ବର୍ଷ ଆରମ୍ଭରୁ ଆପଣଙ୍କର ସକାରାତ୍ମକ ଊର୍ଜାର ସ୍ତର ବୃଦ୍ଧି ହେବ ଏବଂ ଉତ୍ସାହରେ ରହିବେ। ଜାନୁଆରି, ଫେବ୍ରୁଆରି ମାସରେ ଆପଣଙ୍କ ଭାଗ୍ୟର ଦ୍ଵାର ଖୋଲିଯିବ। ଦୁଇରୁ ତିନି ବର୍ଷ ପାଇଁ ବୈଦେଶିକ ବେପାର ବଣିଜର ସୁବିଧା ପାଇପାରିବେ। ପୁଞ୍ଜି ବଜାରରେ ପଇସା ନିବେଶ କରନ୍ତୁ, ମଇରୁ ନଭେମ୍ବର ମାସ ମଧ୍ୟରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ବର୍ଷର ପ୍ରଥମାର୍ଦ୍ଧରେ ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରେ। ଆପଣଙ୍କର ପଦୋନ୍ନତି ଲାଗି ଅପ୍ରେଲ୍ରୁ ଡିସେମ୍ବର ମାସ ଭିତରେ ସମୟ ଅନୁକୂଳ ରହିବ। ଲେଖକ ଓ ସାହିତ୍ୟିକଙ୍କୁ ଏବର୍ଷ ସମ୍ମାନ ଓ ପୁରସ୍କାର ମିଳିବ। ଖେଳାଳିମାନଙ୍କ ଲାଗି ବିଦେଶ ଯାତ୍ରାର ସୁଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ଏବର୍ଷ ମହତ୍ତ୍ୱାକାଂକ୍ଷା ପୂରା ହେବ। ପାରିବାରିକ ଜୀବନ ସୁଖମୟ ଓ ଶାନ୍ତିମୟ ହେବ। ପ୍ରେମିକ ପ୍ରେମିକାମାନେ ଏବର୍ଷ ବିବାହ କ୍ଷେତ୍ରରେ ସଫଳତା ପାଇ ପାରିବେ ନାହିଁ। କିନ୍ତୁ ଯେଉଁମାନଙ୍କର ପ୍ରଥାଗତ ବିବାହ, ସେମାନଙ୍କ ପାଇଁ ଏବର୍ଷ ବିବାହର ସୁଯୋଗ ରହିଛି। ଛାତ୍ରଛାତ୍ରୀମାନଙ୍କ ପାଇଁ ସକାରାତ୍ମକ ସମୟ। ବିଶେଷକରି ବାୟୋଲଜି ଓ ବାଣିଜ୍ୟ ଛାତ୍ରଛାତ୍ରୀମାନେ ଖୁବ୍ ଭଲ କରିବେ। ଯେଉଁମାନଙ୍କର ପେଟରୋଗ ଓ ରକ୍ତଚାପ ଅଛି, ସେମାନେ ସ୍ୱାସ୍ଥ୍ୟରେ ଯତ୍ନ ନିଅନ୍ତୁ।
ବାର୍ଷିକ ରାଶିଫଳ ୨୦୧୮: ମିଥୁନ: ବର୍ଷଟି ଉତ୍ସାହପୂର୍ଣ୍ଣ ହେବ, ପାରିବାରିକ ଜୀବନ ସୁଖମୟ ହେବ
Advertisment
Follow Us