ଉପବାସ କରିବାର ଫାଇଦା: ଶରୀରକୁ ଡିଟକ୍ସିଫିକେସନ୍‌ କରି ସଂକ୍ରମଣ, ରୋଗ ଓ ବୟସର ପ୍ରଭାବ କମ୍‌ କରିଥାଏ

Advertisment
ଉପବାସ କରିବାର ଫାଇଦା: ଶରୀରକୁ ଡିଟକ୍ସିଫିକେସନ୍‌ କରି ସଂକ୍ରମଣ, ରୋଗ ଓ ବୟସର ପ୍ରଭାବ କମ୍‌ କରିଥାଏ

publive-image

୭ ରୁ ୯ ଦିନ ପର୍ଯ୍ୟନ୍ତ ଉପବାସ ସମୟରେ ଫଳ ଓ ତରଳ ପଦାର୍ଥ ଅଧିକ ମାତ୍ରାରେ ଗ୍ରହଣ କରିବାକୁ କୁହାଯାଇଥାଏ କାରଣ ହଜମକ୍ରିୟାରେ ଅଧିକ ଚାପ ନ ପଡ଼ୁ ବୋଲି।

publive-image

ଉପବାସର ସିଧା ସମ୍ବନ୍ଧ ଶାରୀରିକ ଓ ମାନସିକ ଶୁଦ୍ଧିକରଣରୁ ହୋଇଥାଏ। ଆୟୁର୍ବେଦ ଅନୁସାରେ, ଉପବାସ ଶରୀରକୁ ଶୁଦ୍ଧ କରିବା ସହ ମସ୍ତିଷ୍କକୁ ତେଜିଆନ୍‌ କରିଥାଏ। ଅକ୍ଟୋବର ମାସରେ ଋତୁ ପରିବର୍ତ୍ତନ ହୋଇଥାଏ, ଏହି ସମୟରେ କରାଯାଉଥିବା ଉପବାସର ଖାସ୍‌ ମହତ୍ତ୍ୱ ରହିଥାଏ। ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇ ସଂକ୍ରମଣ ଓ ଋତୁକାଳୀନ ରୋଗର ଡର କମ୍‌ କରିଥାଏ।

publive-image

publive-image

କାହିଁକି ଓ କେତେ ଜରୁରୀ ବ୍ରତ ବା ଉପବାସ
ଶରୀରକୁ ସୁସ୍ଥ ରଖିବା ପାଇଁ ସପ୍ତାହରେ ଥରେ ବ୍ରତ ରଖିବା ଭଲ। ଏହି ସମୟରେ ପାନୀୟ ଅଧିକ ଓ ଗରିଷ୍ଠ ଭୋଜନ କମ୍‌ କଲେ ଶରୀରର ଭିତର ଭାଗ ସଫା ହୋଇଥାଏ। ଏହାକୁ ମେଡିକାଲ୍‌ ଭାଷାରେ ଡିଟକ୍ସିଫିକେସନ୍‌ କୁହାଯାଏ।
ଡାକ୍ତରଙ୍କ କହିବା ଅନୁସାରେ ଉପବାସର ପ୍ରଭାବ ସିଧାସଳଖ ଚେହେରା ଉପରେ ମଧ୍ୟ ପଡ଼ିଥାଏ ଓ ବୟସ କମ୍‌ ଦେଖାଯାଇଥାଏ। ଉପବାସ ସମୟରେ ପାନୀୟ ବ୍ୟବହାର ନିଶ୍ଚୟ କରନ୍ତୁ।

publive-image

ନବରାତ୍ରୀର ଶରୀରର ସହ ସମ୍ବନ୍ଧ
ନବରାତ୍ରୀ ସମୟରେ ଶରୀରର ରୋଗପ୍ରତିରୋଧକ ଶକ୍ତି କମିଯାଏ। ୭ ରୁ ୯ ଦିନ ପର୍ଯ୍ୟନ୍ତ ବ୍ରତ ସମୟରେ ହଜମକ୍ରିୟାରେ ଅଧିକ ପ୍ରଭାବ ନ ପଡ଼ିବା ପାଇଁ ଫଳ ଓ ତରଳ ପଦାର୍ଥ ଅଧିକ ମାତ୍ରାରେ ଗ୍ରହଣ କରିବା ପାଇଁ କୁହାଯାଇଥାଏ। ଏହା ସହ ଜରୁରୀ ପୋଷକ ତତ୍ତ୍ୱ ଓ ଆଣ୍ଟିଅକ୍ସିଡାଣ୍ଟ୍‌ ଶରୀରକୁ ମିଳିପାରେ।
ନବରାତ୍ରୀ ସମୟରେ ଗୋଟିଏ ଥର ଭୋଜନ କରିବା ଦ୍ୱାରା ତନ୍ତୁ ସଠିକ୍‌ ମାତ୍ରାରେ ମିଳେ ଯାହା ଡିଟକ୍ସିଫିକେସନ୍‌ କରାଇବାରେ ସାହାଯ୍ୟ କରେ। ଶରୀର ଆଶ୍ୱସ୍ତ ହେଲେ ଏହାର ସିଧାସଳଖ ପ୍ରଭାବ ମସ୍ତିଷ୍କ ଉପରେ ପଡ଼େ ଓ ତାହା ଅନେକ ମାତ୍ରାରେ ଶାନ୍ତ ଅନୁଭବ କରିଥାଏ।

publive-image

ଖାଦ୍ୟ-ପାନୀୟର ଜରୁରୀ ତଥ୍ୟ
ଡାଏଟିସିଆନ୍‌ଙ୍କ କହିବା ଅନୁସାରେ, ବ୍ରତ ବା ଉପବାସ ସମୟରେ ପାଣିର କମି ହେବାକୁ ଦିଅନ୍ତୁ ନାହିଁ। ଏଥିପାଇଁ ପାଣି, ପଇଡ଼ ପାଣି, ସବୁଜ ଚା ଆଦି ପିଇ ପାରିବେ। ଯଦି ୯ ଦିନ ପର୍ଯ୍ୟନ୍ତ ଉପବାସ ରଖୁଛନ୍ତି ତା’ହେଲେ ଦିନକୁ ଥରେ ଲଘୁ ଭୋଜନ ନିଶ୍ଚୟ କରନ୍ତୁ। ଭୋଜନରେ – ଆଳୁ, ଟମାଟର, ସିମ୍‌ଲା ଲଙ୍କା, ଲାଉ, ପାଳଙ୍ଗ, ସାଗୁଦାନା, ଦହି କିମ୍ବା ଲସି ଆଦି ସାମିଲ କରନ୍ତୁ।
ଉପବାସ ସମୟରେ ତେଲ ବ୍ୟବହାର ହୋଇ ନ ଥିବା ଜିନିଷ ଖାଆନ୍ତୁ। ମୁଖ୍ୟତଃ ମୌସାମ୍ବୀ ଲେମ୍ବୁ ଓ ଡ୍ରାଏ ଫ୍ରୁଟ୍‌ ଖାଆନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe