କଞ୍ଚା ପିଆଜ ଏସବୁ ରୋଗ ଦୂର କରିଥାଏ

Advertisment
କଞ୍ଚା ପିଆଜ ଏସବୁ ରୋଗ ଦୂର କରିଥାଏ

କଞ୍ଚା ପିଆଜର ରସ ପିଇଲେ ଏବଂ ମାଲିସ କଲେ ଶରୀରର ଦୁର୍ବଳତା ଦୂର ହୋଇଥାଏ।
କଞ୍ଚା ପିଆଜର ପ୍ରୟୋଗ ଫଳରେ କେଶ ଲମ୍ବା ହୋଇଥାଏ। ଆପଣ ପିଆଜର ରସକୁ କେଶରେ ଲଗାଇବାର ଘଣ୍ଟାକ ପରେ ଅଳ୍ପ ଉଷୁମ ଜଳରେ କେଶକୁ ଧୋଇ ଦିଅନ୍ତୁ। ଏହାଫଳରେ କେଶ ଲମ୍ବା ହୋଇଥାଏ।
ପିଆଜରେ ଏଭଳି ତତ୍ତ୍ୱ ରହିଛି, ଯାହା ଆମକୁ କର୍କଟ ଭଳି ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା କରିଥାଏ। ଏହା ଛଡ଼ା ତ୍ୱଚା ରୋଗ ସଂପର୍କୀତ ସମସ୍ୟା ବି ଦୂରିଭୂତ ହୋଇଥାଏ।
ରକ୍ତଚାପ ରୋଗୀମାନଙ୍କ ପାଇଁ କଞ୍ଚା ପିଆଜ ଅମୃତ ତୁଲ୍ୟ। ନିୟମିତ ଭାବେ କଞ୍ଚା ପିଆଜ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଏଣୁ ଖାଦ୍ୟରେ କଞ୍ଚା ପିଆଜକୁ ସାମିଲ୍‌ କରିବା ଉଚିତ।
କଞ୍ଚା ପିଆଜ ଖାଇଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ। ପିଆଜର ପ୍ରୟୋଗ ପୁରୁଷମାନଙ୍କର ଯୌନ କ୍ଷମତା ବଢ଼ାଇବାରେ ବି ସହାୟକ ହୋଇଥାଏ।

publive-image
ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହେଉଥିଲେ,ସୋରିଷ ତେଲରେ କଞ୍ଚା ପିଆଜ ରସ ମିଶାଇ ମାଲିସ କରନ୍ତୁ। ଏକ ମାସଯାଏଁ ମାଲିସ କଲେ ଯନ୍ତ୍ରଣା ଭଲ ହୋଇଥାଏ। ଯଦି ଷ୍ଟୋନ୍‌ ହୋଇଥାଏ,ତେବେ ପିଆଜ ଖାଇବା ଉଚିତ। ଖାଲିପେଟରେ ପିଆଜ ରସ ସେବନ କରିଲେ , ଷ୍ଟୋନ୍‌ରୁ ମୁକ୍ତି ମିଳେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe