ରାତିରେ ସାଥୀଙ୍କୁ ଏସବୁ ଦିଅନ୍ତୁ, ସୁଖମୟ ହେବ ଦାମ୍ପତ୍ୟ ଜୀବନ

Advertisment
ରାତିରେ ସାଥୀଙ୍କୁ ଏସବୁ ଦିଅନ୍ତୁ, ସୁଖମୟ ହେବ ଦାମ୍ପତ୍ୟ ଜୀବନ

ଆପଣ ଭାବୁଥିବେ ପତ୍ନୀଙ୍କୁ ଦବା ପାଇଁ ରାତି ସମୟ କାହିଁକି, ଦିନ କାହିଁକ ନୁହେଁ? ସେପରି ତ ଦେଖିବାକୁ ଗଲେ କୌଣସି ବିରାଟ ତଫାତ ନାହିଁ। ମାତ୍ର ଏହା ଏକ ମାନସିକତା। ଉପହାର ସେତେବେଳେ ଦିଅନ୍ତୁ ଯେତେବେଳେ ଆପଣ ତାଙ୍କ ସହ କିଛି ସମୟ ବିତାଇପାରିବେ। ଆପଣ ଦିନରେ କିଛି ଦେଇ ଚାଲିଯିବା ପରେ ଆପଣଙ୍କ ଚାଲିଯିବା ସାଥୀଙ୍କୁ ଦୁଃଖି କରାଇଥାଏ ଏବଂ ଆପଣ ଦେଇଥିବା ଜିନିଷର ଗୁରୁତ୍ୱ କମ୍‌ ହୋଇଥାଏ। ଏହାଛଡ଼ା ଆପଣ ବି ଉପହାରଟିଏ ଦେବା ପରେ ସାଥୀଙ୍କ ମୁହଁର ଖୁସି ଦେଖିବାରୁ ବଞ୍ଚିତ ହେବେ। ତେଣୁ, ରାତି ହେଉଛି ଏପରି ସମୟ ଯେତେବେଳେ ପରିବାର ସହ ଦୀର୍ଘ ସମୟ ରହି ହୁଏ। ସମୟ ବିତାଇ ହୁଏ ଓ ସୁଖ-ଦୁଃଖ ବାଣ୍ଟି ହୁଏ। ତେବେ ଚାଲନ୍ତୁ ଜାଣିବା ରାତିରେ ଆପଣ ଆପଣଙ୍କ ସାଥୀଙ୍କୁ କ’ଣ ସବୁ ଦେବେ।

publive-image

ଚକ୍‌ଲେଟ୍‌ କାହାକୁ ବା ଭଲ ଲାଗେନା? ଆପଣ ନିଜ ପତ୍ନୀ/ସ୍ୱାମୀଙ୍କ ପସନ୍ଦର ଚକୋଲେଟ୍‌ ଘରକୁ ଫେରିବା ବେଳେ ନିଶ୍ଚୟ ନେଇ କି ଯାଆନ୍ତୁ। ଆପଣ ଯଦି ବିଳମ୍ବରେ ଘରକୁ ଫେରୁଥାନ୍ତି ତ ସାଥୀଙ୍କ ପସନ୍ଦ ନାପସନ୍ଦର ଧ୍ୟାନ ବେଶି ରଖିପାରୁନଥିବେ। ଛୋଟ ଜିନିଷ ହେଲେ ବି ଚକ୍‌ଲେଟ୍‌ଟିଏ ଦେଇ ଆପଣ ଆପଣଙ୍କ ସାଥୀଙ୍କ ମନ ଖୁସି କରାଇ ପାରିବେ। ଖାଲି ଚକ୍‌ଲେଟ୍‌ କାହିଁକି, ସାଥୀଙ୍କୁ ଭଲ ଲାଗୁଥିବା କିିଛି ବି ଖାଦ୍ୟ ଆପଣ ନେଇପାରନ୍ତି।

କେହି କେହି ଅଫିସ୍‌ କାମ ଘରେ କରିଥାନ୍ତି। ଯେତେ ବିଳମ୍ବ ହେଉ ବରଂ ଅଫିସ୍‌ରେ ହିଁ ସବୁ କାମ ସାରିକି ଯାଆନ୍ତୁ। ଆପଣଙ୍କ ସମୟ ସାଥୀଙ୍କ ପାଇଁ ବହୁତ ମୂଲ୍ୟବାନ ହୋଇଥାଏ। ଦିନ ସାରା କାର୍ଯ୍ୟ ବ୍ୟସ୍ତ ରହିବା ସତ୍ୱେ ବି ଆପଣଙ୍କ ପତ୍ନୀ/ପତି ଆପଣଙ୍କୁ ନିଶ୍ଚୟ ମନେ ପକାଇଥାଆନ୍ତି। ଅତିକମ୍‌ରେ ରାତିରେ ଶୋଇବା ପୂର୍ବରୁ ନିଜର ବହୁମୂଲ୍ୟ ସମୟକୁ ସାଥୀଙ୍କ ସହ ବାଣ୍ଟନ୍ତୁ।

publive-image

ପୂର୍ବରୁ ବି ଲେଖାଯାଇଛି ଯେ ଯେକୌଣସି ଉପହାର ଯଦି ଦେବାକୁ ଚାହାନ୍ତି ତାହାକୁ ରାତିରେ ହିଁ ଦିଅନ୍ତୁ। ସାଥୀଙ୍କ ପାଖରେ ବସି ତାଙ୍କ ଖୁସିକୁ ନିଜେ ଉପଭୋଗ କରନ୍ତୁ ଏବଂ ତାଙ୍କ ଖୁସିରେ ଆପଣ କେତେ ଖୁସି ତାହା ଜଣାଇବାକୁ ଚେଷ୍ଟା କରନ୍ତୁ।

ଦିନ ବେଳେ ତ ବ୍ୟସ୍ତବହୁଳତା ହେତୁ ଅନେକ ଭଲପାଉଥିବା ସତ୍ତ୍ୱେ ସାଥୀଙ୍କ ସହ ଟିକେ ଭଲରେ ପଦେ କଥା ହେଇ ହୁଏନା। ତେଣୁ ରାତିରେ ନିଜର ସମୟ ସାଥୀଙ୍କ ପାଇଁ ଉତ୍ସର୍ଗ କରନ୍ତୁ। ସବୁଠାରୁ ମୂଲ୍ୟବାନ ଆପଣଙ୍କ ସ୍ନେହ, ପ୍ରେମ, ଯତ୍ନ ଓ ସମେବେଦନା ସାଥୀଙ୍କ ଉପରେ ଓଜାଡ଼ି ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe