Orange Face Pack For Skin Tan: ସ୍କିନ୍‌ ଟ୍ୟାନ୍‌କୁ ଦୂର କରିବ କମଳା ଫେସ୍‌ ପ୍ୟାକ୍‌, କ’ଣ ରହିଛି ଏହାର ଉପକାରିତା? ଜାଣିବା...

Advertisment

ଶୀତଦିନରେ ତ୍ବଚା ଅଧିକ ଟ୍ୟାନ୍‌ ହୋଇଯାଏ ମାନେ ଖରାରେ କଳା ପଡ଼ିଯାଏ। ତେଣୁ ଏଥିପ୍ରତି ଆମେ ଅଧିକ ଯତ୍ନବାନ୍‌ ହେବା ଜରୁରୀ। ଘରେ ମଧ୍ୟ ଆମେ ବିଭିନ୍ନ ଉପାୟମାନ କରି ଏହାକୁ ଦୂର କରିପାରିବା। ଚାଲନ୍ତୁ ଘରେ ତିଆରି କରିବା କମଳା ଫେସ୍‌ ପ୍ୟାକ୍‌।

Untitled-19 copy

Photograph: (google)

ଶୀତଦିନରେ ତ୍ବଚା ଅଧିକ ଟ୍ୟାନ୍‌ ହୋଇଯାଏ ମାନେ ଖରାରେ କଳା ପଡ଼ିଯାଏ। ତେଣୁ ଏଥିପ୍ରତି ଆମେ ଅଧିକ ଯତ୍ନବାନ୍‌ ହେବା ଜରୁରୀ। ଘରେ ମଧ୍ୟ ଆମେ ବିଭିନ୍ନ ଉପାୟମାନ କରି ଏହାକୁ ଦୂର କରିପାରିବା। ଚାଲନ୍ତୁ ଘରେ ତିଆରି କରିବା କମଳା ଫେସ୍‌ ପ୍ୟାକ୍‌।

ଉପକାରିତା

ବେସନ ସହିତ କମଳା ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରି ମୁହଁରେ ଲଗାନ୍ତୁ। ଏହି ଫେସ୍‌ ପ୍ୟାକ୍‌ ତିଆରି କରିବା ନିମନ୍ତେ ୨ ଚାମଚ କମଳା ରସରେ ୧ ଚାମଚ ବେସନ ଓ ୧ ଚାମଚ ଗୋଲାପ ଜଳ ଭଲଭାବେ ମିଶାନ୍ତୁ। ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ମୁହଁରେ ଲଗାନ୍ତୁ। ଏହାପରେ ଧୀରେ ଧୀରେ ମସାଜ୍‌ କରି ଧୋଇଦିଅନ୍ତୁ। ଅଧିକ ସମୟ ଖରାରେ ରହି ସ୍କିନ୍‌ ଟାନିଂ ହୋଇଥିଲେ ଏହି ଫେସ୍‌ ପ୍ୟାକ୍‌ ବେଶ୍‌ ଫାଇଦା ଆଣିଥାଏ।
ନଡ଼ିଆତେଲ ଓ କମଳା ଫେସ୍‌ ପ୍ୟାକ୍‌ ମଧ୍ୟ ମୁହଁର ଉଜ୍ଜ୍ୱଳତା ବଢ଼ାଇଥାଏ। ତ୍ୱଚା ଅତ୍ୟଧିକ ଶୁଷ୍କ ହୋଇଥିଲେ ଏହି ପ୍ୟାକ୍‌ ଅତ୍ୟନ୍ତ ଭଲ। ଏଥିପାଇଁ ୧ ଚାମଚ ନଡ଼ିଆ ତେଲରେ ୧ ଚାମଚ କମଳା ରସ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୧ ଘଣ୍ଟାରୁ ଅଧିକ ସମୟ ରଖିପାରିବେ। ସପ୍ତାହକୁ ୨ ଥର ଏହି ପ୍ୟାକ୍‌ ଲଗାଇଲେ ତ୍ୱଚାର ଶୁଷ୍କତା କମ୍‌ ହେବା ସହିତ ତ୍ୱଚା ସୁନ୍ଦର ଓ ମୁଲାୟମ ହେବ।
ସେହିପରି ହଳଦୀ ଓ କମଳା ଫେସ୍‌ପ୍ୟାକ୍‌ ମଧ୍ୟ ମୁହଁକୁ ସୁନ୍ଦର କରିଥାଏ। ଏହି ପ୍ୟାକ୍‌ ତିଆରି କରିବା ନିମନ୍ତେ କମଳା ଚୋପାକୁ ଶୁଖାଇ ଗୁଣ୍ଡକରି ରଖନ୍ତୁ। ୧ ଚାମଚ କମଳା ଚୋପାର ଗୁଣ୍ଡ ସହ ୧ ଚାମଚ ଗୋଲାପ ଜଳ ଓ ଅଳ୍ପ ହଳଦୀ ନେଇ ଭଲଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହି ପେଷ୍ଟ ଅଧିକ ଗାଢ଼ ହୋଇଥିଲେ ସେଥିରେ ପାଣି ମିଶାଇ ପାରିବେ। ଏବେ ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍‌ ରଖି ଧୋଇ ଦିଅନ୍ତୁ। ସପ୍ତାହକୁ ଅତିକମ୍‌ରେ ୨ ଥର ଏହି ମିଶ୍ରଣକୁ ଲଗାଇଲେ ମୁହଁରେ ଥିବା ସମସ୍ତ ଦାଗ, ଟାନିଂ ଓ ବ୍ରଣ ସମସ୍ୟା ଦୂରହୋଇ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇବ।
ଚୋପାକୁ ଶୁଖାଇ ଗୁଣ୍ଡକରି ସେଥିରେ ସମାନ ମାତ୍ରାରେ ମୁଲତାନୀ ମାଟି ଓ ଗୋଲାପ ଜଳ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହି ଫେସ୍‌ ପ୍ୟାକ୍‌କୁ ଅଧଘଣ୍ଟାରୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖିହେବ। ଧୋଇବା ସମୟରେ ଗୋଲାକାରଭାବେ ମସାଜ୍‌ କରି ଏହାକୁ ଧୋଇଦିଅନ୍ତୁ। ତେବେ ସପ୍ତାହକୁ ଥରେ ଏହି ପ୍ୟାକ୍‌ ଲଗାଇଲେ ତ୍ୱଚା ସୁନ୍ଦର ଦେଖାଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପହଞ୍ଚିଲେ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି, ଷ୍ଟାଡ଼ିୟମରେ ଲାଗିଲା ଗହଳି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe