୈଜ୍ଞାନିକମାନେ ୧୮ରୁ ୫୦ ବର୍ଷର ୧୦୦ଜଣ ପୁରୁଷଙ୍କୁ ନେଇ ପରୀକ୍ଷଣ କରିବା ପରେ ଡିଏମ୍‌ଏୟୁ ବଟିକାକୁ ସଫଳ ବୋଲି କୁହାଯାଇଥିଲା। ତେବେ ଏହି ବଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଛି ବୋଲି ନିକଟରେ ଖବର ସାମ୍ନାକୁ ଆସିଛି।

publive-image

ପରୀକ୍ଷଣରେ ସଫଳ ହେବା ପରେ ସେହି ପୁରୁଷଙ୍କ ଶରୀରରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ପାର୍ଶ୍ୱ ପ୍ରତିକ୍ରିୟାରେ ଓଜନ ବୃଦ୍ଧି, ସ୍ତନର ଆକୃତି ବୃଦ୍ଧି, ରକ୍ତ ଜମାଟ ବାନ୍ଧିବା, ଅବସାଦ ଓ ହାଡକୁ ଦୁର୍ବଳ ଆଦି ସମସ୍ୟା ସାମିଲ ରହିଛି।

ୟୁରୋଲାଜିଷ୍ଟ ସେଠ କୋହନଙ୍କ କହିବାନୁସାରେ, ସାଧାରଣତଃ ଜଣେ ପୁରୁଷ ଭିତରେ ୩୫୦ରୁ ୧୧୦୦ ନ୍ୟାନୋଗ୍ରାମ ଉପରେ ଡେସିଲିଟର ଟେଷ୍ଟୋରାନ୍‌ ସାମିଲ ଥାଏ। କିନ୍ତୁ ଡିଏମଏୟୁ ବଟିକା ସେବନ କରିଥିବା ପୁରୁଷ ମଧ୍ୟରେ ଟେଷ୍ଟୋରାନ୍‌ ହ୍ରାସ ପାଇ ୧୩ ନ୍ୟାନୋଗ୍ରାମ ଡିସିଲିଟର ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ ଯାହା ବହୁତ କମ୍‌ ହୋଇଥାଏ। ଟେଷ୍ଟୋରାନ୍‌ କମ୍‌ ହେତୁ ପୁରୁଷ ଭିତରେ ଏହି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe