ପୀଡ଼ା ଲାଘବକାରୀ ଧ୍ୟାନ

Advertisment

ଜଣେ କୌଣସି କାରଣରୁ ଭୀଷଣ ଶାରୀରିକ କଷ୍ଟ ଅନୁଭବ କରୁଥିଲା ବେଳେ, ପ୍ରତିକାର ପାଇଁ ତା’କୁ ଯଦି ଲମ୍ବା ନିଃଶ୍ବାସ ନେଇ ଧ୍ୟାନମଗ୍ନ ହୋଇ ବସିବାକୁ କୁହାଯାଏ, ତେବେ କଥାଟି ଅଖାଡୁଆ ଲାଗିପାରେ।

ଜଣେ କୌଣସି କାରଣରୁ ଭୀଷଣ ଶାରୀରିକ କଷ୍ଟ ଅନୁଭବ କରୁଥିଲା ବେଳେ, ପ୍ରତିକାର ପାଇଁ ତା’କୁ ଯଦି ଲମ୍ବା ନିଃଶ୍ବାସ ନେଇ ଧ୍ୟାନମଗ୍ନ ହୋଇ ବସିବାକୁ କୁହାଯାଏ, ତେବେ କଥାଟି ଅଖାଡୁଆ ଲାଗିପାରେ।

jglljgljj

ଜଣେ କୌଣସି କାରଣରୁ ଭୀଷଣ ଶାରୀରିକ କଷ୍ଟ ଅନୁଭବ କରୁଥିଲା ବେଳେ, ପ୍ରତିକାର ପାଇଁ ତା’କୁ ଯଦି ଲମ୍ବା ନିଃଶ୍ବାସ ନେଇ ଧ୍ୟାନମଗ୍ନ ହୋଇ ବସିବାକୁ କୁହାଯାଏ, ତେବେ କଥାଟି ଅଖାଡୁଆ ଲାଗିପାରେ। ମାତ୍ର ସାନ୍‌ ଡିଏଗୋ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ମନଯୋଗ ସହ ଧ୍ୟାନରେ ବସିବା ଦ୍ବାରା ଶାରୀରିକ ଯନ୍ତ୍ରଣାକୁ ଉଲ୍ଲେଖନୀୟ ଭାବେ ଲାଘବ କରିହେବ। ଶାରୀରିକ ପୀଡ଼ାର ସ୍ବାକ୍ଷର ବହନ କରୁଥିବା ମସ୍ତିଷ୍କର ବିଭିନ୍ନ ପ୍ରକାର ଏମ୍‌ଆର୍‌ଆଇ (ମାଗ୍ନେଟିକ୍‌ ରିଜୋନାନ୍ସ ଇମେଜିଂ) ଚିତ୍ରକୁ ବିଶ୍ଳେଷଣ କରି ସେମାନେ ଏ ନିର୍ଯାସ ପାଇପାରିଛନ୍ତି। 

ମନଯୋଗ ଧ୍ୟାନ ଏପରି ଏକ ଅବସ୍ଥା ଯେତେବେଳେ ଜଣେ ବ୍ୟକ୍ତି ସମ୍ବେଦନଶୀଳ ଘଟଣାଗୁଡ଼ିକ ବିଷୟରେ କୌଣସି ବିଚାର ନକରି ଅଥବା ପ୍ରତିବାଦ ନକରି ସଚେତନତାକୁ ବଜାୟ ରଖିବା ପାଇଁ ଅଭ୍ୟାସ କରିଥାଏ। ମୂଳତଃ ହିନ୍ଦୁ ଓ ବୌଦ୍ଧ ପରମ୍ପରାରୁ ଉତ୍ପନ୍ନ ଏହି ବ୍ୟବସ୍ଥା ୧୯୭୦ ଦଶକରେ ପାଶ୍ଚାତ୍ୟ ସଂସ୍କୃତିରେ ପ୍ରଭାବ ବିସ୍ତାର କରିବା ସହ ପାଶ୍ଚାତ୍ୟ ବୈଜ୍ଞାନିକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ମନ ହେଉଛି ସବୁଠୁ ଶକ୍ତିଶାଳୀ ଏବଂ ଯନ୍ତ୍ରଣା ପରିଚାଳନା ପାଇଁ ଏହାକୁ କେମିତି ଉପଯୋଗ କରାଯାଇପାରିବ, ସେ ବାବଦରେ ତଥାପି ଗବେଷଣା ଜାରି ରହିଛି ବୋଲି ମୁଖ୍ୟ ଗବେଷକ କହିଛନ୍ତି।

ନିଜଠାରୁ ଯନ୍ତ୍ରଣାକୁ ଅଲଗା କରି ଓ ମୂଲ୍ୟାଙ୍କନ ବିଚାରକୁ ପରିତ୍ୟାଗ କରି ମନଯୋଗ ଧ୍ୟାନ ସିଧାସଳଖ ଯନ୍ତ୍ରଣା ଅନୁଭବକୁ ବଦଳାଇବାରେ ସକ୍ଷମ ହୋଇଥାଏ। ଏହା କୌଣସି ଔଷଧ ବ୍ୟବହାର କରେନାହିଁ, ଏଥିରେ କିଛି ଖର୍ଚ୍ଚ ହୁଏ ନାହିଁ ଏବଂ ଯେ କୌଣସି ସ୍ଥାନରେ ଏହାକୁ ଅଭ୍ୟାସ କରାଯାଇପାରିବ। ଗବେଷକମାନେ ୧୧୫ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କୁ ସେମାନଙ୍କ ଅନୁଧ୍ୟାନରେ ସାମିଲ କରି ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଏହି ଗବେଷଣା ଫଳରେ ପ୍ରତ୍ୟହ ଯନ୍ତ୍ରଣା ଭୋଗୁଥିବା ଲକ୍ଷ ଲକ୍ଷ ଲୋକଙ୍କର ଚିକିତ୍ସା ହୋଇପାରିବ ଏବଂ ସେମାନଙ୍କ ଜୀବନର ମାନରେ ଉନ୍ନତି ଆସିପାରିବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe