ଆପଣ ଜଣେ ଚା’ ପ୍ରେମୀ କି! ତେବେ ସାଧାରଣ କାହିଁକି? ଏପରି ବନା‌ନ୍ତୁ ମସଲା ଚା’

Advertisment
ଆପଣ ଜଣେ ଚା’ ପ୍ରେମୀ କି! ତେବେ ସାଧାରଣ କାହିଁକି? ଏପରି ବନା‌ନ୍ତୁ ମସଲା ଚା’

Femina.in

ପ୍ରାୟ ଅଧିକାଂଶ ଭାରତୀୟଙ୍କର ଚା କପ୍‌ରୁ ହିଁ ସକାଳ ‌ହୋଇଥାଏ। କେବଳ ସକାଳ କାହିଁକି, ସଂଧ୍ୟା ବେଳେ ଚା ପିଇବା ଅଭ୍ୟାସ ବି ଏକ ସାଧାରଣ କଥା। ଅତ୍ୟଧିକ ପରିମାଣର ଚା’ ପିଇବା ଶରୀର ପାଇଁ ଖରାପ ହୋଇଥାଏ ବୋଲି କେହି କେହି କହିଥିଲେ ବି ଅଧିକାଂଶ ସମୟରେ ଏହା ଏକ ଉପକାରୀ ପାନୀୟ ମଧ୍ୟ। ଆପଣ ସାଧାରଣ ଚା’ ଅପେକ୍ଷା ଯଦି ମସଲା ଚା’ କରି ପିଇବେ ତାହାଲେ ଆପଣଙ୍କ ଶରୀରରେ ବିଭିନ୍ନ ପ୍ରକାର ସୁଫଳ ଦେଖିବାକୁ ମିଳିବ। ଥଣ୍ଡା, କଫ, ମୁଣ୍ଡ ବିନ୍ଧା ଆଦି ସମସ୍ୟା ଦୂର କରିବା ସହ ମସଲା ଚା’ ପିଇଲେ କରୋନା ସହ ଲଢ଼ିବା ପାଇଁ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇବ। ତେବେ ଚାଲନ୍ତୁ ଜାଣିବା ଏହି ମସଲା ଚା’ କିପରି ବନାଇବା।

ପ୍ରଥମେ କ୍ଷୀର ଦିଅନ୍ତୁ। କ୍ଷୀର ସାମାନ୍ୟ ଗରମ ହୋଇଯିବା ପରେ ସେଥିରେ ଚା ପତି, ଆବଶ୍ୟକ ମୁତାବକ ଚିନି ଓ ଲୁଣ ପକାନ୍ତୁ। ତା’ପରେ ପରେ ଆପଣ ପକାଇବେ ଅଳ୍ପ ଟିକେ ଘୋରା ଯାଇଥିବା ଅଦା, ଗୋଲ ମରିଚ, ଲବଙ୍ଗ, ଗୁଜୁର‌ାତି ଓ ଡାଲଚିନି ଗୁଣ୍ଡ। ମନେ ରଖିବେ ଚା’ ପତି ପକାଇବା ପୂର୍ବରୁ କ୍ଷୀରରେ ଅଦା ପକାଇବେ ନାହିଁ। ଏହା କ୍ଷୀରକୁ ଛିଣ୍ଡାଇ ଦେଇପାରେ।

ଆପଣଙ୍କୁ ଯଦି ଅନ୍ନପୂର୍ଣ୍ଣା ପତ୍ରର ବାସ୍ନା ପସନ୍ଦ ତେବେ ଚା’ ଫୁଟିବା ପୂର୍ବରୁ ଏହି ପତ୍ରରୁ ଖଣ୍ଡେ ବି ପକାଇ ପାରିବେ। ଚା’କୁ ଅତି କମ୍‌ରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାଇବେ। ତାହାଲେ ଯାଇ ଆପଣଙ୍କ ମସଲା ଚା’ ସୁସ୍ବାଦୁ ଓ ଉପକାରୀ ସାବ୍ୟସ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe