ପାର୍ଲର ନଯାଇ କରନ୍ତୁ ମାନିକିୟୋର, ପେଡିକିୟୋର୍‌; ଆବଶ୍ୟକୀୟ ସାଧାରଣ ସାମଗ୍ରୀରେ ଘରେ ହିଁ ହୋଇପାରିବ

Advertisment
ପାର୍ଲର ନଯାଇ କରନ୍ତୁ ମାନିକିୟୋର, ପେଡିକିୟୋର୍‌; ଆବଶ୍ୟକୀୟ ସାଧାରଣ ସାମଗ୍ରୀରେ ଘରେ ହିଁ ହୋଇପାରିବ

Brawta Living

ମଧ୍ୟମ ବର୍ଗର ଲୋକଙ୍କ ପାଇଁ ସବୁବେଳେ ପାର୍ଲର ଯିବା ଆଦୌ ସହଜ କଥା ନୁହେଁ। ମାତ୍ର ନିଜ ସୌନ୍ଦର୍ଯ୍ୟର ଯତ୍ନ ନେବାର ଇଚ୍ଛା କାହାର ବା ନଥାଏ! ଆପଣ ଚିନ୍ତା କରନ୍ତୁ ନାହିଁ, ସବୁ କାମ ପାର୍ଲର ବିନା ଅଟକି ରୁହେନି। ଘରୋଇ ଉପାୟରେ ବି ନେଇ ହେବ ନିଜ ତ୍ୱଚାର ଯତ୍ନ। ତେବେ ଚାଲନ୍ତୁ ଜାଣିିବା ବିନା ପାର୍ଲର ଯାଇ କେଉଁ ଭଳି ଭାବେ ଘରେ ବସି ମାନିକିୟୋର୍‌( ହାତ ସଫା) ଓ ପେଡିକିୟୋର୍‌(ଗୋଡ଼ ସଫା) କରିପାରିବେ।

ଉଭୟ ମାନିକିୟୋର ଓ ପେଡିକିୟୋର୍‌ ଗେଟାଏ ପ୍ରଣାଳୀରେ କରିହେବ। ସେଥିପାଇଁ ଆପଣଙ୍କୁ ଆବଶ୍ୟକ ବଡି ସମ୍ପୋ, ଲୁଣ, କାଗେଜି, ହାଇଡ୍ରୋଜେନ୍‌ ପେରକ୍‌ସାଇଡ୍‌(ପ୍ରତ୍ୟେକ ମେଡିସିନ୍‌ ଷ୍ଟୋର୍‌ରେ ମିଳେ), ଗୋଲାପ ଜଳ, ବଡି ଲୋସନ ଓ ପାଣି।

publive-image TripAdvisor

ପ୍ରଥମେ କିଛି ପାଣି ନେଇ ତାହାକୁ ହାଲୁକା ଉଷୁମ କରନ୍ତୁ। ସେହି ପାଣିକି ଏକ ପାତ୍ରରେ କାଢ଼ି ସେଥିରେ ଆବଶ୍ୟକ ମୁତାବକ ଲୁଣ ପକାଇ ମିଶାଇ ଦିଅନ୍ତୁ। ତାପରେ ସେଥିରେ ଫେଣ ହେବା ପରିମାଣର ବଡି ସାମ୍ପୋ ମିଶାନ୍ତୁ। ସାମ୍ପୋ ମିଶାଇ ଗୋଳାଇବା ପରେ ସେଥିରେ କାଗେଜି କାଟି ଚିପୁଡ଼ି ଦିଅନ୍ତୁ। କିଛି ସମୟ ପର୍ଯ୍ୟନ୍ତ ସେହି ପାଣିରେ ହାତ କିମ୍ବା ଗୋଡ଼କୁ ବୁଡ଼ାଇ ରଖନ୍ତୁ। ତା’ପରେ ଲେମ୍ବୁ ଘଷି ଘଷି ହାତ/ଗୋଡ଼ ସଫା କରନ୍ତୁ।

ଭଲ ଭାବେ ହାତ/ଗୋଡ଼କୁ ଧୋଇ ଦେବା ପରେ ଏକ ନରମ ତଉଲିଆରେ ପୋଛି ସେଥିରେ ପ୍ରଥମେ ଗୋଲାପ ଜଳ ଲଗାନ୍ତୁ ଓ ଗୋଲାପ ଜଳ ଶୁଖି ଗଲା ପରେ ବଡି ଲୋସନ ଲଗାଇ ସାମାନ୍ୟ ମାଲିସ୍‌ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe