ଏହି ନୂଆବର୍ଷରେ ପ୍ରତ୍ୟେକ ବ୍ୟକ୍ତି ନେବା ଉଚିତ ଏହି ୩ ସଂକଳ୍ପ!

Advertisment
ଏହି ନୂଆବର୍ଷରେ ପ୍ରତ୍ୟେକ ବ୍ୟକ୍ତି ନେବା ଉଚିତ ଏହି ୩ ସଂକଳ୍ପ!

ଦୁଃଖ ମଣିଷର ଏକ ସହଜାତ ବନ୍ଧୁଟିଏ। ଅନେକ ଲୋକ ଉପରକୁ ସୁଖି ମଣିଷଟି ପରି ଦିଶୁଥିଲେ ମଧ୍ୟ ସମସ୍ତେ ଆବଶ୍ୟକୀୟ ସୁଖି ହୋଇ ନ ଥାନ୍ତି। ଜଣେ ବ୍ୟକ୍ତି ଦୁଃଖି ରହିବା ପଛରେ ଅନେକ କାରଣ ଥାଇପାରେ। ସେ କାରଣକୁ ଚିହ୍ନି ତାହାର ମୁକାବିଲା କରିବା ଦ୍ୱାରା ଆମେ କିଛି ମାତ୍ରାରେ ଦୁଃଖକୁ ଏଡ଼େଇ ଦେଇ ପାରିବା। ତେବେ, ଚାଲନ୍ତୁ ଜାଣିବା କେଉଁ ସବୁ କଥା ଉପରେ ଧ୍ୟାନ ଦେଇ ଆମେ ଏ ବର୍ଷ ନୂଆବର୍ଷରେ ନୂଆ ସଂପଳ୍ପ ନେବା।

:ବଡ଼ ଲୋକମାନେ କହିଯାଇଛନ୍ତି, କାଲିର କାମ ଆଜି କର ଆଉ ଆଜି କାମ ଏବେ। ଏହି କୌଶଳ ଅବଲମ୍ବନ କରୁଥିବା ବ୍ୟକ୍ତି ଉପରେ ଦୁଃଖ ବିଶେଷ ଭାବେ ତା’ର ପ୍ରଭାବ ଦେଖେଇ ପାରେନାହିଁ। ମଣିଷର ଅଳସୁଆମି ତା’ ଦୁଃଖର କାରଣ ହୋଇଥାଏ। ତେବେ ଆପଣ ନିଜ କର୍ମରେ କେବେ ବି ହେଳା କରନ୍ତୁ ନାହିଁ।

publive-image

:ବିଚଳିତ ମସ୍ତିଷ୍କ ଦୁଃଖର ଅନ୍ୟତମ ପ୍ରଧାନ କାରଣ। ବିଚଳିତ ମସ୍ତିଷ୍କରେ କରାଯାଉଥିବା ଯେକୌଣସି କାମ ସଂପୂର୍ଣ୍ଣ ସଫଳତା ଦେଇ ନ ଥାଏ। କାର୍ଯ୍ୟରେ ବିଫଳତା ବ୍ୟକ୍ତିଙ୍କୁ ଉଦାସିନତା ଭିତରକୁ ଟାଣି ନିଏ। ଆପଣ ଯଦି ଖୁବ୍‌ ଅସ୍ଥିର ସ୍ୱଭାବର ତେବେ ଯୋଗ, ଧ୍ୟାନ ଆଦି କରି ନିଜ ଚପଳତାକୁ ଆୟତ୍ତରେ ରଖିବା ଆପଣଙ୍କର ପ୍ରଥମ କାମ।

:ଅଜାଣତରେ କରିଥିବା ଭୁଲ୍‌ ଭିନ୍ନ; ମାତ୍ର ସମୟେ ସମୟେ ଆମେ ଜାଣି ଜାଣି ଭୁଲ୍‌ କରୁ ଏବଂ ପଶ୍ଚାତାପ ମଧ୍ୟ କରୁ। ଆଉ ଏପରି ପଶ୍ଚାତାପ କରୁ ଯେପରି ଭୁଲ୍‌ କରିବା ସମୟରେ ଆମର ହୋସ୍‌ ନ ଥାଏ! କହିବା କଥା ହେଲା ଭୁଲ୍‌ କରି ସାରିବା ପରେ ପଶ୍ଚାତାପ କରିବା ପାଇଁ ବିଶେଷ ସମୟ ନିଅନ୍ତୁ ନାହିଁ ବରଂ ଭୁଲ୍‌ କରିବା ପୂର୍ବରୁ ଯେତେ ଇଚ୍ଛା ସେତେ ସମୟ ନେଇ ସେ ବିଷୟରେ ଭାବନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe