ଜାତୀୟ ପ୍ରେସ୍‌ ଦିବସ ଆଜି : ଜନସାଧାରଣଙ୍କ ସ୍ବାର୍ଥ ସୁରକ୍ଷାକୁ ଗୁରୁତ୍ବ

Advertisment
ଜାତୀୟ ପ୍ରେସ୍‌ ଦିବସ ଆଜି : ଜନସାଧାରଣଙ୍କ ସ୍ବାର୍ଥ ସୁରକ୍ଷାକୁ ଗୁରୁତ୍ବ

ନୂଆଦିଲ୍ଲୀ: ଏକ ସ୍ବାଧୀନ ଓ ମୁକ୍ତ ପ୍ରେସ୍‌ ହେଉଛି ଏକ ଶକ୍ତିଶାଳୀ ଗଣତନ୍ତ୍ରର ଚାରିଟି ସ୍ତମ୍ଭ ମଧ୍ୟରୁ ଅନ୍ୟତମ। ୧୯୬୬ ନଭେମ୍ବର ୧୬ ତାରିଖରୁ ପ୍ରେସ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ପିସିଆଇ) କାର୍ଯ୍ୟ କରିବା ଆରମ୍ଭ କରିଥିଲା। ଭାରତକୁ ଗଣତନ୍ତ୍ରରେ ପରିଣତ କରିବା ଦିଗରେ ପିସିଆଇର ଅବଦାନକୁ ସମ୍ମାନ ଜଣାଇବା ସହ ଏକ ମୁକ୍ତ ତଥା ସ୍ବାଧୀନ ପ୍ରେସ୍‌ର ଗୁରୁତ୍ବ ଉତ୍‌ଥାପନ କରିବା ଲାଗି ପ୍ରତି ବର୍ଷ ନଭେମ୍ବର ୧୬ ତାରିଖକୁ ପ୍ରେସ୍‌ ଦିବସ ଭାବେ ପାଳନ କରାଯାଉଛି। ଗଣମାଧ୍ୟମ ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଅନ୍ୟତମ ସ୍ତମ୍ଭ ଭାବେ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା (ମୁଦ୍ରଣ ଓ ପ୍ରସାରଣ)ରେ କାର୍ଯ୍ୟରତ ସାମ୍ବାଦିକମାନେ ସମାଜ ଓ ବ୍ୟବସ୍ଥାର ଆଇନା ଭାବେ କାମ କରନ୍ତି।

ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେମାନଙ୍କର କାହାଣୀ ଓ ବିବରଣୀ ସମାଜର ବିଭିନ୍ନ ଦିଗକୁ ପ୍ରତିଫଳିତ କରିଥାଏ। ଭାରତୀୟ ସାମ୍ବାଦିକମାନେ ଯେପରି କୌଣସି ପ୍ରଭାବ ବା ବାହ୍ୟ କାରକ ଦ୍ବାରା ପରିଚାଳିତ ନ ହୁଅନ୍ତି, ସେଥିପ୍ରତି ପିସିଆଇ ଏକ ନୈତିକ ନିରୀକ୍ଷଣକାରୀ ସଂସ୍ଥା ଭାବେ କାର୍ଯ୍ୟ କରିଥାଏ। ନଭେମ୍ବର ୧୬ ତାରିଖ ଗଣମାଧ୍ୟମର ସ୍ବାଧୀନତା, କର୍ତ୍ତବ୍ୟ ଓ ନାଗରିକଙ୍କ ପ୍ରତି ଥିବା ଦାୟିତ୍ବବୋଧକୁ ପ୍ରଦର୍ଶନ କରିଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି: ‘ଜନସାଧାରଣଙ୍କ ସ୍ବାର୍ଥକୁ ପ୍ରୋତ୍ସାହିତ କରିବା, ସାମ୍ବାଦିକତାର ଉଚ୍ଚମାନ ବଜାୟ ରଖିବା’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe