ଖରାବେଳେ ଶୋଇବା ଭଲ , ଜାଣନ୍ତୁ କାରଣ

ଖରାବେଳେ ଶୋଇବା ଭଲ , ଜାଣନ୍ତୁ କାରଣ

photo-dailymail.co.uk

ଏବେ ଖରାଦିନ। ଅଧିକାଂଶ ଲୋକେ ଖରାବେଳେ ଶୋଇବାକୁ ପସନ୍ଦ କରନ୍ତି। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ସକାଳ ଅପେକ୍ଷା ଦ୍ୱିପହରରେ ବିଶ୍ରାମ କରିଲେ ଅଧିକ କ୍ୟାଲୋରି ବର୍ଣ୍ଣ ହୋଇଥାଏ।
ହାଓ୍ଵାର୍ଡ ମେଡିକାଲ ସ୍କୁଲରେ କରାଯାଇଥିବା ଏହି ଗବେଷଣା ଅନୁଯାୟୀ ସକାଳ ତୁଳନାରେ ଯଦି ଦ୍ୱିପହରରେ ବିଶ୍ରାମ କରନ୍ତି,ତେବେ ମନୁଷ୍ୟର ୧୦ ପ୍ରତିଶତ ଅଧିକ କ୍ୟାଲୋରି ବର୍ଣ୍ଣ ହୋଇଥାଏ। ଏହାର ମୁଖ୍ୟ ଗବେଷକ କର୍ଜିଙ୍କ ଅନୁଯାୟୀ ଗୋଟିଏ କାମକୁ ଅଲଗା ଅଲଗା ସମୟରେ କରିଲେ ଭିନ୍ନ-ଭିନ୍ନ କ୍ୟାଲୋରି ବର୍ଣ୍ଣ ହୋଇଥାଏ।
ଏହି ଗବେଷଣାରେ ସାତଜଣ ଲୋକଙ୍କୁ ସାମିଲ କରାଯାଇଥିଲା। ଏହା ଏକ ସ୍ୱତନ୍ତ୍ର ପରୀକ୍ଷାଗାରରେ କରାଯାଇଥିଲା। ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଶୋଇବା ଓ ଉଠିବାକୁ କୁହାଯାଇଥିଲା। କିନ୍ତୁ ପ୍ରତି ରାତିରେ ୪ଘଣ୍ଟା ସମୟ ବଢାଇ ଦିଆଯାଇଥିଲା।
ମଣିଷ କେତେବେଳେ ଶୋଉଛି ଓ କେତେବେଳେ ଖାଉଛି,ତାହା ଉପରେ କ୍ୟାଲୋରି ବର୍ଣ୍ଣ ନିର୍ଭର କରେ। କେବଳ ଖାଦ୍ୟ ଉପରେ ତାହା ନିର୍ଭର କରେ ନାହିଁ। ଏଣୁ ସୁସ୍ଥ ରହିବାକୁ ହେଲେ ଶୋଇବା ସମୟଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe