ସାବଧାନ ଏହି ଖାଦ୍ୟକୁ ଦ୍ବିତୀୟ ଥର ଗରମ କରି ଖାଉଛନ୍ତି କି, ଶରୀରରେ ହୋଇପାରେ ଏହି ସମସ୍ୟା

ସାବଧାନ ଏହି ଖାଦ୍ୟକୁ ଦ୍ବିତୀୟ ଥର ଗରମ କରି ଖାଉଛନ୍ତି କି, ଶରୀରରେ ହୋଇପାରେ ଏହି ସମସ୍ୟା

ନୂଆଦିଲ୍ଲୀ: ସମସ୍ତଙ୍କୁ ଗରମଗରମ ଖାଦ୍ୟ ଖାଇବା ବହୁ ପସନ୍ଦ ଥାଏ। କିନ୍ତୁ ଥରେ ଯେଉଁ ଖାଦ୍ୟ ପ୍ରସ୍ତୁତ ହୋଇଯାଇଛି ତାହାକୁ ଦ୍ବିତୀୟ ଥର ଗରମ କରି ଖାଇଲେ ଏହା ଶରୀରକୁ ଅନେକ କ୍ଷତି ପହଞ୍ଚାଇପାରେ ବୋଲି କୁହାଯାଏ। ଶୀତ ଦିନରେ ଏହି ଦିଗରେ ବିଶେଷ ଧ୍ୟାନ ଦେବା ଉଚିତ୍ । ଆସନ୍ତୁ ସେହି ଖାଦ୍ୟଗୁଡ଼ିକ ବିଷୟରେ ଜାଣିବା ଯାହାକୁ ଆମେ ବାରମ୍ବାର ଗରମ କରି ଖାଇବା ଉଚିତ୍ ନୁହେଁ ।

ଆଳୁକୁ ପନିପରିବାର ଭିତରେ ରାଜା ବୋଲି କୁହାଯାଇଥାଏ।| ପ୍ରାୟ ସବୁ ପ୍ରକାର ବ୍ୟଞ୍ଜନରେ ଆଳୁ ବ୍ୟବହାର କରାଯାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ ଆଳୁକୁ ସିଜାଇ ରଖି ଦିଅନ୍ତି। ଆଉ ଯେତେବେଳେ ଆବଶ୍ୟକ ହୋଇଥାଏ ତାହାକୁ ବ୍ୟବହାର କରିଥାଆନ୍ତି। ଏହା ଆଦୌ କରାଯିବା ଉଚିତ ନୁହେଁ, କାରଣ ଏହି ଅଭ୍ୟାସ ଆପଣଙ୍କ ପେଟ ଏବଂ ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇପାରେ। ଅଧିକ ସମୟ ଆଳୁକୁ ସିଜାଇ ଛାଡ଼ିଦେଲେ ସେଥିରେ ବେଟୁଲିଜମ୍ ନାମକ ଏକ ବିରଳ ଜୀବାଣୁ ବିକଶିତ ହେବାକୁ ଲାଗିଲେ | ଯାହାକି ଫୁଡ଼ ପଏଜନ ପାଇଁ ଦାୟୀ ହୋଇଥାଏ।

ପାଳଙ୍ଗ ଏକ ଋତୁକାଳୀନ ଶାଗ। ଶୀତ ଦିନରେ ଏହା ବହୁତ ବିକ୍ରି ହୁଏ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଶୀତଦିନେ ଅଧିକାଂଶ ଘରେ ପ୍ରତିଦିନ ପାଳଙ୍ଗରେ ତିଆରି ବ୍ୟଞ୍ଜନ ପ୍ରସ୍ତୁତ କରିଥାଆନ୍ତି । ଆଉ ବଳି ପଡ଼ିଲେ ତାହାକୁ ଫ୍ରିଜରେ ରଖି ଦେଇଥାଆନ୍ତି। ପରଦିନ ପୁଣି ତାହାକୁ ଗରମ କରି ଖାଇଥାଆନ୍ତି। ବିଶେଷଜ୍ଞଙ୍କ ମତରେ ବାରମ୍ବାର ପାଳଙ୍ଗ ଶାଗ ଗରମ କରି ଖାଇବା ଦ୍ୱାରା କର୍କଟ କୋଷର ବୃଦ୍ଧି ପାଇଥାଏ।

ସେହିପରି ବ୍ୟବହୃତ ତେଲକୁ ପୁନର୍ବାର ବ୍ୟବହାର କରିବା ଉଚିତ୍ ନୁହେଁ । ପ୍ରାୟତଃ ଦେଖାଯାଏ ଯେ ମହିଳାମାନେ ରାନ୍ଧିବା ପରେ ବଳି ପଡ଼ୁଥିବା ଉକ୍ତ ରନ୍ଧା ତେଲକୁ ରଖି ଦିଅନ୍ତି। ଏହି ରନ୍ଧା ତେଲକୁ ପରେ ବ୍ୟବହାର କରିଥାଆନ୍ତି। ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ କ୍ଷତିକାରକ । ତେଲକୁ ବାରମ୍ବାର ଗରମ କରି ବ୍ୟବହାର କରିବା ଦ୍ବାରା ଏହା ଶରୀରରେ ବିଷାକ୍ତ ପଦାର୍ଥର ପରିମାଣ ବୃଦ୍ଧି କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe