ଓଜନ ହ୍ରାସ କରିବାକୁ ଚାହୁଁଥିଲେ ପ୍ରଥମେ କମାନ୍ତୁ ବେଲି ଫ୍ୟାଟ୍‌; ଏହି ସବୁ ପାନୀୟ କରେ ସାହାଯ୍ୟ

ଓଜନ ହ୍ରାସ କରିବାକୁ ଚାହୁଁଥିଲେ ପ୍ରଥମେ କମାନ୍ତୁ ବେଲି ଫ୍ୟାଟ୍‌; ଏହି ସବୁ ପାନୀୟ କରେ ସାହାଯ୍ୟ

Eat This Not That

ଆଜିକାଲି ମେଦବହୁଳତା ଏକ ଗମ୍ଭୀର ସମସ୍ୟା, ଯାହା କେବଳ ଆପଣଙ୍କ ସୌନ୍ଦର୍ଯ୍ୟକୁ ହ୍ରାସ କରେ ନାହିଁ ବରଂ ଆପଣଙ୍କୁ କର୍କଟ, ମଧୁମେହ, ରକ୍ତଚାପ ଏବଂ କୋଲେଷ୍ଟ୍ରଲ ଭଳି ଅନେକ ଗମ୍ଭୀର ରୋଗ ମୁଖରେ ମଧ୍ୟ ପକାଇଥାଏ। ଓଜନ ବଢ଼ିବା ଯେତେ ସହଜ, ଏହାକୁ କମାଇବା ସେତେ କଷ୍ଟକର।

ଓଜନ ହ୍ରାସ କରିବାର ଅସଂଖ୍ୟ ଉପାୟ ଇଣ୍ଟରନେଟରେ ଆପଣଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରେ। କିନ୍ତୁ ଏହା ଆପଣ କେବେ ଅବିଶ୍ବାସ କରିବ‌େ ନାହିଁ ଯେ ଶାରୀରିକ କାର୍ଯ୍ୟକଳାପ ସହିତ ଓଜନ ହ୍ରାସ ପାଇଁ ଖାଦ୍ୟପେୟର ଯତ୍ନ ନେବା ବି ଜରୁରି।

ଯଦି ଆପଣ ବିିଭିନ୍ନ ପ୍ରକାରର ଓଜନ ହ୍ରାସ କରିବାର ଉପାୟ ଆପଣେଇ ଥକି ଯାଇଛନ୍ତି ତେବେ ପ୍ରଥମେ ଆପଣଙ୍କୁ ବେଲି ଫ୍ୟାଟ୍ ବା ପେଟରେ ଜମିଥିବା ଚର୍ବି ହ୍ରାସ କରିବାକୁ ଚେଷ୍ଟା କରିବା ଉଚିତ୍।

ଶରୀରର ଓଜନ ହ୍ରାସ କରିବାକୁ ସୁସ୍ଥ ଏବଂ ହର୍ବାଲ୍ ଖାଦ୍ୟପାନୀୟର ଯଥେଷ୍ଟ ଆବଶ୍ୟକତ‌ା ରହିଛି। ଗ୍ରୀନ୍ ଟି ବା ସବୁଜ ଚା’ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ କ୍ୟାଫେନ୍ ଆପଣଙ୍କ ମେଟାବୋଲିଜିମ୍ ବୃଦ୍ଧି କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହ ହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖିଥାଏ। ତେଣୁ ଆପଣ ପ୍ରତିଦିନ ସବୁଜ ଚା’ ପାନ କରିପାରନ୍ତି।

ଅଦା ଚା ମଧ୍ୟ ଆପଣଙ୍କ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିପାରେ। ପ୍ରତିଦିନ ଅଦା ପକା ନାଲି ଚା’ ପିଉଥିବା ବ୍ୟକ୍ତିଙ୍କର ହଜମ ପ୍ରକ୍ରିୟା ସୁସ୍ଥ ରହିବା ସହ ଓଜନ ବି ନିୟନ୍ତ୍ରଣରେ ରହିଥାଏ।

କଦଳୀପତ୍ରର ବ୍ୟବହାର ଆପଣଙ୍କ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ଏବଂ ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହାର ନିୟମିତ ବ୍ୟବହାର ମଧ୍ୟ  ମେଟାବୋଲିଜିମରେ ଉନ୍ନତି ଆଣେ। ଯଦି ପାରୁଛନ୍ତି ମଝି‌ରେ ମଝିରେ କଦଳୀପତ୍ରରେ ଖାଆନ୍ତୁ।

ତୁଳସୀ ଚା ’ନିୟମିତ ପିଇବା ଆପଣଙ୍କ ଶରୀର ପାଇଁ ଖୁବ୍ ଭଲ। ତୁଳସୀ ଚା’ ପିଇଲେ ଆପଣ ଖାଉଥିବା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ। ଏହା ବ୍ୟତୀତ ଶରୀର ଭିତରେ ଥିବା ମଇଳା ବାହାର କରିବାରେ ଏହା ସହାୟ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe