ଋତୁଭିତ୍ତିକ ଫଳ ମଧ୍ୟରେ ଏହି ଫଳ ଶ୍ରେଷ୍ଠ , ଦୈନିକ ଖାଆନ୍ତୁ ଓ ସୁଫଳ ପାଆନ୍ତୁ

Advertisment
ଋତୁଭିତ୍ତିକ ଫଳ ମଧ୍ୟରେ ଏହି ଫଳ ଶ୍ରେଷ୍ଠ , ଦୈନିକ ଖାଆନ୍ତୁ ଓ ସୁଫଳ ପାଆନ୍ତୁ

Amazon.in

ଆପଣ ଜାଣନ୍ତି ଯେ ଫଳଠାରୁ ଭଲ ଆହାର ଆଉ କିଛି ଥାଇନପାରେ। ସବୁ ଫଳର କିଛି ନା କିଛି ସ୍ବତନ୍ତ୍ରତା ରହିଛି। ଋତୁଭିତ୍ତିକ ଫଳ ମଧ୍ୟରେ ଆମ୍ବ ଅନ୍ୟତମ। ଖରାଦିନେ ଆମ୍ବଠାରୁ ଭଲ ଫଳ ଆଉ କିଛି ହୋଇନପାରେ। କେହି କେହି ପାଚିଲା ଆମ୍ବ ଖାଇବାକୁ ପସନ୍ଦ କରନ୍ତି ତ ପୁଣି କେହି ତାହାକୁ ଜୁସ୍‌ କରି ପିଇବାକୁ ଭଲପାଆନ୍ତି। ଆମ୍ବ ଜେଲି, ଆମ୍ବସଢ଼ା ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ରହିଛି ଆମ୍ବକୁ ନେଇ।

ଆମ୍ବରେ ଅନେକ ଭଲ ଗୁଣ ରହିଛି। ଆମ୍ବ ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଇଥାଏ। କମ୍‌ ବ୍ୟବଧାନରେ ଭୋକ ଲାଗିଥାଏ। ଭୋକ ଠିକ୍‌ ସମୟରେ ଲାଗୁଥିବା ଲୋକ ସାଧାରଣତଃ ନିରୋଗୀ। ଆମ୍ବ ଆଖି ପାଇଁ ଖୁବ୍ ଭଲ୍‌ ହୋଇଥାଏ। କେବଳ ସେତିକି ନୁହେଁ, ଆମ୍ବ ଖାଇବା ଦ୍ବାରା କେ‌ାଲେଷ୍ଟ୍ରଲ୍‌ ସ୍ତର କମ୍‌ ହେବା ସହ ତ୍ବଚା ଚିକ୍କଣ ରହିଥାଏ। ଅଧିକାଂଶ ମଧୁମେହ ରୋଗୀ ଭାବିଥାନ୍ତି ଆମ୍ବ ରକ୍ତରେ ଶର୍କରା ଭାଗକୁ ବଢ଼ାଇ ଥାଏ। ମାତ୍ର ତାହା ଭୁଲ୍‌ ଧାରଣା। ମଧୁମେହ ରୋଗୀମାନେ ବି ଆମ୍ବ ଖାଇପାରିବେ, କିନ୍ତୁ ଏଥିଲାଗି ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଜରୁରୀ। ପ୍ରଚୁର ଆମ୍ବ ଖାଉଥିବା ବ୍ୟକ୍ତିଙ୍କ ଭିତରେ କର୍କଟ ହେବାର ସମ୍ଭାବନା ଖୁବ୍ କମ୍‌ ଥାଏ। ଏହା ତ୍ବଚା ଭଲ ରଖିବା ସହ କେଶ ପାଇଁ ବି ଖୁବ୍ ଭଲ ହୋଇଥାଏ। ଆପଣ ଯଦି ଉତ୍ତମ କେଶ ଓ ତ୍ବଚା ଚାହାନ୍ତି ତେବେ ପ୍ରଚୁର ଆମ୍ବ ଖାଆନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe