ବିନା ପାର୍ଲର ଯାଇ ଚମକିବ ତ୍ବଚା; ଏହି ଘରୋଇ ପ୍ୟାକ୍‌ ଦେବ ଦ୍ବିଗୁଣ ଚମକ!

କିଛି ଘରୋଇ ପ୍ୟାକ୍‌ ଅଛି; ଯାହାକୁ ପ୍ରୟୋଗ କଲେ ବିନା ଟଙ୍କାରେ ବି ତ୍ବଚାର ଚମକ ବୃଦ୍ଧି ପାଇବ। ଅନେକ ଲୋକ ମହଙ୍ଗା ଉତ୍ପାଦ ଉପରେ ନିର୍ଭର କରନ୍ତି, କିନ୍ତୁ ସତ୍ୟ ହେଉଛି ଯେ ତ୍ୱଚା ପାଇଁ ପ୍ରକୃତ ଆରାମ କେବଳ ପ୍ରକୃତିର ଉପଚାରରୁ ମିଳିଥାଏ।

Untitled-26 (1)

ପ୍ରତ୍ୟେକଟି ମଣିଷ ଏକ ଦାଗଶୂନ୍ୟ,ଚମକଦାର ଏବଂ ବ୍ରଣମୁକ୍ତ ମୁହଁ ଚାହାଁନ୍ତି।  ତଥାପି, ବୟସ ବୃଦ୍ଧି ପାଇବା ସହିତ କିମ୍ବା ଜୀବନଶୈଳୀ ପରିବର୍ତ୍ତନ ହେବା ସହିତ, ତ୍ୱଚା ସମସ୍ୟା ମଧ୍ୟ ବୃଦ୍ଧି ପାଏ। ବିଶେଷକରି ବ୍ରଣ, ଲାଲପଣ ଏବଂ ଜ୍ୱଳନ ମୁହଁର ଚମକକୁ ହରଣ କରିଦିଏ। ତ୍ବାଚାକୁ ଉଜ୍ଜ୍ବଳ କରିବା ପାଇଁ ଆମେ ପାର୍ଲର ଯାଇ ହଜାର ହଜାର ଟଙ୍କାର ପ୍ୟାକ୍‌ ମୁଖରେ ପ୍ରୟୋଗ କରନ୍ତି। ହେଲେ ଏପରି କିଛି ଘରୋଇ ପ୍ୟାକ୍‌ ଅଛି; ଯାହାକୁ ପ୍ରୟୋଗ କଲେ ବିନା ଟଙ୍କାରେ ବି ତ୍ବଚାର ଚମକ ବୃଦ୍ଧି ପାଇବ। ଅନେକ ଲୋକ ମହଙ୍ଗା ଉତ୍ପାଦ ଉପରେ ନିର୍ଭର କରନ୍ତି, କିନ୍ତୁ ସତ୍ୟ ହେଉଛି ଯେ ତ୍ୱଚା ପାଇଁ ପ୍ରକୃତ ଆରାମ କେବଳ ପ୍ରକୃତିର ଉପଚାରରୁ ମିଳିଥାଏ।

ସେଭଳି ଏକ ପ୍ୟାକ୍‌ ହେଛଛି ନିମ୍ ଫେସ୍ ପ୍ୟାକ୍। ନିମ୍‌ ବା ଯାହାକୁ ଆମ ଓଡ଼ିଆରେ କୁହନ୍ତି ଲିମ୍ବ। ଲିମ୍ବ ପତ୍ରର ଲେପ ମୁହଁରେ ଲଗାଇବା ଦ୍ବାରା ତ୍ବଚାରୁ ଜୀବାଣୁ ହ୍ରାସ୍‌ ପାଏ। ଫଳରେ ମୁହଁରୁ ବ୍ରଣ ହେବା କମିବା ସହ ଦାଗଶୂନ୍ୟ ମଧ୍ୟ ହୋଇଥାଏ। 

ଲିମ୍ବରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟି-ଇମ୍ଫ୍ଲେମାଟ୍ରିରି ଗୁଣ ଅଛି, ଯାହା ତ୍ୱଚାରେ ଥିବା ଜୀବାଣୁକୁ ଦୂର କରେ ଏବଂ ଜ୍ୱଳନକୁ ହ୍ରାସ କରେ। ଏହି କାରଣରୁ ବ୍ରଣ, ଏବଂ ଚର୍ମ ସଂକ୍ରମଣ ପାଇଁ ଳିମ୍ବକୁ ସବୁଠାରୁ ପ୍ରଭାବଶାଳୀ ଘରୋଇ ଉପଚାର ଭାବରେ ବିବେଚନା କରାଯାଏ। ଯଦି ଆପଣଙ୍କର ତେଲିଆ ତ୍ୱଚା ଏବଂ ବାରମ୍ବାର ବ୍ରଣ ହେଉଥାଏ। ତେବେ ନିମ ଏବଂ ମୁଲତାନି ମାଟି ଫେସ୍ ପ୍ୟାକ୍ ଆଶ୍ଚର୍ଯ୍ୟଜନକ ଭାବରେ କାମ କରିପାରିବ।

ଏହାକୁ ତିଆରିବା ପାଇଁ ଗୋଲାପ ଜଳ ସହିତ ଳିମ୍ବ ପାଉଡର ଏବଂ ମୁଲତାନି ମାଟି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପ୍ୟାକ୍ ତ୍ୱଚାରୁ ଅତିରିକ୍ତ ତେଲ ଶୋଷିତ କରେ, ଛିଦ୍ରକୁ ବନ୍ଦ୍‌ କରେ ଏବଂ ମୁହଁକୁ ଥଣ୍ଡା କରେ। ସପ୍ତାହରେ ୧-୨ ଥର ବ୍ୟବହାର କରନ୍ତୁ।

ଶୁଷ୍କ ତ୍ୱଚା ପାଇଁ ଲିମ୍ବ ସହ ମହୁ ମିଶ୍ରଣ କରି ଲେପ ଦେବା ଖୁବ୍ ଭଲ ହୋଇଥାଏ। ଯଦି ଆପଣଙ୍କର ତ୍ୱଚା ଶୁଷ୍କ କିମ୍ବା ଲାଲ ହେବାର ସମ୍ଭାବନା ଥାଏ, ତେବେ ଲିମ୍ବ ଏବଂ ମହୁ ପ୍ୟାକ୍ ସର୍ବୋତ୍ତମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe