ଏକଲାପଣ ଦୂରେଇବାରେ ପୋଷାପ୍ରାଣୀ ବି​ଫଳ!

Advertisment

ଅନେକଙ୍କର ଦୃଢ଼ ବିଶ୍ବାସ ରହିଛି ଯେ, ପୋଷାପ୍ରାଣୀମାନେ ଆମର ମାନସିକ ସ୍ବାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ଆଣନ୍ତି। କୋଭିଡ୍‌-୧୯ର ପ୍ରତିକୂଳ ସମୟରେ ଏହି ବିଶ୍ବାସ ଯୋଗୁଁ ମନକୁ ସୁସ୍ଥ ରଖିବା ଲାଗି ଘରେ ଲୋମଶ ଜୀବ ପାଳିବାକୁ ଅନେକଙ୍କୁ ପ୍ରୋତ୍ସାହିତ କରିଥିଲା।

ଅନେକଙ୍କର ଦୃଢ଼ ବିଶ୍ବାସ ରହିଛି ଯେ, ପୋଷାପ୍ରାଣୀମାନେ ଆମର ମାନସିକ ସ୍ବାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ଆଣନ୍ତି। କୋଭିଡ୍‌-୧୯ର ପ୍ରତିକୂଳ ସମୟରେ ଏହି ବିଶ୍ବାସ ଯୋଗୁଁ ମନକୁ ସୁସ୍ଥ ରଖିବା ଲାଗି ଘରେ ଲୋମଶ ଜୀବ ପାଳିବାକୁ ଅନେକଙ୍କୁ ପ୍ରୋତ୍ସାହିତ କରିଥିଲା।

jlgjljgljgljgljgjjgl

ଅନେକଙ୍କର ଦୃଢ଼ ବିଶ୍ବାସ ରହିଛି ଯେ, ପୋଷାପ୍ରାଣୀମାନେ ଆମର ମାନସିକ ସ୍ବାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ଆଣନ୍ତି। କୋଭିଡ୍‌-୧୯ର ପ୍ରତିକୂଳ ସମୟରେ ଏହି ବିଶ୍ବାସ ଯୋଗୁଁ ମନକୁ ସୁସ୍ଥ ରଖିବା ଲାଗି ଘରେ ଲୋମଶ ଜୀବ ପାଳିବାକୁ ଅନେକଙ୍କୁ ପ୍ରୋତ୍ସାହିତ କରିଥିଲା। ମାତ୍ର ଡେନ୍‌ମାର୍କର ଆର୍ହସ ସ୍ଥିତ ଆର୍ହସ ବିଶ୍ବବିଦ୍ୟାଳୟ ଓ ଲଣ୍ଡନ କିଙ୍ଗ୍‌ କଲେଜର ଏକ ସଦ୍ୟ ଅଧ୍ୟୟନ ଅନୁଯାୟୀ, ଏହି ଲୋକପ୍ରିୟ ଧାରଣା ଭୁଲ୍‌ ପ୍ରମାଣିତ ହୋଇଛି। 
ଗବେଷକମାନେ ୧୨ ମାସ ଧରି ୬,୦୧୮ ଜଣ ପୋଷାପ୍ରାଣୀ ମାଲିକଙ୍କର ଉତ୍କଣ୍ଠା ସ୍ତର, ଅବସାଦ, ଏନେଡୋନିଆ (ସୁଖହାନିତ୍ବ) ଓ ଏକାଲାପଣ ଆଦିକୁ ତର୍ଜମା କରି ଏପରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଏପରିକି ଆଦୌ ପୋଷାଜୀବ ରଖିନଥିବା ବ୍ୟକ୍ତିଙ୍କ ତୁଳନାରେ ପୋଷା ପ୍ରାଣୀ ପାଳିଥିବା ମାଲିକଙ୍କର ଦୁର୍ବଳ ମାନସିକ ସ୍ବାସ୍ଥ୍ୟ ପରିଲକ୍ଷିତ ହୋଇଥିବା ଜଣାଯାଇଛି। ଆଉ ଏକ ଭ୍ରାନ୍ତ ଧାରଣା ରହିଆସିଛି ଯେ ନିଜ ପୋଷାକୁକୁରକୁ ଚଲାଇବାକୁ ନେବା ଦ୍ବାରା ଆବଶ୍ୟକ ଶାରୀରିକ ବ୍ୟାୟାମ ସାଧିତ ହୋଇଥାଏ। ମାତ୍ର ଏହି ଅନୁଧ୍ୟାନ ଅନୁଯାୟୀ, ଶ୍ବାନ ମାଲିକମାନେ ଯଦିଓ ଅଧିକ ସକ୍ରିୟ, ତେବେ କୁକୁର ପାଳିନଥିବା ଲୋକଙ୍କ ଭିତରୁ ୩୫ ପ୍ରତିଶତ ଦୈନନ୍ଦିନ ନିୟମିତ ବ୍ୟାୟାମ କରୁଥିବା ବେଳେ କୁକୁରମାଲିକଙ୍କ ଭିତରୁ ୪୦ ପ୍ରତିଶତ ବ୍ୟାୟାମ କରିଥା’ନ୍ତି। ତେଣୁ ଏ କ୍ଷେତ୍ରରେ  ମଧ୍ୟ ବିଶେଷ ପାର୍ଥକ୍ୟ ନାହିଁ। 

କୁକୁର ବା ବିରାଡ଼ି ସହ ସଂପୂର୍ଣ୍ଣ ଏକାକୀ ରହୁଥିବା ବ୍ୟକ୍ତି ଅନ୍ୟ ତୁଳନାରେ କମ୍‌ ଏକଲା ଅନୁଭବ କରନ୍ତି ସତ, ତେବେ ସେ ତାରତମ୍ୟ ଅତି ନଗଣ୍ୟ। 
ମାନସିକ ସ୍ବାସ୍ଥ୍ୟ ପାଇଁ ପୋଷା ପ୍ରାଣୀମାନେ ଅନୁକୂଳ ବୋଲି ନାନା ତତ୍ତ୍ବ ବ୍ୟାଖ୍ୟା କରାଯାଉଥିବା ବେଳେ ମାନସିକ ସ୍ବାସ୍ଥ୍ୟ ସହ ଜଡ଼ିତ ବିଭିନ୍ନ ଚିକିତ୍ସା ଓ ଔଷଧୀର ବିକଳ୍ପ ଭାବେ କେବେ ପୋଷା ପ୍ରାଣୀଙ୍କ ସଙ୍ଗତ୍ବକୁ ଗ୍ରହଣ କରିବା ଠିକ୍‌ ନୁହେଁ ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe