ଏସବୁ ଖାଦ୍ୟ ଖାଇବା ପରେ ଆଦୌ କ୍ଷୀର ପିଅନ୍ତୁ ନାହିଁ, ଜାଣନ୍ତୁ କାରଣ

ଏସବୁ ଖାଦ୍ୟ ଖାଇବା ପରେ ଆଦୌ କ୍ଷୀର ପିଅନ୍ତୁ ନାହିଁ, ଜାଣନ୍ତୁ କାରଣ

ଆମ ସମସ୍ତଙ୍କୁ ଜଣା ଯେ,ଦୁଧ ପିଇବା ଦେହ ପାଇଁ ଭଲ। କିନ୍ତୁ ଏହାର ନିର୍ଦ୍ଦିଷ୍ଟ ବିଧି ରହିଛି। ମନେ ରଖନ୍ତୁ କେତେକ ଖାଦ୍ୟ ଖାଇବା ପରେ ଆଦୌ କ୍ଷୀର ପିଅନ୍ତୁ ନାହିଁ,କାରଣ ସେପରି କରିଲେ ତାହା ବିଷାକ୍ତ ହୋଇପାରେ ବା ଶରୀରିକ ସମସ୍ୟା ବି ସୃଷ୍ଟି କରିପାରେ।
ଆସନ୍ତୁ ଜାଣିବା ସେସବୁ ଖାଦ୍ୟ ଦ୍ରବ୍ୟ ସଂପର୍କରେ......
ବିରି ଡାଲି:-ଯଦି ରାତ୍ରିଭୋଜନରେ ବିରିରେ ପ୍ରସ୍ତୁତ କୌଣସି ଖାଦ୍ୟ ଯେମିତି କି ପିଠା ଆଦି ଖାଇଥାନ୍ତି,ତେବେ କ୍ଷୀର ନ ପିଇବା ଭଲ,ଯଦି ସେଭଳି କରିବା ନିହାତି ଆବଶ୍ୟକ,ତେବେ ରାତ୍ରିଭୋଜନର ଅନ୍ୟୁନ ଅଧ ଘଣ୍ଟାପରେ କ୍ଷୀର ପିଇପାରନ୍ତି।
ଲୁଣିଆ ଖାଦ୍ୟ:- କୌଣସି ଲୁଣିଆ ଖାଦ୍ୟ ଖାଇବା ପରେ ଆଦୌ କ୍ଷୀର ପିଅନ୍ତୁ ନାହିଁ।
ଖଟା ଫଳ:- କମଳା,ଲେମ୍ବୁ ଭଳି ଖଟାଫଳ ଖାଇବାପରେ ତତକ୍ଷଣାତ୍‌ କଦାଚିତ କ୍ଷୀରପାନ କରିବା ଅନୁଚିତ। ଏହା ଫଳରେ ବାନ୍ତି ହେବାର ଆଶଙ୍କା ରହିଛି। ବଦହଜମୀଜନିତ ସମସ୍ୟା ବି ଦେଖାଦେଇପାରେ।

publive-image
ଦହି:- ଦୁଧ ସହିତ ଦହି ସେବନ କରିବା ଠିକ୍‌ ନୁହେଁ। ଦହି ଖାଇବାର ଅତିକମ୍‌ରେ ଦେଢ଼ଘଣ୍ଟାପରେ କ୍ଷୀର ପିଇବା ଉଚିତ। ନ ହେଲେ ଅମ୍ଳ,ଗ୍ୟାସ ଓ ବାନ୍ତି ଆଦି ସମସ୍ୟା ବି ଉପୁଜିପାରେ।

publive-image
ମାଛ:- ମାଛ ଖାଇବା ପରେ କ୍ଷୀର ପିଇବା ଅନୁଚିତ,କାରଣ ଏହାଦ୍ୱାରା ତ୍ୱଚା ଜନିତ ରୋଗ ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe