ସକାଳକୁ କରନ୍ତୁ ଏପରି ସ୍ୱାଗତ

Advertisment
ସକାଳକୁ କରନ୍ତୁ ଏପରି ସ୍ୱାଗତ

photo-dainikbhaskar.com

ସକାଳେ ଉଠିବା ମାତ୍ରେ ନିଜକୁ ଧନ୍ୟ ମନେ କରନ୍ତୁ, ଯେ ସକାଳେ ଆପଣ ଉଠି ପାରିଛନ୍ତି । ମୁଁ ଜୀବିତ ଓ ସୁରକ୍ଷିତ ଅଛି ବୋଲି ଭାବି ଈଶ୍ୱରଙ୍କୁ ସ୍ମରଣ କରନ୍ତୁ । ଆପଣ ଏହାପରେ ଏକ ଶ୍ଳୋକ ସହିତ ଶଯ୍ୟାତ୍ୟାଗ କରିପାରନ୍ତି। ଏହା ହେଲା ‘କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ୱତୀ,କରମୂଳେ ତୁ ଗୋବିନ୍ଦ ପ୍ରଭାତେ କରଦର୍ଶନମ୍‌’। ଏହି ଶ୍ଳୋକ ପଢ଼ିବା ସହିତ ନିଜର ଦୁଇ ହାତର ପାପୁଲିକୁ ଦେଖିବା ପରେ କପାଳରେ ହାତ ଭଲଭାବେ ମାରନ୍ତୁ।

publive-image photo-en.bgdn.biz

ଏହାପରେ ଅଳ୍ପ ଉଷୁମ ପାଣିରେ ଅଳ୍ପ ଲେମ୍ବୁ ଚିପୁଡ଼ି ଭଳଭାବେ ମିଶାନ୍ତୁ। ଏହାକୁ ପିଅନ୍ତୁ । ଏହା ଦ୍ୱାରା ପୂର୍ବରାତିରେ ଶରୀରରେ ଥିବା ସମଦ୍‌ତ ବିଷାକ୍ତ ଦ୍ରବ୍ୟ ନିଷ୍କାସିତ ହୋଇଯିବ। ତାପରେ ଟିରେ ଚଲାବୁଲା କରନ୍ତୁ। ଏହି ସମୟରେ ମଳତ୍ୟାଗ କରିଲେ ଖୁବ୍‌ ଭଲ। ଏହାପରେ ଆପଣ ପ୍ରାତଃ ଭ୍ରମଣରେ ଯାଇପାରନ୍ତି ।

ଆପଣ ଏକ ଶ୍ଳୋକ ସହିତ ଶଯ୍ୟାତ୍ୟାଗ କରିପାରନ୍ତି। ଏହା ହେଲା ‘କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ୱତୀ,କରମୂଳେ ତୁ ଗୋବିନ୍ଦ ପ୍ରଭାତେ କରଦର୍ଶନମ୍‌’। ଏହି ଶ୍ଳୋକ ପଢ଼ିବା ସହିତ ନିଜର ଦୁଇ ହାତର ପାପୁଲିକୁ ଦେଖିବା ପରେ କପାଳରେ ହାତ ଭଲଭାବେ ମାରନ୍ତୁ।

ମନେ ରଖନ୍ତୁପ୍ରାତଃ ଭ୍ରମଣରେ ଯିବା ବେଳେ ଯେତେ ଢ଼ିଲା ପୋଷାକ ପିନ୍ଧିବେ ସେତେ ଭଲ ,କିନ୍ତୁ ପାଦରେ ଜୋତା ଥିଲେ ଭଲ। ଏହା ଫଳରେ ଭଲ ଚାଲି ହେବ।ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ ।ଯଦି ସକାଳେ ଉଠିବେ ତେବେ ଦିନର ପ୍ରତ୍ୟେକ କାମ ବ୍ୟବସ୍ଥିତ ଓ ଶୃଙ୍ଖଳିତ ହୋଇପାରିବ ବୋଲି କୁହାଯାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe