ଯଦି ଘରକୁ ହଠାତ୍ ପାଣି ଯୋଗାଣ ବନ୍ଦ ହୋଇଯାଏ, ତେବେ ଆପଣ କ'ଣ କରିବେ? ଅନେକ ସମୟରେ ଆପଣ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିବେ। ପାଣିର ଅଭାବ ହେଉ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ପାଣିର ଆବଶ୍ୟକ ହେଲେ ଆମେ ସଞ୍ଚୟ କରି ରଖିଥିବା ପାଣିକୁ ବ୍ୟବହାର କରିଥାଉ। କିନ୍ତୁ ସେହି ସଞ୍ଚୟ କରାଯାଇଥିବା ପାଣି ଆମ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ ଯାହା ଜାଣିବା ନିହାତି ଆବଶ୍ୟକ।

Advertisment

ଆପଣ କେବେ ଆପଣଙ୍କ ନାଇଟ୍‌ଷ୍ଟାଣ୍ଡରେ ଥିବା ଗ୍ଲାସରୁ ପୁରୁଣା ପାଣି ପିଇଛନ୍ତି ଏବଂ ଅନୁଭବ କରିଛନ୍ତି କି ଏହାର ସ୍ୱାଦ କେତେ ଭିନ୍ନ? ଜାଣିରଖନ୍ତୁ, ସେଥିରୁ କାର୍ବନ ଡାଇଅକ୍ସାଇଡ୍ ସୃଷ୍ଟି ହୋଇଥାଏ। ପ୍ରାୟ ୧୨ ଘଣ୍ଟା ପରେ ବାୟୁରେ ଥିବା କାର୍ବନ ଡାଇଅକ୍ସାଇଡ୍ ପାଣି ଗ୍ଲାସରେ ମିଶିବା ଆରମ୍ଭ କରିଥାଏ। 

ଏହା ପାଣିର ପିଏଚ ହ୍ରାସ କରିଥାଏ ଏବଂ ଏହାର ସ୍ୱାଦ ଖରାପ କରିଥାଏ। ତଥାପି, ଏହି ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ସୁରକ୍ଷିତ ଅଟେ। ଏହାବ୍ୟତୀତ, ଅଧିକାଂଶ ବିଶେଷଜ୍ଞଙ୍କ କହିବାନୁସାରେ, ନଳକୂପ ପାଣିର ସେଲଫ ଲାଇଫ୍ ଛଅ ମାସ ଯାଏ ଥାଏ। ୬ମାସ ପରେ, ପାଣିରେ କ୍ଲୋରିନ୍ ଏତେ ପରିମାଣରେ କମିଯାଏ ଯେ ଏଥିରେ ଜୀବାଣୁ ବଢ଼ିପାରନ୍ତି। ଯେତେବେଳେ ପାଣିକୁ ଗରମ ପରିବେଶରେ ରଖାଯାଏ ତେବେ ଜୀବାଣୁଗୁଡ଼ିକ ଆହୁରି ବୃଦ୍ଧି ପାଇଥାନ୍ତି।

ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ)କୁ ମଧ୍ୟ ବୋତଲ ପାଣିରେ ସେଲଫ ଲାଇଫ୍ ଲେବଲ୍ ଲଗେଇବା ଆବଶ୍ୟକ ପଡ଼େ ନାହିଁ। ବୋତଲ ପାଣି ବହୁତ ବର୍ଷ ପର୍ଯ୍ୟନ୍ତ ରହିପାରେ, କିନ୍ତୁ କିଛି କାରଣ ଏମିତି ବି ଅଛି ଏହାକୁ ପ୍ରଭାବିତ କରିପାରେ। 

ବୋତଲ ପାଣି ସଂରକ୍ଷଣ କରିବା ସମୟରେ ଏହାକୁ ସିଧାସଳଖ ସୂର୍ଯ୍ୟକିରଣ ଏବଂ ରାସାୟନିକ ପଦାର୍ଥରୁ ଦୂରରେ ରଖିବା ଉଚିତ। ସୂର୍ଯ୍ୟକିରଣ ପାଣିରେ ଥିବା ଜୀବାଣୁକୁ ବୃଦ୍ଧିକୁ କରିପାରେ ଏବଂ ରାସାୟନିକ ପଦାର୍ଥ ଆଖପାଖର ପାଣିକୁ ଖରାପ ସ୍ୱାଦ ଏବଂ ଗନ୍ଧ ସହିତ ଦୂଷିତ କରିପାରେ। 

ଅଧିକ ପଢ଼ନ୍ତୁ: ବିଶୋଧିତ ପାଣି ଜୀବାଣୁମୁକ୍ତ, କିନ୍ତୁ ସୁରକ୍ଷିତ କି?

ଯଦି ବହୁତ ଦିନର ବୋତଲ ପାଣି ଅଛି ତେବେ ତାକୁ ନଷ୍ଟ କରିଦିଅନ୍ତୁ କାରଣ ପ୍ଲାଷ୍ଟିକ୍ ବୋତଲ ପାଣି ବହୁତ ଦିନ ରଖିଲେ ଲିକ୍ ହୋଇ ଫାଟିପାରେ। ଯଦି ବୋତଲ ପାଣି ଆପଣ ଅଧିକ ଦିନ ସଞ୍ଚୟ କରି ରଖିବାକୁ ଚାହୁଁଛନ୍ତି ତେବେ ସେଥିରେ ବ୍ୟବହାର କରିବା ପାଇଁ ଲେଖାଯାଇଥିବା ତାରିଖ ଯାଏ ସେହି ବୋତଲ ରଖନ୍ତୁ। ଏଥିସହ ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ପ୍ରତିଦିନ ପ୍ରଚୁର ପାଣି ପିଅନ୍ତୁ। 

ଅଧିକ ପଢ଼ନ୍ତୁ: ୯୦ ପ୍ରତିଶତ ଭାରତୀୟଙ୍କ ଶରୀରରେ ଲୁଚି ରହିଛି ବିପଜ୍ଜନକ ଭାଇରସ୍