ଗଞ୍ଜେଇ ବଢ଼ାଏ ହୃଦ୍‌ଘାତ ଆଶଙ୍କା!

ଗଞ୍ଜେଇ ବଢ଼ାଏ ହୃଦ୍‌ଘାତ ଆଶଙ୍କା!

ନିୟମିତ ଗଞ୍ଜେଇ ସେବନ କରୁଥିବା ବ୍ୟକ୍ତିଙ୍କର ହୃଦ୍‌ଘାତ ହେବାର ଆଶଙ୍କା ୩୪ ପ୍ରତିଶତ ଅଧିକ ବୋଲି ଆମେରିକା ହୃତ୍‌ପିଣ୍ଡ ସଂଘ ଦାବି କରିଛି। ଏହି ଆଶଙ୍କା ଗଞ୍ଜେଇ ସେବନକାରୀର ବୟସ, ଲିଙ୍ଗ କି ଧୂମପାନ ଇତିହାସ ଦ୍ବାରା ପ୍ରଭାବିତ ନୁହେଁ ବୋଲି ମଧ୍ୟ କୁହାଯାଇଛି। ଗବେଷକମାନେ ୨୮,୫୩୫ ଜଣ ଗଞ୍ଜେଇ ସେବନକାରୀଙ୍କୁ ଏକ ଅନୁଧ୍ୟାନରେ ସାମିଲ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କର ଉଚ୍ଚ ରକ୍ତଚାପ, ମଧୁମେହ-୨ ଓ ଉଚ୍ଚ କୋଲିଷ୍ଟେରଲ୍‌ ପରି କିଛି ନା କିଛି ରୋଗ ରହିଥିଲା। ତେବେ ଏହି ଗବେଷଣା ବିଶେଷ କରି ୬୫ ବର୍ଷରୁ ଅଧିକ ବୟସ୍କମାନଙ୍କ ଉପରେ ଦୃଷ୍ଟି କେନ୍ଦ୍ରିତ କରିଥିଲା, ଯେଉଁମାନେ ତମାଖୁ ସେବନ ନକରି କେବଳ ଗଞ୍ଜେଇ ଟାଣୁଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, ସାଧରଣତଃ ଅଧିକାଂଶ ଗଞ୍ଜେଇ ଟାଣୁଥିବା ବ୍ୟକ୍ତିଙ୍କର ତମାଖୁ ପ୍ରତି ମଧ୍ୟ ଆସକ୍ତି ରହିଥାଏ। ଉକ୍ତ ଅନୁଧ୍ୟାନରୁ କେବଳ ଗଞ୍ଜେଇ ବ୍ୟବହାରୀଙ୍କ ମଧ୍ୟରୁ ୨୦ ପ୍ରତିଶତଙ୍କର ହୃଦ୍‌ଘାତ କି ମସ୍ତିଷ୍କଘାତ ପରି ସମସ୍ୟା ଦେଖାଦେଇଥିଲା ଯେଉଁମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅନ୍ୟ ୧୩.୯ ପ୍ରତିଶତ ଅଂଶଗ୍ରହଣକାରୀଙ୍କର ଭୀଷଣ ହୃତ୍‌ପିଣ୍ଡ ଓ ମସ୍ତିଷ୍କ ସମସ୍ୟା ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଥିଲା ତ କାହାଠାରେ ସାଂଘାତିକ ସ୍ବାସ୍ଥ୍ୟ ଜଟିଳତା ଦେଖାଦେଇଥିଲା। ସେହିପରି ଉଚ୍ଚ ରକ୍ତ ଚାପ ଓ ଉଚ୍ଚ କୋଲେଷ୍ଟେରଲ୍‌ ସ୍ତର ଥିବା ଗଞ୍ଜେଇ ବ୍ୟବହାରୀଙ୍କ ଠାରେ ହୃତ୍‌ପିଣ୍ଡ ଓ ମସ୍ତିଷ୍କ ଜନିତ ସର୍ବାଧିକ ସ୍ବାସ୍ଥ୍ୟ ଜଟିଳତା ଲକ୍ଷ୍ୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe