ଏହି ସହଜ ଘରୋଇ ଉପାୟ ଅବଲମ୍ବନ କରିଲେ ଗ୍ୟାସ୍ କି ରକ୍ତଚାପଜନିତ ସମସ୍ୟା ରହିବ ନାହିଁ !

Advertisment
ଏହି ସହଜ ଘରୋଇ ଉପାୟ ଅବଲମ୍ବନ କରିଲେ ଗ୍ୟାସ୍ କି ରକ୍ତଚାପଜନିତ ସମସ୍ୟା ରହିବ ନାହିଁ !

Image Source-.lloydspharmacy.com

ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ରକ୍ତଚାପର ଶିକାର ହେଉଛନ୍ତି। ସାଧାରଣ ରକ୍ତଚାପ ହେଲା ୧୨୦/୮୦। ଯଦି ରକ୍ତଚାପ ୯୦ ରୁ କମ୍‌ ହୋଇଯାଏ, ତେବେ ତାକୁ ନିମ୍ନ ରକ୍ତଚାପ ବୋଲି ଧରା ଯାଇଥାଏ। ଏହାକୁ ସାଧାରଣ ସ୍ତରକୁ ଆଣିବା ଲାଗି ଆମେ କେତେକ ଘରୋଇ ଉପାୟ ଅବଲମ୍ବନ କରିଥାଉ। କିନ୍ତୁ ଏଥିଲାଗି ଏକ ଆସନ ମଧ୍ୟ ରହିଛି।
ଏହି ଆସନର ନାଆଁ ହେଲା ମୂର୍ଦ୍ଧାସନ। ଆସନ୍ତୁ ଜାଣିବା କିପରି କରିବେ ଏହି ଆସନ
ଏହା ଏକ ଦଣ୍ଡାୟମାନ ଆସନ। ଏହା ଆପଣଙ୍କ ଶରୀରର ନିମ୍ନ ଅଙ୍ଗ ଉପରେ କାମ କରିଥାଏ। ଏହି ଆସନ କରିଥିଲେ ନିମ୍ନ ରକ୍ତଚାପ ଜନିତ ସମସ୍ୟା ଦୂର ହୋଇଥାଏ।
ଏହି ଆସନ କରିବା ପାଇଁ ପ୍ରଥମେ ସମତଳ ଚଟାଣ ଉପରେ ଠିଆ ହୁଅନ୍ତୁ। ଆପଣଙ୍କର ପାଦ ମଧ୍ୟରେ ଦୂରତା ଅତି କମ୍‌ରେ ୩ ଫୁଟ୍‌ ରହିବା ଦରକାର। ତା’ପରେ ନିଃଶ୍ୱାସ ଛାଡ଼ି ଦୁଇ ହାତ ଉପରକୁ ଉଠାନ୍ତୁ। ତା’ପରେ ମୁଣ୍ଡ ତଳକୁ ନୁଆଁଇ ଦୁଇ ହାତ ପାପୁଲିକୁ ଭୂମି ଉପରେ ରଖନ୍ତୁ। ଏହାପରେ ନିଜର ପାଦର ଗୋଇଠିକୁ ଉଠାନ୍ତୁ। ଏହା ଏପରି କରନ୍ତୁ ,ଯେମିତି କି ଶରୀରର ଓଜନ ମୁଣ୍ଡ ଉପରେ ନ ପଡ଼ି ହାତ ପାପୁଲି ଉପରେ ପଡ଼ିବ। କିଛି ସମୟ ପରେ ନିଃଶ୍ୱାସ ନେଇ ଧୀରେ ଧୀରେ ପୂର୍ବାବସ୍ଥାକୁ ଫେରନ୍ତୁ।

publive-image Image Source-The Healthsite.com

ପ୍ରାରମ୍ଭିକ ସମୟରେ ଏହି ଆସନ ୧୦ ମିନିଟ୍‌ କରନ୍ତୁ। ଏହି ଆସନ କରିବା ପରେ ଶବାସନ ଜରୁରୀ ଅଟେ।
ନିୟମିତ ଭାବେ ମୂର୍ଦ୍ଧାସନ କରିଲେ ପେଟରେ ଗ୍ୟାସ୍ ସମସ୍ୟା ବି ରହେ ନାହିଁ। ମାନସିକ ଅବସାଦ ମଧ୍ୟ ଦୂରୀଭୂତ ହୋଇଥାଏ। ଖାଲି ସେତିକି ନୁହେଁ ରୋଗ ପ୍ରତିରୋଧକ କ୍ଷମତା ବି ବୃଦ୍ଧି ପାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe