ମଶାକାମୁଡ଼ାର ତତ୍କାଳ ଉପଚାର

ମଶାକାମୁଡ଼ାର ତତ୍କାଳ ଉପଚାର

ଖରାଦିନ ଆସିଲେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ମଶାମାନଙ୍କର ଉପଦ୍ରବ ଆମକୁ ଅତିଷ୍ଠ କରିପକାଏ। ଏଣେ ତାପମାତ୍ରା ବଢ଼ିବା ସହ ବାୟୁମଣ୍ଡଳର ଆର୍ଦ୍ରତା ସ୍ତର ମଧ୍ୟ ବଢ଼ିଥାଏ ଯାହା ମଶାମାନଙ୍କ ପ୍ରଜନନ ବୃଦ୍ଧିକୁ ସୁହାଇଥାଏ। ଗରମ ଯୋଗୁଁ ଆମେ ଅଧିକ ସମୟ ଘର ବାହାରେ ବିତାଇବା ପାଇଁ ପସନ୍ଦ କରିଥାଉ। ସୁତରାଂ ମଶାକାମୁଡ଼ାର ଆଶଙ୍କା ବଢ଼ିଯାଇଥାଏ। ତେବେ କିଛି ଘରୋଇ ଉପଚାର ଦ୍ବାରା କିପରି ତାହାର ସଫଳ ମୁକାବିଲା କରିହେବ, ସେ ବାବଦରେ ଆଲୋଚନା କରିବା।
ଆପଲ୍‌ ସାଇଡର ଭିନେଗାର ଏକ ଭଲ ପ୍ରଦାହ ବିରୋଧୀ ରୂପେ କାମ କରେ। ତୁଳାକୁ ଏହି ଭିନେଗାରରେ ଭିଜାଇ ମଶା କାମୁଡ଼ିଥିବା ସ୍ଥାନରେ ଲଗାଇଦେଲେ ମଶାକାମୁଡ଼ା ଜନିତ କୁଣ୍ଡାଇ ହେବା ଓ ଚର୍ମଫୁଲାରୁ ଆରାମ ମିଳିଥାଏ।
ମଶା କାମୁଡ଼ା ପାଇଁ ମହୁ ଅନ୍ୟତମ ମହୌଷଧି। ମହୁର ବୀଜାଣୁବିରୋଧୀ ଗୁଣ ମଶାକାମୁଡ଼ା ଜନିତ ସଂକ୍ରମଣ ଆଶଙ୍କାକୁ କମାଇଦେଇଥାଏ। ମଶା କାମୁଡ଼ିଥିବା ଚର୍ମ ଉପରେ ମହୁର ବହଳ ପ୍ରଲେପ କୁଣ୍ଡାଇହେବାରୁ ତୁରନ୍ତ ଉପଶମ ଆଣିଥାଏ।
ମଶା କାମୁଡ଼ାର ପ୍ରଭାବ କମାଇବା ଦିଗରେ ଖାଇବା ସୋ଼ଡ଼ା ମଧ୍ୟ ଏକ ଅବ୍ୟର୍ଥ ଘରୋଇ ଉପଚାର। ଅଳ୍ପ ଖାଇବା ସୋଡ଼ାରେ ଚାରି ପାଞ୍ଚ ଠୋପା ପାଣି ମିଶାଇ ଏକ ମଲମ ପ୍ରସ୍ତୁତ କରନ୍ତୁ। ତାହାକୁ ମଶାକାମୁଡ଼ା ସ୍ଥାନରେ ଲଗାଇ ୧୦ରୁ ୧୫ ମିନିଟ୍‌ ପରେ ତାହାକୁ ଧୋଇଦେଲେ ଆଉ କିଛି ଜଳାପୋଡ଼ା ଦୂର ହୋଇଯାଏ। ଘିକୁଆଁରୀ ବା ଆଲୋଭେରା ମଧ୍ୟ ଏଥି ପାଇଁ ଏକ ଅମୋଘ ଅସ୍ତ୍ର। ଆଲୋଭେରା ପତ୍ରକୁ ଭାଙ୍ଗି ତାହାର ବହଳ ରସକୁ ମଶାକାମୁଡ଼ା ସ୍ଥାନରେ ଲଗାଇଲେ ତତ୍କାଳ ଆରାମ ମିଳିଥାଏ।
ତୁଳସୀପତ୍ର ରସକୁ ମଶା କାମୁଡ଼ା ସ୍ଥାନରେ ଲଗାଇଲେ ତାହାର ପ୍ରଦାହବିରୋଧୀ ଗୁଣ କୁଣ୍ଡାଇହେବାକୁ କମାଇଦେବା ସହ ଚର୍ମ ଫୁଲିବାକୁ ମଧ୍ୟ ଦେବନାହିଁ। ସେହିପରି ରସୁଣର ଉଭୟ ପ୍ରଦାହ ବିରୋଧୀ ଓ କବକବିରୋଧୀ (ଆଣ୍ଟିଫଙ୍ଗାଲ) ଗୁଣ ରହିଛି। କିଛି ରସୁଣ ପାଖୁଡ଼ାକୁ ବାଟି ମଲମ ସଦୃଶ ମଶାକାମୁଡ଼ା ସ୍ଥାନରେ ମାରିଲେ ତୁରନ୍ତ ଉପଶମ ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe