ନଖରୁ ଏମିତି ଜାଣନ୍ତୁ ରୋଗର ପ୍ରାରମ୍ଭିକ ସୂଚନା

Advertisment
ନଖରୁ ଏମିତି ଜାଣନ୍ତୁ ରୋଗର ପ୍ରାରମ୍ଭିକ ସୂଚନା

photo-goodhousekeeping

ମଣିଷର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ନଖ, ଯାହା ପ୍ରତି ବିଶେଷ ଧ୍ୟାନ ଦିଆଯାଇ ନଥାଏ। ଅନେକ ଲୋକଙ୍କ ନଖ ଜନ୍ମରୁ ହିଁ ନରମ ଥାଏ। ଶରୀରରେ ପ୍ରୋଟିନ୍‌ର ଅଭାବତା ଥିଲେ ଏଭଳି ହୋଇଥାଏ।ଏତଦ୍‌ବ୍ୟତୀତ ପୋଟାସିୟମ୍‌,ସୋଡ଼ିୟମ୍‌ ହାଇଡ୍ରେକ୍‌ ସାଇଡ଼୍‍ ସଂପର୍କରେ ଆସିଲେ ମଧ୍ୟ ନଖ ନରମ ହୋଇଥାଏ।
ସବୁଠୁ ମଜାଦାର କଥା ହେଲାଯେ,ସବୁ ଆଙ୍ଗୁଳିର ବୃଦ୍ଧି ଏକାଭଳି ହୋଇ ନଥାଏ। ମଝି ଆଙ୍ଗୁଳି ଓ ଛୋଟ ଆଙ୍ଗୁଳିର ନଖ ଅନ୍ୟ ଆଙ୍ଗୁଳିର ନଖ ତୁଳନାରେ ଡ଼ାହାଣ ହାତର ନଖ ଅତି ଶୀଘ୍ର ହିଁ ବଢ଼ିଥାଏ। ମହିଳାମାନଙ୍କ ଅପେକ୍ଷା ପୁରୁଷ ମାନଙ୍କ ନଖ ଅଧିକ ବଢ଼ିଥାଏ। ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ,ଶୀତ ଋତୁ ତୁଳନାରେ ଗ୍ରୀଷ୍ମ କାଳରେ ନଖ ଅଧିକ ବଢ଼ିଥାଏ।

publive-image photo-youtube

ମନେ ରଖନ୍ତୁ ନଖରେ କୌଣସି ପ୍ରକାରର ବିକୃତି ଦେଖାଗଲେ,ତାହା ରୋଗର ପ୍ରାରମ୍ଭିକ ସୂଚନା ହୋଇପାରେ! ଯଦି ନଖ ହଳଦିଆ ରଙ୍ଗ ଦିଶେ,ତେବେ ତୁରନ୍ତ ହିଁ ଆପଣ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ଖାଲି ସେତିକି ନୁହେଁ, ନଖରୁ ବ୍ୟକ୍ତିକୁ ଏନିମିଆ,ପୋଲିଓ ଆଦି ରୋଗର ମଧ୍ୟ ସୂଚନ ମିଳିଯାଏ। ହୃଦ୍‌ରୋଗ ,କର୍କଟ ରୋଗଏବଂ ଥାଇରଏଡ଼୍‍ ଆଦିର ମଧ୍ୟ ସୂଚନା ମିଳିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe