/sambad/media/post_attachments/wp-content/uploads/2018/10/Heart-Attack-Prevention-in-Winter_Slide_2.jpg)
ଅକ୍ଟୋବର ୧୫ ପରେ ଟିକେ ଥଣ୍ଡା ଆରମ୍ଭ ହୋଇଯିବ। କିଛି ଦିନ ପର୍ଯ୍ୟନ୍ତ ସକାଳେ ଓ ରାତିରେ ତାପମାତ୍ରା କମିଯିବ। ଥଣ୍ଡା ଦିନେ କେତେକ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ। ଏହାର ସବୁଠୁ ଖରାପ ପ୍ରଭାବ ଆମର ହୃଦ୍ପିଣ୍ଡରେ ପଡ଼ିଥାଏ। କାର୍ଡିଓଲୋଜିଷ୍ଟ୍ ବିଭାଗର ଡାକ୍ତରଙ୍କ କହିବା ଅନୁସାରେ ଥଣ୍ଡା ଦିନେ ହୃଦ୍ଘାତ ହେବାର ଆଶଙ୍କା ୫୩ ପ୍ରତିଶତ ବଢ଼ିଯାଏ।
/sambad/media/post_attachments/wp-content/uploads/2018/10/Heart-Attack-Prevention-in-Winter_Slide_3.jpg)
ଥଣ୍ଡା କାରଣରୁ ହୃଦ୍ପିଣ୍ଡର କୋଷଗୁଡ଼ିକ ଶୁଖିଯାଏ। ଏହି କାରଣରୁ ହୃଦ୍ପିଣ୍ଡ ଯାଏଁ ରକ୍ତ ଓ ଅମ୍ଳଜାନ ଠିକ୍ ପରିମାଣରେ ପହଞ୍ଚିପାରେ ନାହିଁ। ଏହା ଦ୍ୱାରା ବ୍ଲଡ୍ପ୍ରେସର୍ ବଢ଼ିଯାଏ ଯାହା ହୃଦ୍ଘାତର କାରଣ ହୋଇପାରେ। ଯଦି କିଛି ସାବଧାନତା ଅବଲମ୍ବନ କରିବେ ତା’ହେଲେ ଥଣ୍ଡା ଦିନେ ହୃଦ୍ଘାତ ସମସ୍ୟାରୁ ବଞ୍ଚି ପାରିବେ।
/sambad/media/post_attachments/wp-content/uploads/2018/10/Heart-Attack-Prevention-in-Winter_Slide_4.jpg)
/sambad/media/post_attachments/wp-content/uploads/2018/10/Heart-Attack-Prevention-in-Winter_Slide_5.jpg)
ଥଣ୍ଡାରୁ ବଞ୍ଚିବା ପାଇଁ ଯେତେ ଅଧିକ ହୋଇପାରିବ ଗରମ କପଡ଼ା ପିନ୍ଧନ୍ତୁ। ବାହାରକୁ ଗଲା ସମୟରେ ମୁଣ୍ଡରେ ସ୍କାର୍ଫ୍ କିମ୍ବା ଗରମ ମଫଲର୍ ଦ୍ୱାରା ଢାଙ୍କିି ରଖନ୍ତୁ।
/sambad/media/post_attachments/wp-content/uploads/2018/10/Heart-Attack-Prevention-in-Winter_Slide_6.jpg)
ଘର ଭିତର ତାପମାତ୍ରାକୁ କମ୍ କରନ୍ତୁ ନାହିଁ। କୋଠରିରେ ହିଟର୍ ବ୍ୟବହାର କରନ୍ତୁ କିମ୍ବା ଥଣ୍ଡା ପବନ ଭିତରୁ ଛାଡ଼ନ୍ତୁ ନାହିଁ।
/sambad/media/post_attachments/wp-content/uploads/2018/10/Heart-Attack-Prevention-in-Winter_Slide_7.jpg)
ଥଣ୍ଡା ଦିନେ ସର୍ବଦା ଗରମ ଖାଦ୍ୟ ଖାଆନ୍ତୁ ଓ ଉଷୁମ ପାଣି ପିଅନ୍ତୁ।
/sambad/media/post_attachments/wp-content/uploads/2018/10/Heart-Attack-Prevention-in-Winter_Slide_8.jpg)
ଥଣ୍ଡା ଲାଗିଲେ ମଦ, ସିଗାରେଟ୍ କିମ୍ବା ଅନ୍ୟ କୌଣସି ନିଶା ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ। ନିଶା ଦ୍ୱାର ସମ୍ପୂର୍ଣ୍ଣ ଶରୀରରେ ସଙ୍କୁଚିତ ହୋଇପାରେ।
/sambad/media/post_attachments/wp-content/uploads/2018/10/Heart-Attack-Prevention-in-Winter_Slide_9.jpg)
ଆପଣଙ୍କ ଠାରେ ଯଦି ହୃଦ୍ଜନିତ ସମସ୍ୟା ଦେଖାଦେଉଛି ତା’ହେଲେ ଡାକ୍ତରଙ୍କ ସହ ତୁରନ୍ତ ସାକ୍ଷାତ୍ କରନ୍ତୁ। ଡେରି କରିବା ଠିକ୍ ନୁହେଁ।
/sambad/media/post_attachments/wp-content/uploads/2018/10/Heart-Attack-Prevention-in-Winter_Slide_10.jpg)
ପ୍ରତିଦିନ ସକାଳେ ୧୫-୨୦ ମିନିଟ୍ ଖରାରେ ବସନ୍ତୁ। ଏହାଦ୍ୱାରା ଶରୀର ଗରମ ହେବ ଓ କୋଲେଷ୍ଟେରଲ୍ କମିବ।
Follow Us