ନବରାତ୍ରି ବ୍ରତଧାରୀମାନେ ଏସବୁ ଭୁଲ୍‌ କରନ୍ତୁ ନାହିଁ!

Advertisment
ନବରାତ୍ରି ବ୍ରତଧାରୀମାନେ ଏସବୁ ଭୁଲ୍‌ କରନ୍ତୁ ନାହିଁ!

ଆସନ୍ତାକାଲି ୧୮ ତାରିଖରୁ ଆରମ୍ଭ ହେଉଛି ନବରାତ୍ରି। ଏଥର ନବରାତ୍ରି ୯ ଦିନ ପରିବର୍ତ୍ତେ କେବଳ ୮ ଦିନର ହେବ। ଏହି ସମୟରେ ବ୍ରତଧାରୀମାନେ ସାଧାରଣତଃ ଉପବାସ ରହିଥା’ନ୍ତି। ଆଉ କିଛି ଭୁଲ୍‌ ବି ହୋଇଯାଏ।
ମନେ ରଖନ୍ତୁ ଏସବୁ ଭୁଲ୍‌ ଯେପରି ନ ହୁଏ......

କିଛି ଲୋକ ନବରାତ୍ରି ଉପବାସ ସମୟରେ ପାଣି ପିଇବା କମ୍‌ କରି ଦିଅନ୍ତି। ଯଦି ଆପଣ ସେଭଳି କରୁଥାନ୍ତି,ତେବେ ତାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ!କାରଣ ଏଥିଯୋଗୁଁ ମୁଣ୍ଡବିନ୍ଧା, ବଦ୍‌ହଜମି,ଡ଼ି ହାଇଡ୍ରେସନ୍‌,କ୍ଳାନ୍ତି ଓ ଶୁଷ୍କ ତ୍ୱଚା ଭଳି ସମସ୍ୟା ଉପୁଜିପାରେ।
ଆଉ କେତେକଙ୍କର ଅଭ୍ୟାସ ନବରାତ୍ରି ବ୍ରତବେଳେ ବାରମ୍ବାର ଚା’ ପିଇଥାନ୍ତି। ଏପରି କରିଲେ ଏସିଡ଼ିଟି,ଅଲସର ଓ ମୁଣ୍ଡବିନ୍ଧା ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ବ୍ରତ ଧାରଣ କରିଥିବା ଲୋକେ ତରଳ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ। କାରଣ ଏହାଦ୍ୱାରା ଶରୀରକୁ ସଂପୂର୍ଣ୍ଣ ପୋଷଣ ମିଳି ନ ଥାଏ।ଏହି ସମୟରେ ଉପଯୁକ୍ତ ମାତ୍ରାରେ ସଲିଡ଼୍‍ ଖାଦ୍ୟ ମଧ୍ୟ ଖାଇବା ଜରୁରୀ ଅଟେ।

publive-image

ନବରାତ୍ରି ଧାରଣ ସମୟରେ ଆଦୌ ଖାଲି ପେଟରେ ରହନ୍ତୁ ନାହିଁ। ପ୍ରତି ଘଣ୍ଟାରେ କିଛି ନା କିଛି ହାଲ୍‌କା ଖାଦ୍ୟ ଖାଇବା ଉଚିତ। ଯଦି ଖାଲି ପେଟରେ ରହନ୍ତି ତେବେ ଏସିଡ଼ିଟି ବା ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ଦେଖା ଦେଇପାରେ। ସବୁଠୁଁ ବଡ଼ କଥା ହେଲା ଯେ,ଆପଣ ଦୁର୍ବଳତା ଅନୁଭବ କରିବେ। ନବରାତ୍ରି ସମୟ କୌଣସି ମିଠା ବା ଖଟା ଫଳ ନ ଖାଇ ପଇଡ଼ ପାଣି ପିିଇବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe