ନୂଆବର୍ଷରେ ମକ୍‌ଟେଲ୍‌-ମୋଜିଟୋ

Advertisment

୨୦୨୫ ନୂଆବର୍ଷ ପାଇଁ ଆରମ୍ଭ ହୋଇଯାଇଛି ଓଲଟଗଣନା। ବନ୍ଧୁମିଳନଠାରୁ ଆରମ୍ଭ କରି ବିଭିନ୍ନ ପାର୍ଟିଫଙ୍କ୍‌ସନ୍‌ର ଆୟୋଜନ ବି ଜୋର୍‌ସୋର୍‌ ଚାଲିଛି। ନାଚଗୀତର ଆସର ସହିତ ଖାଦ୍ୟ ଓ ପାନୀୟର ପସରା ସଜାଡ଼ି ହୋଟେଲ୍‌ ଓ ରେସ୍ତୋରାଁ ଆଦି ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି।

୨୦୨୫ ନୂଆବର୍ଷ ପାଇଁ ଆରମ୍ଭ ହୋଇଯାଇଛି ଓଲଟଗଣନା। ବନ୍ଧୁମିଳନଠାରୁ ଆରମ୍ଭ କରି ବିଭିନ୍ନ ପାର୍ଟିଫଙ୍କ୍‌ସନ୍‌ର ଆୟୋଜନ ବି ଜୋର୍‌ସୋର୍‌ ଚାଲିଛି। ନାଚଗୀତର ଆସର ସହିତ ଖାଦ୍ୟ ଓ ପାନୀୟର ପସରା ସଜାଡ଼ି ହୋଟେଲ୍‌ ଓ ରେସ୍ତୋରାଁ ଆଦି ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି।

fssfssffs

ପ୍ରଗତି ସାହୁ

୨୦୨୫ ନୂଆବର୍ଷ ପାଇଁ ଆରମ୍ଭ ହୋଇଯାଇଛି ଓଲଟଗଣନା। ବନ୍ଧୁମିଳନଠାରୁ ଆରମ୍ଭ କରି ବିଭିନ୍ନ ପାର୍ଟିଫଙ୍କ୍‌ସନ୍‌ର ଆୟୋଜନ ବି ଜୋର୍‌ସୋର୍‌ ଚାଲିଛି। ନାଚଗୀତର ଆସର ସହିତ ଖାଦ୍ୟ ଓ ପାନୀୟର ପସରା ସଜାଡ଼ି ହୋଟେଲ୍‌ ଓ ରେସ୍ତୋରାଁ ଆଦି ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି। ଏବର ଯୁବପିଢ଼ିଙ୍କର ମୋଜିଟୋ ଓ ମକ୍‌‌ଟେଲ୍‌ ଭଳି ନିଶାମୁକ୍ତ (ଆଲ୍‌କହଲ୍‌ ଫ୍ରି) ସ୍ବାଦିଷ୍ଠ ପାନୀୟ ପ୍ରତି ରୁଚି ବଢୁଥିବା ଦେଖି ହୋଟେଲ୍‌ ଓ ରେସ୍ତୋରାଁଗୁଡ଼ିକ ଏହାର ପ୍ରସ୍ତୁତି ଉପରେ ଧ୍ୟାନ ଦେଉଛନ୍ତି। ମକ୍‌ଟେଲ୍‌ରେ ସ୍ବଚ୍ଛ ଗ୍ଲାସ୍‌ରେ ପରଷା ଯାଉଥିବା ରଙ୍ଗବିରଙ୍ଗ ସ୍ବାଦିଷ୍ଠ ପାନୀୟ ଦେଖିଲେ ଯେକେହି ଆକର୍ଷିତ ହୋଇପଡ଼ିବ। ବିଭିନ୍ନ ଫଳରସ ଓ ଫ୍ଲେବର୍‌ ସିରପ୍‌ ମିଶାଇ ପ୍ରସ୍ତୁତ ହେଉଥିବା ଏହି ପାନୀୟ ରଙ୍ଗ, ରୂପ ଓ ରସରେ ଏକଦମ୍‌ ନିଆରା।

ମକ୍‌‌ଟେଲ୍‌ ହେଉଛି ଏକ କକ୍‌ଟେଲ୍‌! ବିଭିନ୍ନ ସ୍ବାଦ ଓ ବାସର ସିରପ୍‌ ସମ୍ମିଶ୍ରଣରେ ଏହା ପ୍ରସ୍ତୁତ ହୋଇଥାଏ। ପିଜୁଳି, ଲିଚୁ, ଆମ୍ବ, କମଳା, ନଡ଼ିଆ, ସପୁରି, ମିକ୍ସଡ୍‌ ଫ୍ରୁଟ୍‌‌, ମସ୍କ୍‌ମେଲନ୍‌, ତରଭୁଜ, କଞ୍ଚାଆମ୍ବ, ଷ୍ଟ୍ରବେରି, କ୍ଲାସିକ୍‌ ଲାଇମ୍‌ ଆଦି ଫ୍ଲେବର୍‌ର ପାନୀୟ ମକ୍‌ଟେଲ୍‌ରେ ମିଳିଥାଏ। ସେହିପରି କ୍ୟୁବାନ୍‌ କକ୍‌ଟେଲ୍‌ ମୋଜିଟୋ ମୂଳତଃ ୫ଟି ଦ୍ରବ୍ୟରୁ ପ୍ରସ୍ତୁତ। ସେଗୁଡ଼ିକ ହେଲା ହ୍ବାଇଟ୍‌ ରମ୍, ସୁଗ‌ାର୍‌ ଜୁସ୍, ଲାଇମ୍‌ ଜୁସ୍, ସୋଡ଼ାପାଣି ଓ ପୋଦିନା। ବ୍ଲୁ ଲାଗୁନ୍‌‌, ପିନାକୋଲାଡା, ପିଚ୍‌‌, ରସ୍‌ବେରି, ଓରିଜିନାଲ୍‌ ମୋଜିଟୋ, ଗ୍ରିନ୍‌ମିଣ୍ଟ୍‌, ହ୍ୱାଇଟ୍ ମୋଜିଟୋ, ହାଜେଲ୍‌ନଟ୍‌‌, ବ୍ଲୁ ମୋଜିଟୋ, ଗ୍ରିନ୍‌‌ ଆପଲ୍‌‌, ମସଲା, କଫି ଆଦି ମୋଜିଟୋ ଉପଲବ୍ଧ। ଏସବୁର ପ୍ରସ୍ତୁତି କମ୍‌ ସମୟରେ ହୋଇପାରୁଥିବା ବେଳେ ଏହି ଥଣ୍ଡା ଥଣ୍ଡା ସର୍ବତ୍‌ ପିଇବାର ଆନନ୍ଦ ସ୍ବତନ୍ତ୍ର।

ନୂଆବର୍ଷରେ ମୁଖ୍ୟ ଆକର୍ଷଣ ରହିଛି ମକ୍‌ଟେଲ୍‌। ଏଥର ମକ୍‌ଟେଲ୍‌ରେ ୧୫ ପ୍ରକାର ପାନୀୟ ରଖାଯାଇଛି। ସେମିତି  ଗ୍ରିନ୍‌ ଆପଲ୍‌ ମୋଜିଟୋ, ଲେମନ୍‌ ମୋଜିଟୋ, ପିଚ୍‌ ମୋଜିଟୋ, ୱାଟର୍‌ମେଲନ୍‌ ମୋଜିଟୋ ସହିତ ଆମ ରେସ୍ତୋରାଁର ଏକ ସ୍ପେସାଲ୍‌ ମୋଜିଟୋ ରହୁଛି। ବିଭିନ୍ନ ସିରପ୍‌ ସହିତ ସ୍ପ୍ରାଇଟ୍‌, ‌େସାଡ଼ା ଓ ଲେମ୍ବୁ ମିଶାଇ ଏହାକୁ ତିଆରି କରାଯାଏ। ଏହା ସହିତ ମକ୍‌ଟେଲ୍‌‌ରେ ରେଡ୍‌ ଫକ୍ସ୍‌, ବ୍ଲୁ ଗ୍ଲୁମସ୍‌, ଚଟକା ମିକ୍ସ୍‌, ସ୍ପାଇସି ଗ୍ବାଭା, ଲିଚି ସ୍କାଏ, ମ୍ୟାଙ୍ଗୋ କୁଇନ୍‌ ପରି କକ୍‌ଟେଲ୍ ରହିଛି। ଏହା ସମ୍ପୂର୍ଣ୍ଣ ଫଳରସରେ ତିଆରି କରାଯାଏ। ମକ୍‌ଟେଲ୍‌ର ଦର ୧୩୯ରୁ ୩୩୯ ପର୍ଯ୍ୟନ୍ତ ରହିଥିବା ବେଳେ ମୋଜିଟୋର ଦାମ୍‌ ୧୯୯, ୨୬୯ ଭଳି ଦର ରହୁଛି ବୋଲି ସତ୍ୟନଗରସ୍ଥିତ ଷ୍ଟାର୍‌ଲିଟ୍‌ ବାର୍‌ ଆଣ୍ଡ୍‌ ରେସ୍ତୋରାଁର ମକ୍‌ଟେଲ୍‌ ସ୍ପେସାଲିଷ୍ଟ୍‌ ଗୁଡୁ କହିଛନ୍ତି।

ବ୍ଲୁ ଲାଗୁନ୍‌ ଭର୍ଜିନ୍‌ ମୋଜିଟୋ
ଏହା ଏକ ଲୋକପ୍ରିୟ ‌େମାଜିଟୋ। ଏହାର ପ୍ରସ୍ତୁତି ଲାଗି ଆମେ ପ୍ରଥମେ କିଛି ବରଫ କ୍ୟୁବ୍‌କୁ ଗୋଟେ ଗ୍ଲାସ୍‌ରେ ନେବା। ଏହାପରେ ସେଥିରେ କଟାଲେମ୍ବୁ ଓ ପୋଦିନାପତ୍ର ପକାଇବା। ଏହି ମିଶ୍ରଣରେ ଚିନି ସିରପ୍‌, କଳାଲୁଣ ଓ ବ୍ଲୁ ଲ‌ାଗୁନ୍‌ ସିରପ୍‌କୁ ଅନୁପାତ ଅନୁସାରେ ମିଶାଇବା। ଏହାପରେ ଗ୍ଲାସ୍‌ରେ ଥଣ୍ଡା ସୋଡ଼ା ଢାଳିବା। ଏବେ ପ୍ରସ୍ତୁତ ହୋଇଯିବ ଥଣ୍ଡା ଥଣ୍ଡା ବ୍ଲୁ ଲାଗୁନ୍‌ ଭର୍ଜିନ୍‌ ମୋଜିଟୋ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe