ମାନସିକ ଅଶାନ୍ତିରେ ରହୁଥିଲେ ,କରନ୍ତୁ ଏହି ଉପାୟ

Advertisment
ମାନସିକ ଅଶାନ୍ତିରେ ରହୁଥିଲେ ,କରନ୍ତୁ ଏହି ଉପାୟ

photo-funkidos.com

ସମାଜରେ କିଏ ବା ସୁଖୀ! କିଏ ବା କହିପାରିବ ଯେ ତାର ଜୀବନରେ କେବେ ହେଲେ ଦୁଃଖ ଆସି ନାହିଁ ବା ସମସ୍ୟା ଉପୁଜି ନାହିଁ। ପ୍ରତ୍ୟେକ ଲୋକ ଆଜିକାଲି ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଉଣା ଅଧିକେ ମାନସିକ ଚାପଗ୍ରସ୍ତ। ଅନେକ ସମୟରେ ମାନସିକ ଅଶାନ୍ତି ଭୋଗିବାକୁ ପଡ଼ିଥାଏ। ତେବେ ଏହାର କାରଣ ଭିନ୍ନ ଭିନ୍ନ ହୋଇପାରେ। କାହାର ମନ ଭଲ ରହୁନଥିବା ହେତୁ ସେ ମାନସିକ ଚାପରେ ରହିଥାନ୍ତି ତ ଆଉ କେହି ବ୍ୟାଧିରେ ପୀଡ଼ିତ ହୋଇ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।ଏଥିରୁ ମୁକ୍ତି ପାଇବା ଲାଗି ଆମେ ନାନାପ୍ରକାରର ଉପଚାର କରିଥାଉ। ହେଲେ ଏସବୁ କରି ଦେଖନ୍ତୁ ତ!

publive-image photo-nurserylive

ବ୍ରାହ୍ମୀ ପତ୍ର ଓ ତୈଳରେ ମସ୍ତିଷ୍କରେ ଉତ୍ତେଜନା ସୃଷ୍ଟିକାରୀ ହରମୋନ୍‌ କୋର୍ଟିସୋଲକୁ ହ୍ରାସ କରିବାରେ ସହାୟକ ହୋଇଥାଏ।ଖାଲିସେତିକି ନୁହେଁ,ଏହା ମସ୍ତିଷ୍କକୁ ଶାନ୍ତ ରଖିବା ସହିତ ଚିତ୍ତର ଏକାଗ୍ରତା ବୃଦ୍ଧି ମଧ୍ୟ କରିଥାଏ।
ଆୟୁର୍ବେଦ ଅନୁଯାୟୀ,ଭୃଙ୍ଗରାଜ୍‌ର ଉପଯୋଗ କଲେ ନିରନ୍ତର ମାନସିକ ଶକ୍ତି ମିଳିଥାଏ।ଏହା ମସ୍ତିଷ୍କକୁ ଶାନ୍ତ ମଧ୍ୟ ରଖିଥାଏ।ଏଣୁ ଭୃଙ୍ଗରାଜ ତୈଳ ମସ୍ତିଷ୍କରେ ମସାଜ୍‌ କରିିବା ଆବଶ୍ୟକ।ଜଟାମାସି ଆଣ୍ଟି ଷ୍ଟ୍ରେସ୍‌ ହର୍ବ ଭାବେ ଖୁବ୍‌ ଲୋକପ୍ରିୟ।ଏହା ମାନସିକ ଚାପରୁ ମଧ୍ୟ ମୁକ୍ତ କରିଥାଏ।ଠିକ୍‌ ସେହିପରି ଅଶ୍ୱଗନ୍ଧାରେ ଆମିନୋ ଏସିଡ଼୍‍ ଓ ଭିଟାମିନ୍‌ ଥିବା ହେତୁ ଏହା ମାନସିକ ଚାପରୁ ନିବୃତ୍ତ ରଥିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe