ଡିଜିଟାଲ୍‌ ହିଅରିଂ ଏଡ୍‌ ବା ଡିଜିଟାଲ୍‌ ଶ୍ରବଣ ଯନ୍ତ୍ର ହେଉଛି ଏକ ଅତ୍ୟାଧୁନିକ ଉପକରଣ ଯାହା ଶ୍ରବଣ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ଆବଶ୍ୟକତା ଓ ପସନ୍ଦ ଅନୁସାରେ ଧ୍ବନିର ପ୍ରକ୍ରିୟାକରଣ ଓ ପରିବର୍ଦ୍ଧନ କରିବାକୁ ସକ୍ଷମ। ଡିଜିଟାଲ୍‌ ପ୍ରକ୍ରିୟାକରଣର ଉପଯୋଗ ଯୋଗୁଁ ଏହି ଯନ୍ତ୍ରଟି ବାହ୍ୟ ଧ୍ବନିକୁ ଭଲଭାବେ ବିଶ୍ଳେଷଣ କରି ସୂକ୍ଷ୍ମ ପରିବର୍ତ୍ତନ ଘଟାଇଥାଏ, ଯାହା ଅଧିକ ଶୁଦ୍ଧ ଶ୍ରବଣ ଅଭିଜ୍ଞତା ପ୍ରଦାନ କରିଥାଏ। ଏହି ଅଭିନବ ପ୍ରଯୁକ୍ତି ଯୋଗୁଁ ଶ୍ରବଣଶକ୍ତି କ୍ଷୟ ସହ ଯୁଝୁଥିବା ଲୋକମାନେ ପୁଣି ଥରେ ଭଲଭାବେ ଶୁଣିପାରନ୍ତି ଏବଂ ବାର୍ତ୍ତାଳାପ କରିପାରନ୍ତି। 

Advertisment

Health: ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ବାୟୁ ସେବା: ପ୍ରଥମ ଦିନରେ ୪୨୬ ଜଣ ରୋଗୀ ଚିକିତ୍ସିତ

ଏହି ଯନ୍ତ୍ରଟିର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ବ୍ୟକ୍ତିଗତ ଆବଶ୍ୟକତା ଅନୁସାରେ ଧ୍ବନିର ଶ୍ରେଷ୍ଠ ମାତ୍ରା ନିର୍ଦ୍ଧାରଣ କରିବାର ସୁବିଧା। ଏହି ଯନ୍ତ୍ରଟି ବିଭିନ୍ନ ପରିବେଶ ସହ ଖାପଖୁଆଇ ଧ୍ବନିରେ ସଂଶୋଧନ କରିଥାଏ। ଶ୍ରବଣ ଯନ୍ତ୍ର ବିଶେଷଜ୍ଞ ଏହି ଡିଜିଟାଲ୍‌ ଉପକରଣକୁ କମ୍ପ୍ୟୁଟର ସହିତ ସଂଯୋଗ କରି ବ୍ୟକ୍ତିଗତ ଆବଶ୍ୟକତା ଅନୁସାରେ ଧ୍ବନି ପ୍ରକ୍ରିୟାକରଣର ସେଟିଂ କରିଥାନ୍ତି। ଶ୍ରବଣଶକ୍ତିର ସ୍ତର, ଜୀବନଶୈଳୀ, ଆର୍ଥିକ ସ୍ଥିତି ଓ ସ୍ବାଚ୍ଛନ୍ଦ୍ୟ ଆଦି ଦିଗକୁ ଦୃଷ୍ଟିରେ ରଖି ଡିଜିଟାଲ୍‌ ଶ୍ରବଣ ଯନ୍ତ୍ର ବାଛିପାରିବେ। ଅଡିଓଲଜିଷ୍ଟ ଏ ଦିଗରେ ବିଶେଷ ସହାୟକ ହୋଇପାରିବେ। ଆଜିକାଲି ଏଭଳି ଡିିଜିଟାଲ୍‌ ଶ୍ରବଣ ଯନ୍ତ୍ର ମିଳିଲାଣି, ଯାହାକୁ ସ୍ମାର୍ଟଫୋନ, ଟିଭି ଓ ଅନ୍ୟାନ୍ୟ ଉପକରଣ ସହିତ ବ୍ଲୁଟୁଥ୍ ମାଧ୍ୟମରେ ସଂଯୋଗ କରିହେଉଛି। 
-ଅଡିଜୋନ୍‌ ସ୍ପିଚ୍‌ ଆଣ୍ଡ୍‌ ହିଅରିଂ କ୍ଲିନିକ୍‌, ଭୁବନେଶ୍ବର