ଏହି ଗୋଟାଏ ଫଳ, ଦୂର କରିପାରେ ଅନେକ ଶାରୀରିକ ସମସ୍ୟା

ଏହି ଗୋଟାଏ ଫଳ, ଦୂର କରିପାରେ ଅନେକ ଶାରୀରିକ ସମସ୍ୟା

Medical News Today

ଫଳ ଖାଇଲେ ଶରୀର ଯେ ସୁସ୍ଥ ରହିଥାଏ ଏହା ସମସ୍ତେ ଜାଣନ୍ତି। ଫଳ ଭିିତରେ କମଳା ହେଉଛି ଅନ୍ୟତମ ଉତ୍ତମ ଫଳ, ଯାହାକୁ ଖାଇଳେ ଅନେକ ସୁଫଳ ମିଳିଥାଏ। ଆପଣ ଜାଣନ୍ତି କି? କମଳା ହେଉଛି ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ। ଏହାକୁ ସିଧା ଖାଆନ୍ତୁ କିମ୍ବା ରସ କରି ପିଅନ୍ତୁ, ଏହାର ପ୍ରଭାବରେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଏହା ଏକ ଆଣ୍ଟି ଅକ୍ସିଡେଣ୍ଟ ଓ ଶକ୍ତିକାରୀ ଫଳ। କେବଳ ଏହାର ରସ ନୁହେଁ, ଚୋପା ବି ଉପକାରୀ।

ଦୈନଦିନ କମଳା ରସ ପିଉଥିଲେ କିଡ୍‌ନିରେ ଷ୍ଟୋନ୍‌ ହେବାର ସମ୍ଭାବନା କମ ରହିଥାଏ। ଏପରିକି ଯେଉଁମାନଙ୍କ କିଡନିରେ ଷ୍ଟୋନ୍‌ ହୋଇଥାଏ ଚିକିତ୍ସକମାନେ ତାଙ୍କୁ କମଳା ରସ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି।

ଆଜିକାଲି ଅନେକ ଜଣଙ୍କ ଭିତରେ ଭୋକ ନ ହେବା ସମସ୍ୟା ରହିଛି। କମଳା ରସ ପିଇଲେ ଭୋକ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି।

publive-image

ଏହାବ୍ୟତୀତ କଫ ନ ହେବା, କାଶ କମ୍‌ କରିବା ପାଇଁ କମଳା ଅବ୍ୟର୍ଥ ଔଷଧ ପରି କାମ କରେ। ଆପଣଙ୍କର ଏହି ସବୁ ସମସ୍ୟା ଥିଲେ କମଳା ଦୈନିକ ଖାଆନ୍ତୁ।

କମଳାର ଚୋପାରେ କର୍କଟ ଚିକିତ୍ସା ହୋଇଥାଏ। ଏହି ଚୋପା କର୍କଟର ଘାଆକୁ କମ୍‌ କରିପାରେ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି।

କମଳା ଚୋପରୁ ତିଆରି ହେଉଥିବା ତୈଳ ମଧ୍ୟ ଖୁବ୍‌ ଭଲ। କୋଲେଷ୍ଟ୍ରଲ୍‌, ଉଚ୍ଚ ରକ୍ତଚାପ, କର୍କଟ ଆଦିର ଚିକିତ୍ସା ଏହା ଦ୍ୱାରା କରାଯାଇ ପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe