ଜଣେ ବୈଜ୍ଞାନିକ କଂଲଗମେନ୍ ନଖ ଉପରେ ବିଶେଷ ଗବେଷଣା କରିଛନ୍ତି। ସେ କହିଛନ୍ତି ଯେ, ପ୍ରାଣୀର ମୃତ୍ୟୁ ପରେ ମଧ୍ୟ ତା’ର ନଖ ବଢ଼ିଥାଏ। ସେ ଏସଂପର୍କରେ ଗବେଷଣା କରିଛନ୍ତି। ଶିଶୁର ନଖ ବଢ଼ିବା ତାହାର ମାତା ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। କିନ୍ତୁ ମୃତ୍ୟୁ ପରେ ନଖର ଆଖପାଖର ନରମ ଅଂଶ ସଂକୁଚିତ ହେବାକୁ ଆରମ୍ଭ ହୁଏ।ଏଥିପାଇଁ ନଖ ବଢ଼ୁଥିବା ଭଳି ଭ୍ରମ ସୃଷ୍ଟି ହୋଇଥାଏ। ଆହୁରି ମଧ୍ୟ ସେ ଗବେଷଣାରୁ ଜାଣିପାରିଛନ୍ତି ଯେ,କେଶ ଓ ନଖ ତ୍ୱଚାର ଅଂଶ ଅଟନ୍ତି।
ନଖ ସଂପର୍କିତ ସମସ୍ୟା ସଂପର୍କରେ ସାଧାରଣରେ ଏକ ଧାରଣା ରହିଛିଯେ,କାଲ୍ସିୟମ୍ କମ୍ ହେଲେ ହିଁ ଏଭଳି ଘଟିଥାଏ।ଏଥିପାଇଁ ଡ଼ାକ୍ତରଙ୍କ ପରାମର୍ଶ ନନେଇ କେବଳ କାଲ୍ସିୟମ୍ ବଟିକା ଖାଇବା ଠିକ୍ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ନଖର ବୃଦ୍ଧି ,ତା’ର ସୌନ୍ଦର୍ଯ୍ୟ ଅଭିବୃଦ୍ଧିରେ କେରିଟିନ୍ ପ୍ରୋଟିନ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନଖରେ ଠିକ୍ ଭାବେ ରକ୍ତସଞ୍ଚାର ନହେଲେ ନଖ ଭଲ ଭାବରେ ବଢ଼ିନଥାଏ ବରଂ ତାହା ପତଳା ହୋଇଯାଏ।
Follow Us