ସୋରିଷ ତେଲରେ ଅଛି ଅନେକ ଔଷଧୀୟ ଗୁଣ, ଦୂର କରେ ଏହି ସବୁ ଶାରୀରିକ ସମସ୍ୟା

Advertisment
ସୋରିଷ ତେଲରେ ଅଛି ଅନେକ ଔଷଧୀୟ ଗୁଣ, ଦୂର କରେ ଏହି ସବୁ ଶାରୀରିକ ସମସ୍ୟା

Medical News Today

ଆପଣଙ୍କ ରୋଷେଇ ଘରେ ସୋରିଷ ତେଲ ନିଶ୍ଚୟ ଥିବ। ଏମିତି ଅନେକ ଶାରୀରିକ ସମସ୍ୟା ରହିଛି ଯାହା ପାଇଁ ସୋରିଷ ତେଲ ଔଷଧ ପରି କାମ କରେ। ତେବେ, ଚାଲନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ ଆମେ ସୋରିଷ ତେଲର ଉପଯୋଗ କରିପାରିବା।

ଟିକେ ଥଣ୍ଡା କିମ୍ବା କାଶ ହେଲେ ଆପଣମାନେ ସୋରିଷ ତେଲକୁ ଫୁଟାଇ ଗୋଡ଼ରେ ମାଲିସ୍‌ କରିପାରିବେ। ବାସ୍ତବ କଥାଟି ହେଉଛି ଥଣ୍ଡା କାଟିବା ପାଇଁ ଏହାଠାରୁ ଭଲ ଉପାୟ ଆଉ କିଛି ହୋଇନପାରେ। ସୋରିଷ ତେଲ ପାଦରେ ମାଲିସ କଲେ ଥଣ୍ଡା ଭଲ ହେବା ସହ ଦେହ ଦରଜ ବି କମ୍‌ ହୋଇଥାଏ।  ଗାଧୋଇବା ପୂର୍ବରୁ ନାଭିରେ ତେଲ୍‌ ଲଗାଇ ଗାଧେଇଲେ ଅନେକ ପ୍ରକାରର ସୁଫଳ ମିଳିଥାଏ। ବିଭିନ୍ନ ପ୍ରକାରର ପେଟ ସମସ୍ୟା ଦୂର ହୋଇଥାଏ ଏପରି କରିବା ଦ୍ବାରା।

ମୁହଁକୁ ହାଲୁକା ଉଷୁମ ପାଣିରେ ଧୋଇ ଦେବା ପରେ ଅଳ୍ପ ଟିକେ ସୋରିଷ ତେଲ୍‌ ହାତରେ ନେଇ ମୁହଁ ସାରା ମାଲିସ୍‌ କରନ୍ତୁ, ତ୍ୱଚାର ଔଜଲ୍ୟତା ବୃଦ୍ଧି ପାଇବ। କେଶର ରଙ୍ଗ ଗାଢ଼ କଳା ଚାହୁଁଥିଲେ ସପ୍ତାହକୁ ୨ ଥର ସୋରିଷ ତେଲ୍‌ ଲଗାଇ ଅଧଘଣ୍ଟା ପରେ କେଶ ସଫା କରନ୍ତୁ। ଦେଖିବେ କିଛି ମାସ ଏପରି କରିବା ଦ୍ୱାରା କେଶର ରଙ୍ଗ ଅପେକ୍ଷାକୃତ କଳା ହୋଇଯିବ। ଯଦି ଦୂର ସ୍ଥାନରୁ ଯାତ୍ରା ସାରି ଫେରିଛନ୍ତି ଦେହ ପୀଡ଼ା କମାଇବା ପାଇଁ ସୋରିଷ ତେଲ ଲଗାଇ ମାଲିସ୍‌ କରିଲେ ଉପଶମ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe