'କାନ ଅପରେସନ ହୋଇଛି, ଗଞ୍ଜେଇ ଟିକେ ଟାଣିହେବ କି'? ଡାକ୍ତରଙ୍କୁ ଏଭଳି ପ୍ରଶ୍ନ କଲେ ରୋଗୀ

'କାନ ଅପରେସନ ହୋଇଛି, ଗଞ୍ଜେଇ ଟିକେ ଟାଣିହେବ କି'? ଡାକ୍ତରଙ୍କୁ ଏଭଳି ପ୍ରଶ୍ନ କଲେ ରୋଗୀ

କଟକ: 'ସାର, ୮ ଦିନ ତଳେ କାନ ଅପରେସନ ହୋଇଛି | ମୁଁ ଅଳ୍ପ ଟିକେ ଗଞ୍ଜେଇ ସେବନ କରିପାରିବି କି? ଗଞ୍ଜେଇ ସେବନ କଲେ ସଂକ୍ରମଣ ହେବାର ଆଶଙ୍କା ଅଛି କି'? ଡାକ୍ତରଙ୍କୁ ରୋଗୀ ପଚାରିଲେ ଅଜବ ପ୍ରଶ୍ନ | ଆଉ ରୋଗୀଙ୍କ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହେଲେ ଡାକ୍ତର | ଜଣେ ଡାକ୍ତରଙ୍କୁ କିଛି ଏଭଳି ପ୍ରଶ୍ନ ପଚାରିଛନ୍ତି ଜଣେ ରୋଗୀ | କରୋନା ସମୟରେ ମଦ ପ୍ରତି ଆସକ୍ତି ଥିବା ଅଧିକାଂଶ ଲୋକ ପ୍ରଶ୍ନ କରିଥିଲେ ଯେ ମଦ ପିଇବା ଦ୍ୱାରା କରୋନା ଭଲ ହୋଇଯିବ କି? କୋଭିଡ ଟିକା ନେଇଥିଲେ ମଦ ପିଇହେବ ନା ନାହିଁ | ଆଉ ଏବେ ଠିକ ସେମିତି ଜଣେ ରୋଗୀ ଡାକ୍ତରଙ୍କୁ ପଚାରିଛନ୍ତି ଏଭଳି ଏକ ଅଜବ ପ୍ରଶ୍ନ |

publive-image

ଏହି ରୋଗୀ ଜଣକ ଡାକ୍ତରଙ୍କୁ ମେସେଜ କରିଥିଲେ ଯେ,'ଶୁଭ ସକାଳ ସାର, ୮ ଦିନ ତଳେ ମୋର କାନ ଅପରେସନକୁ ନେଇ ଏକ ପ୍ରଶ୍ନ ପଚାରିବାକୁ ଚାଁହୁଛି| ମୁଁ ଅଳ୍ପ ପରିମାଣର ଗଞ୍ଜେଇ ସେବନ କରିପାରିବି କି? ଗଂଜେଇ ସେବନ ଦ୍ୱାରା ମୋର ସୁସ୍ଥ ହେବାରେ କୌଣସି ପ୍ରଭାବ ପଡିବ କି? ଗଂଜେଇ ସେବନ କଲେ କୌଣସି ସଂକ୍ରମଣ ହୋଇପାରେ କି? ମୋର ଅପରେସନ କରିଥିବା ଡାକ୍ତର ମୋର ବାପାଙ୍କର ସାଙ୍ଗ ହୋଇଥିବାରୁ ମୁଁ ଏହା ତାଙ୍କୁ ପଚାରି ପାରିବି ନାହିଁ | ଆପଣ ମୋତେ ସାହାଯ୍ୟ କଲେ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ରହିବି' | ଏହାର ଉତ୍ତରରେ ଡାକ୍ତର ଜଣକ କହିଥିଲେ ଯେ ମୁଁ ଏହାର ଉତ୍ତର ଦେଇପାରିବି ନାହିଁ | ଆପଣ ଆପଣଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ପଚାରନ୍ତୁ |

(ରୋଗୀ ଓ ଡାକ୍ତରଙ୍କ ପରିଚୟ ଆମେ ଗୁପ୍ତ ରଖୁଛୁ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe