ନୂଆବର୍ଷ ନେଇଆସିିଛି ଏହି ସବୁ ରାଶିର ଲୋକଙ୍କ ପାଇଁ ଶୁଭ‌ଦିନ

ନୂଆବର୍ଷ ନେଇଆସିିଛି ଏହି ସବୁ ରାଶିର ଲୋକଙ୍କ ପାଇଁ ଶୁଭ‌ଦିନ

ଆଜିଠାରୁ ଆରମ୍ଭ ହୋଇଗଲା ନୂଆବର୍ଷ ୨୦୨୪। ନୂଆବର୍ଷ ଆରମ୍ଭରୁ କିଛି ଗ୍ରହର ରାଶି ପରିବର୍ତ୍ତନ ଓ ଶୁଭ ଯୋଗ ଘଟିବ। ଏହି ନବବର୍ଷ ଶୁଭ ହେଉ ବୋଲି ସମସ୍ତେ ଚାହାନ୍ତି। କିଛି ରାଶିର ବ୍ୟକ୍ତିଙ୍କ ପାଇଁ ବର୍ଷଟି ଅତ୍ୟନ୍ତ ଶୁଭମୟ ହେବ।

ବର୍ଷ ଅରମ୍ଭରୁ ଏପ୍ରିଲ୍‌ ୩୦ ତାରିଖ ପର୍ଯ୍ୟନ୍ତ ମେଷ ରାଶିରେ ବୃହସ୍ପତି ଚଳନ ହେବ। ବର୍ଷଟି ଶନିଙ୍କ ତୃତୀୟ ଦୃଷ୍ଟିରେ କଟିବ। ଯେବେ ପର୍ଯ୍ୟନ୍ତ ମେଷ ରାଶିରେ ବୃହସ୍ପତିଙ୍କ ଚଳନ ହେବ ସେବେ ପର୍ଯ୍ୟନ୍ତ ମାନସମ୍ମାନ ଓ ଧନ ପ୍ରାପ୍ତି ହେବ। ବ୍ୟବସାୟରେ ଲାଭ ହେବ। ଚାକିରିଆମାନଙ୍କ ପାଇଁ ବି ବର୍ଷଟି ଶୁଭମୟ ରହିବ।

ବର୍ଷ ଆରମ୍ଭରୁ ବୁଧ ଓ ଶୁକ୍ରର ଦୃଷ୍ଟି ବୃଷ ରାଶି ଉପରେ ରହିବ। ଏହି ସମୟରେ ଆର୍ଥିକ ସ୍ଥିିତି ଅନୁକୁଳ ରହିବ। କାର୍ଯ୍ୟରେ ଆସୁଧିବା ବାଧାବିଘ୍ନ ଦୂର ହେବ।

ମିଥୁନ ରାଶିର ଲୋକଙ୍କର ଜାନୁଆରିରୁ ଫେବ୍ରୁଆରି ଭିତରେ ମଧ୍ୟମ ଆୟ ରହିବ। କାର୍ଯ୍ୟ କ୍ଷେତ୍ରରେ କଠିନତାର ସମ୍ମୁଖୀନ ହେବାକୁ ପଡ଼ିବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଜରୁରୀ।

କର୍କଟ ରାଶିର ଲୋକ ବର୍ଷ ଆରମ୍ଭରୁ ଟିକେ ସତର୍କ ରହିବା ଉଚିତ। ‌କୌଣସି ନିଷ୍ପତ୍ତି ତରବରିଆ ଭାବେ ନେଲେ କ୍ଷତି ସହିବାକୁ ପଡ଼ିପାରେ।

ସିଂହ ରାଶିର ଲୋକଙ୍କର ବର୍ଷର ଆରମ୍ଭରୁ ୪ ମାସ ପର୍ଯ୍ୟନ୍ତ ଭଲ ବେଳା ଚାଲିବ। ଭାଗ୍ୟ ସବୁ କାମରେ ସାଥ୍‌ ଦେବ। ନୂତନ କିଛି କରିବାର ଇଚ୍ଛା ଥିଲେ ଏହି ସମୟ ମଧ୍ୟ‌ରେ କରିପାରିବେ।

କନ୍ୟା ରାଶିର ଲୋକ ନିଜ ସଂପର୍କକୁ ନେଇ ଯତ୍ନବାନ ରୁହନ୍ତି। ପରିବାର ମଧ୍ୟରେ ମତଭେଦ ବଢ଼ିପାରେ।

ତୁଳା ରାଶିର ଲୋକଙ୍କର ଏପ୍ରିଲ୍‌ ପର୍ଯ୍ୟନ୍ତ ଭଲ ଚାଲିବ। ବ୍ୟବସାୟ କ୍ଷେତ୍ରରେ ଲାଭରେ ରହିପାରନ୍ତି।

ବିଛା  ରାଶିର ବ୍ୟକ୍ତିଙ୍କର ଜାନୁଆରିରୁ ମାର୍ଚ ମାସ ମଧ୍ୟରେ ଧନପ୍ରାପ୍ତ ଯୋଗ ରହିଛି।

ଧନୁ ରାଶିର ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ମାନସମ୍ମାନ ବି ବଢ଼ିବ।

ଫେବ୍ରୁଆରି ଓ ମାର୍ଚ ମାସରେ ମକର ରାଶିରେ ମଙ୍ଗଳ ଚଳନ ହେବ। ସରକାରୀ ସଂପର୍କିତ କାର୍ଯ୍ୟରେ ସୁଫଳ ମିଳିବ।

ସେହିପରି କୁମ୍ଭ ରାଶିର ଲୋକଙ୍କର ଜାନୁଆରିରୁ ଏପ୍ରିଲ୍‌ ମଧ୍ୟରେ ସଫଳତା ମିଳିବ। ଅନ୍ୟ ଯୋଜନାଗୁଡ଼ିକ ବି ସଫଳ ହେବ।

ମୀନ ରାଶିର ଲୋକଙ୍କର ଚଳିତବର୍ଷ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କାମକାର୍ଯ୍ୟକୁ ନେଇ ବ୍ୟସ୍ତତା ବଜାୟ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe