ପ୍ରସବ ପରବର୍ତ୍ତୀ ଅବସାଦ

Advertisment

ଜଣେ ପ୍ରସୂତିଙ୍କର ସନ୍ତାନ ପ୍ରସବ ପରେ ଦେଖା ଦେଉଥିବା ଅବସାଦ(ପୋଷ୍ଟପାର୍ଟମ୍‌ ଡିପ୍ରେସନ୍‌) ଯୋଗୁଁ ଉଭୟ ମାଆ ଓ ନବଜାତକର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଜଟିଳତା ଦେଖାଦେଇଥାଏ ବୋଲି ଜଣାଯାଇଛି।

Updated On

ଜଣେ ପ୍ରସୂତିଙ୍କର ସନ୍ତାନ ପ୍ରସବ ପରେ ଦେଖା ଦେଉଥିବା ଅବସାଦ(ପୋଷ୍ଟପାର୍ଟମ୍‌ ଡିପ୍ରେସନ୍‌) ଯୋଗୁଁ ଉଭୟ ମାଆ ଓ ନବଜାତକର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଜଟିଳତା ଦେଖାଦେଇଥାଏ ବୋଲି ଜଣାଯାଇଛି।

ଅଦ୍ୟତନ ହୋଇଛି
hfkhfhfkhfkfhk

ଜଣେ ପ୍ରସୂତିଙ୍କର ସନ୍ତାନ ପ୍ରସବ ପରେ ଦେଖା ଦେଉଥିବା ଅବସାଦ(ପୋଷ୍ଟପାର୍ଟମ୍‌ ଡିପ୍ରେସନ୍‌) ଯୋଗୁଁ ଉଭୟ ମାଆ ଓ ନବଜାତକର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଜଟିଳତା ଦେଖାଦେଇଥାଏ ବୋଲି ଜଣାଯାଇଛି। ଏହି ସମସ୍ୟା ମାସ ମାସ ଧରି ଲାଗି ରହିବା ସହ ବେଳେ ବେଳେ ତାହା ଅବସାଦଜନିତ ବିକୃତିରେ ପରିଣତ ହୋଇଥାଏ। ଏଥିଯୋଗୁଁ ନାନା ପାରିବାରିକ ସମସ୍ୟା ଦେଖାଯିବାଟା ସ୍ବାଭାବିକ। ଜଣେ ପ୍ରସୂତି ନିଜର ସନ୍ତାନକୁ ଜନ୍ମ ଦେଲା ପରେ ତାଙ୍କ ମନକୁ ଏକପ୍ରକାର ଦୁଃଖାନୁଭବ ଆସିଥାଏ। ଯାହାକୁ ‘ବେବି ବ୍ଳ୍ୟୁଜ୍’ କୁହାଯାଏ। ସେଥିରେ ତାଙ୍କର ଭାବାବେଗରେ ହଠାତ୍‌ ପରିବର୍ତ୍ତନ, ଅନିୟନ୍ତ୍ରିତ ରୋଦନ, ଉତ୍କଣ୍ଠା ଓ ନିଦ୍ରା ଯିବାରେ ଅସୁବିଧା ଆଦି ଅନ୍ତର୍ଭୁକ୍ତ। ଶିଶୁକୁ ପ୍ରସବ କରିବାର ଦୁଇ ତିନି ଦିନ ପରେ ଏହିସବୁ ଲକ୍ଷଣ ଆରମ୍ଭ ହୋଇଥାଏ ଏବଂ ତାହା ଦୁଇ ତିନି ସପ୍ତାହ ଯାଏ ଲାଗି ରହିଥାଏ। କିଛି ନୂଆ ମାଆଙ୍କ କ୍ଷେତ୍ରରେ ଏହା ବହୁଦିନ ଜାରି ରହି ‘ପୋଷ୍ଟପାର୍ଟମ୍‌ ଡିପ୍ରେସନ୍‌’କୁ ସ୍ବାଗତ କରିଥାଏ। ବେଳେ ବେଳେ ଏହି ଲକ୍ଷଣ ସବୁ ଗର୍ଭାବସ୍ଥା ବେଳରୁ ଆରମ୍ଭ ହୋଇ ପ୍ରସବ ପରବର୍ତ୍ତୀ ସମୟ ଯାଏ ମଧ୍ୟ ଲାଗି ରହିଥାଏ, ଯାହାକୁ ‘ପେରିପାର୍ଟମ୍‌ ଡିପ୍ରେସନ୍‌’ କୁହାଯାଏ। ସର୍ବୋପରି ଏଭଳି ଅବଗୁଣର ସମୟୋଚିତ ଚିକିତ୍ସା ନକରାଇଲେ ବେଳେ ବେଳେ ପ୍ରସୂତିମାନେ ଶିଶୁକୁ ଦୁଗ୍‌ଧପାନ ବନ୍ଦ କରିଦେବା ସହ ଶିଶୁ ସହ ଆବେଗରେ ବାନ୍ଧି ହେବା କି ତାହାର ଯତ୍ନ ନେବା ଆଦିକୁ ଅବହେଳା କରିଦେଇଥା’ନ୍ତି। ତାଙ୍କର ଓଜନ ଆଶାତୀତ ଭାବେ ବଢ଼ିଯିବା ସହ ସାମାଜିକ ସମ୍ପର୍କ ସ୍ଥାପନରେ ସେ ସମସ୍ୟା ଅନୁଭବ କରନ୍ତି। ଏପରିକି ନିଶାସକ୍ତ ହେବାର କାମନାକୁ ଚରିତାର୍ଥ କରିବା ସହ ତାଙ୍କ ମନରେ ଆତ୍ମହତ୍ୟାପ୍ରବଣତା ମଧ୍ୟ ଜାଗ୍ରତ ହେବାର ଆଶଙ୍କା ରହିଛି। 

ଜଣେ ପ୍ରସୂତି ନିଜ ସନ୍ତାନକୁ ଜନ୍ମ ଦେଲା ପରେ ତାଙ୍କ ମନକୁ ଆସୁଥିବା 
ଏକପ୍ରକାର ଦୁଃଖାନୁଭବକୁ ଡାକ୍ତରୀ ଭାଷାରେ ‘ବେବି ବ୍ଳ୍ୟୁଜ୍’ କୁହାଯାଏ।

 ସେହିପରି ଶିଶୁଠାରେ ଏହାର ଲକ୍ଷଣ ସ୍ବରୂପ ମାତ୍ରାଧିକ କାନ୍ଦିବା, ଖାଇବା ଓ ଶୋଇବାରେ ସମସ୍ୟା ଦେଖାଦେବା, ମନୋଯୋଗରେ ଅଭାବ ରହିବା ଓ କଥାବାର୍ତ୍ତା କରିବାରେ ବିଳମ୍ବ ହେବା ଆଦି ଦେଖାଯାଇଥାଏ। ଏହି ‘ପୋଷ୍ଟପାର୍ଟମ୍‌ ଡିପ୍ରେସନ୍‌’ ସାଧାରଣତଃ ୧୨ ସପ୍ତାହ ଯାଏ ରହିଥାଏ, ତେବେ ଏହାର ପ୍ରତିକାର ନକଲେ ତାହା ବର୍ଷେ ଯାଏ ମଧ୍ୟ ବଳବତ୍ତର ରହିବାର ଆଶଙ୍କା ରହିଛି। କିନ୍ତୁ ଉପଚାର ସ୍ବରୂପ ଏହାର ବ୍ୟବହାରଗତ ଚିକିତ୍ସା(ବିହେଭିଅରାଲ୍‌ ଥେରାପି) ଓ ଅନ୍ତଃବ୍ୟକ୍ତିଗତ ଚିକିତ୍ସା(ଇଣ୍ଟରପର୍ସନାଲ୍‌ ଥେରାପି) କରାଇବା ଜରୁରି। ଏଥିରେ ପୀଡ଼ିତ ଥିବା ନୂଆ ମାଆମାନଙ୍କୁ ପରିବାର ଲୋକେ ସେମାନଙ୍କ ସହ ମାତ୍ରାଧିକ କଥାବାର୍ତ୍ତା କରିବା ପାଇଁ ପ୍ରବର୍ତ୍ତାଇବା ଦରକାର। ଧୈର୍ଯ୍ୟର ସହ ସେମାନଙ୍କ ଅନୁଭବ ଓ ଭାବନାକୁ ଶୁଣିବା ଦରକାର। ସେମାନଙ୍କୁ ନିଜର ଯତ୍ନ ନେବା ପାଇଁ ପ୍ରୋତ୍ସାହିତ କରିବା ମଧ୍ୟ ଆବଶ୍ୟକ। ଏଥିସହିତ ସେମାନଙ୍କୁ ଠିକଣା ସମୟରେ ଉଚିତ ଖାଦ୍ୟ ଓ ପୋଷକ ଖୁଆଇବାର ବ୍ୟବସ୍ଥା ହେବା ଜରୁରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe